ଶ୍ରୀନଗର: ଆତଙ୍କବାଦୀ ସଲାହୁଦ୍ଦିନର ପୁଅକୁ ସରକାରୀ ଚାକିରୀରୁ ବରଖାସ୍ତ କରାଯିବା ଉପରେ ବୟାନ ଦେଇଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି । ବାପାର କାର୍ଯ୍ୟକଳାପ ପାଇଁ ପୁଅକୁ ହଇରାଣ କରାଯାଉଛି କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ମେହବୁବା ।
ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଲାହୁଦ୍ଦିନଙ୍କ ପୁଅ ସମେତ 11 ଜଣଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ କରାଯାଇଛି । ଏମାନେ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ରହିଛି । ତେବେ ବାପାର କୁକର୍ମ ପାଇଁ ପୁଅକୁ ହଇରାଣ କରାଯାଉଥିବା କହିଛନ୍ତି ମୁଫତି ।