ଓଡିଶା

odisha

ETV Bharat / bharat

ହସ୍ପିଟାଲରେ ରହିବେ ମେହୁଲ ଚୋକସି - ଡୋମିନିକାର ମାଜିଷ୍ଟ୍ରେଟ କୋର୍ଟ

ମେହୁଲ ଚୋକସିଙ୍କୁ ରାଜ୍ୟ କାରାରଗାରକୁ ସ୍ଥାନାନ୍ତର କଲେ ଡୋମିନିକାର ମାଜିଷ୍ଟ୍ରେଟ କୋର୍ଟ । ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ହସ୍ପିଟାଲରେ ରହିବେ ଚୋକସି । ଅଧିକ ପଢନ୍ତୁ...

ହସ୍ପିଟାଲରେ ରହିବେ ମେହୁଲ ଚୋକସି
ହସ୍ପିଟାଲରେ ରହିବେ ମେହୁଲ ଚୋକସି

By

Published : Jun 18, 2021, 2:03 PM IST

ନୂଆଦିଲ୍ଲୀ:ଡୋମିନିକାର ମାଜିଷ୍ଟ୍ରେଟ କୋର୍ଟ ପଳାତକ ମେହୁଲ ଚୋକସିଙ୍କୁ ପୋଲିସ ହେପାଜତରୁ ରାଜ୍ୟ କାରାରଗାର ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଠିକ ନଥିବାରୁ ସେ ଡାକ୍ତରଖାନାରେ ରହିବେ ବୋଲି କହିଛନ୍ତି ତାଙ୍କ ଓକିଲ ବିଜୟ ଅଗ୍ରୱାଲ । ସେ କହିଛନ୍ତି ଯେ ପୋଲିସ ହେପାଜତରୁ ତାଙ୍କୁ କାରାଗାର ସ୍ଥାନାନ୍ତର କରାଯାଇଛି କିନ୍ତୁ ସ୍ବାସ୍ଥ୍ୟ ଖରାପ ଯୋଗୁଁ ସେ ଡାକ୍ତରଖାନାରେ ରହିବେ ।

ଡୋମିନିକା ଚାଇନା ଫ୍ରେଣ୍ଡସିପ୍ ହସ୍ପିଟାଲରୁ ତାଙ୍କର ଆଇନ ଦଳ ଡାକ୍ତରଙ୍କଠାରୁ ସେ ଅସୁସ୍ଥ ଥିବା ନେଇ ପ୍ରମାଣପତ୍ର ଦାଖଲ କରିଥିଲେ, ଉଚ୍ଚ ରକ୍ତଚାପ ଓ ମାନସିକ ଚାପ ହେତୁ ସେ ଏହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚୋକସିଙ୍କ ଓକିଲଙ୍କ ଦ୍ବାରା ଦାଖଲ ହୋଇଥିବା ମାମଲାରେ ଡୋମିନିକା ହାଇକୋର୍ଟଙ୍କ ନିକଟରେ ଆବେଦନ କରିବାକୁ ଚାହୁଁଛନ୍ତି ଯାହାଙ୍କ ଜାମିନ ଆବେଦନ ପୂର୍ବରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହୀରା ବ୍ୟବସାୟୀ ମେହୁଲ ଚୋକସି 13,500 କୋଟି ଟଙ୍କା ଠକି ବିଦେଶ ପଳାଇ ଯାଇଥିଲା । ପରେ ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା । ଡୋମିନିକା ସରକାର ମଧ୍ୟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି ।

PTI

ABOUT THE AUTHOR

...view details