ଓଡିଶା

odisha

ETV Bharat / bharat

6 ମାସରେ 82 ଲକ୍ଷ ଖର୍ଚ୍ଚ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବ୍ବା - ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବ୍ବା ମୁଫତି

ମେହବୁବ୍ବା ମୁଫତି ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଥିବା ସମୟରେ 6 ମାସ ମଧ୍ୟରେ 82 ଲକ୍ଷ ଖର୍ଚ୍ଚ କରିଛନ୍ତି । ଦିନକୁ କରୁଥିଲେ 28 ଲକ୍ଷ ଟଙ୍କା ଖର୍ଚ୍ଚ । ଏ ନେଇ ସୂଚନା ଅଧିକାରୀ ଆଇନ ବଳରେ ଜଣାପଡିଛି । ଅଧିକ ପଢନ୍ତୁ...

Mehbooba as CM spent Rs 82L
ମେହବୁବ୍ବା ମୁଫତି ମୁଖ୍ୟମନ୍ତ୍ରୀ ସମୟରେ 6 ମାସ ମଧ୍ୟରେ ଖର୍ଚ୍ଚ କରିଛନ୍ତି 82 ଲକ୍ଷ

By

Published : Jan 5, 2021, 8:04 PM IST

ଶ୍ରୀନଗର: ମେହବୁବ୍ବା ମୁଫତି 6 ମାସ ମଧ୍ୟରେ 82 ଲକ୍ଷ ଖର୍ଚ୍ଚ କରିଛନ୍ତି । ଗତ 2018 ଜାନୁୟାରୀ-ଜୁନ ମଧ୍ୟରେ ସେ ଏହି ଅନୁପାତ ଖର୍ଚ୍ଚ କରିଛନ୍ତି । ଏ ନେଇ ସୂଚନା ଅଧିକାରୀ ଆଇନ ବଳରେ ଜଣାପଡିଛି ।

ମେହବୁବ୍ବା ମୁଫତି ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ସମୟରେ 6 ମାସ ମଧ୍ୟରେ 82 ଲକ୍ଷ ଖର୍ଚ୍ଚ କରିଛନ୍ତି । ଶ୍ରୀନଗରର ଗୁପକାର ରୋଡସ୍ଥିତ ସରକାରୀ ଘରର ଆସବାବପତ୍ର କ୍ରୟରେ ସେ ଏହି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ସମସ୍ତ ଟଙ୍କା ସରକାରଙ୍କ ବୋଲି ଆରଟିଆଇ ସୂତ୍ରରୁ ଜଣାପଡିଛି । ଜମ୍ମୁ କାଶ୍ମୀରର ସୂଚନା ଅଧିକାର କର୍ମୀ ଆନାମ ଉନ ନବୀ ସୌଦାଗର ଏ ନେଇ ସେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ସେ ଜାନୁୟାରୀରୁ ଜୁନ 2018 ମଧ୍ୟରେ ମେହବୁ୍ବ୍ବା ମୁଫତି ନିଜର ଘରର ବେଡସିଟ, ଫର୍ଣ୍ଣିଚର, ଟିଭି ଓ ଅନ୍ୟାନ୍ୟ ଆଇଟମ କିଣିବା ପାଇଁ ଖର୍ଚ୍ଚ କରିଛନ୍ତି । ସୂଚନା ଅଧିକାର ତଥ୍ୟ ଅନୁଯାୟୀ ମାର୍ଚ୍ଚ 28ରେ 2018 ତାରିଖ ଦିନ ମେହବୁବ୍ବା ମୁଫତି କାର୍ପେଟ କ୍ରୟ କରିବାରେ 28 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ସୂଚନା ଥାଉକି ଜମ୍ମୁକାଶ୍ମୀରରୁ ଧାରା 370 ଓ 35 ଉଚ୍ଛେଦ ପରେ ମେହବୁବ୍ବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଥିଲା । ଗୃହବନ୍ଦୀରୁ ମୁକୁଳିବା ପରେ ଜମ୍ମୁକାଶ୍ମୀରରେ ଧାର 370ରୁ ପୁନଃ ସ୍ଥାପନ ଦାବି କରିଛନ୍ତି । ଏହାପରେ ଜମ୍ମୁକାଶ୍ମୀରେ ନିକଟରେ ଡିଡିସି ନିର୍ବାଚନ ଅନୁଷ୍ଠିତ ହୋଇଛି । ମୋଟ 280 ଆସନରୁ ପିଡିପି 27 ଆସନରେ ବିଜୟ ହାସଲ କରିଛି ।

ABOUT THE AUTHOR

...view details