ଓଡିଶା

odisha

By

Published : Jun 15, 2021, 10:23 AM IST

ETV Bharat / bharat

ସ୍ବାସ୍ଥ୍ୟଗତ ସମସ୍ୟା କହି କୋର୍ଟରେ ହାଜର ହେଲେନି ମେହୁଲ ଚୋକସି

ଡୋମିନିକା ରୋଜେୟୁ କୋର୍ଟରେ ହାଜରେ ହେଲେ ନାହିଁ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି । ସ୍ବାସ୍ଥ୍ୟଗତ ସମସ୍ୟା ଉପସ୍ଥାନ କରି କୋର୍ଟରେ ହାଜର ହେଲେନି ମେହୁଲ । ଅଧିକ ପଢନ୍ତୁ..

କୋର୍ଟରେ ହାଜର ହେଲେନି ମେହୁଲ, ସ୍ବାସ୍ଥ୍ୟଗତ ସମସ୍ତା କଲେ ଉପସ୍ଥାନ
କୋର୍ଟରେ ହାଜର ହେଲେନି ମେହୁଲ, ସ୍ବାସ୍ଥ୍ୟଗତ ସମସ୍ତା କଲେ ଉପସ୍ଥାନ

ଡୋମିନିକା: କୋର୍ଟରେ ହାଜର ହୋଇପାରିଲେନି ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି । ଗତକାଲି(ସୋମବାର) ମେହୁଲଙ୍କ ବିରୁଦ୍ଧରେ ହୋଇଥିବା ମାମଲାର ଶୁଣାଣି ଥିବାବେଳେ ସ୍ବାସ୍ଥ୍ୟଗତ ସମସ୍ୟା ଉପସ୍ଥାନ କରି କୋର୍ଟରେ ହାଜର ହୋଇନାହାନ୍ତି ଚୋକସି ।

ମେହୁଲ ମାନସିକ ଚାପରେ ରହିବା ସହ ତାଙ୍କର ରକ୍ତଚାପ ବୃଦ୍ଧି ପାଇବାରୁ ସେ କୋର୍ଟରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି । କାରିବିଆନ୍ ରାଷ୍ଟ୍ରରେ ବେଆଇନ ଭାବେ ପ୍ରବେଶ କରିବା ଅଭିଯୋଗରେ ଦାୟର ହୋଇଥିବା ଚୋକସିଙ୍କ ମାମଲା ଡୋମିନିକା ସ୍ଥିତ ରୋଜେୟୁ ମାଜିଷ୍ଟ୍ରେଟ୍ କୋର୍ଟରେ ଶୁଣାଣି ହେବାର ଥିଲା । ମୁଖ୍ୟ ମାଜିଷ୍ଟ୍ରେଟ୍ କାଣ୍ଡିଆ କାରେଟ୍-ଜିଓର୍ଜି ଏହି ମାମଲାର ଶୁଣାଣି କରିଥାନ୍ତେ।

ଆଣ୍ଟିଗୁଆ ନ୍ୟୁଜ୍ ରୁମ୍ ରିପୋର୍ଟ ଅନୁଯାୟୀ ମେହୁଲଙ୍କୁ କୋର୍ଟଚାଲାଣ କରିବା ପାଇଁ ପ୍ରଦର୍ଶନ ନିର୍ଦ୍ଦେଶାଳୟକୁ ଅପିଲ କରିଛନ୍ତି ଡୋମିନିକାର ପବ୍ଲିକ୍ ପ୍ରସିକ୍ୟୁସନ୍ (ଡିପିପି) ନିର୍ଦ୍ଦେଶକ ଶେର୍ମା ଡାଲ୍ରିମ୍ପଲେ । ଅନ୍ୟପଟେ ମେହୁଲ ଗତ 2 ସପ୍ତାହ ହେବ ଡୋମିନିକାର ଚୀନ୍ ଫ୍ରେଣ୍ଡସିପ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details