ଓଡିଶା

odisha

ETV Bharat / bharat

ଫାର୍ମହାଉସରେ ସେକ୍ସ ରାକେଟ ମାମଲା: ମେଘାଳୟ ବିଜେପି ଉପାଧ୍ୟକ୍ଷ ଗିରଫ - ମେଘାଳୟ ବିଜେପି ଉପାଧ୍ୟକ୍ଷ ଗିରଫ

ଫାର୍ମହାଉସରେ ସେକ୍ସ ରାକେଟ ଚଳାଇବା ମାମଲାରେ ମେଘାଳୟ ବିଜେପି ଉପାଧ୍ୟକ୍ଷ ଗିରଫ । ଅଧିକ ପଢନ୍ତୁ

ଫାର୍ମହାଉସରେ ସେକ୍ସ ରାକେଟ ମାମଲା: ମେଘାଳୟ ବିଜେପି ଉପାଧ୍ୟକ୍ଷ ଗିରଫ
ଫାର୍ମହାଉସରେ ସେକ୍ସ ରାକେଟ ମାମଲା: ମେଘାଳୟ ବିଜେପି ଉପାଧ୍ୟକ୍ଷ ଗିରଫ

By

Published : Jul 27, 2022, 8:21 AM IST

ସିଲଂ: ଫାର୍ମହାଉସରେ ବିଜେପି ନେତାଙ୍କ ସେକ୍ସ ରାକେଟ ଚଳାଇବା ଘଟଣା । ଗିରଫ ହେଲେ ବରିଷ୍ଠ ବିଜେପି ନେତା ତଥା ମେଘାଳୟ ବିଜେପି ଉପାଧ୍ୟକ୍ଷ ବର୍ଣ୍ଣାର୍ଡ ଏନ ମାରକ(BJP vice-president Bernard N Marak) । ମଙ୍ଗଳବାର ଉତ୍ତର ପ୍ରଦେଶର ହାପୁରରୁ ତାଙ୍କୁ ଗିରଫ କରାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମାରକଙ୍କ ମାଲିକାନାଧୀନ ମେଘାଳୟର ପଶ୍ଚିମ ଗାରୋ ହିଲ୍ସ ଅନ୍ତର୍ଗତ ତୁରା ସ୍ଥିତ ଫାର୍ମହାଉସରେ ପୋଲିସର ରେଡ୍ ପରଠାରୁ ସେ କୁଆଡେ ଫେରାର ହୋଇଯାଇଥିଲେ । ଏହାପରେ ଗତ ସୋମବାର ତୁରାର ଏକ କୋର୍ଟ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ପରେ ଏକ ଲୁକଆଉଟ୍ ନୋଟିସ ମଧ୍ୟ ଜାରି ହୋଇଥିଲା । ଶେଷରେ ଉତ୍ତରପ୍ରଦେଶରୁ ସେ ଧରା ପଡିଛନ୍ତି ।

ଏହାମଧ୍ୟ ପଢନ୍ତୁ:ଫାର୍ମହାଉସରେ ସେକ୍ସ ରାକେଟ୍ ଚଳାଉଥିଲେ ବିଜେପି ନେତା ! ୭୩ ଗିରଫ

ସୂଚନା ଅନୁଯାୟୀ, ବର୍ଣ୍ଣାର୍ଡ ଏନ ମାରକଙ୍କ ମାଲିକାନାଧୀନ ଫାର୍ମହାଉସରେ ସେକ୍ସ ରାକେଟ ଚାଲିଥିବାର ସୂଚନା ମିଳିବା ପରେ ପୋଲିସ ସେଠାରେ ଚଢାଉ କରିଥିଲା । ଏହି ସମୟରେ ପୋଲିସ ଫାର୍ମହାଉସର ଏକ ପରିତ୍ୟକ୍ତ ଘରୁ ୫ ଜଣ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିବା ସହ ୪୦୦ ମଦ ବୋତଲ ଏବଂ ୫୦୦ରୁ ଅଧିକ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା । ଏହି ଘଟଣାରେ ମୋଟ ୭୩ ଜଣ ଗିରଫ ହୋଇଥିଲେ । କିନ୍ତୁ କିଛି ଅଭିଯୁକ୍ତ ଘଟଣାସ୍ଥଳରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଏହାସହିତ ବିଜେପି ନେତା ମାରକ ମଧ୍ୟ ସେକ୍ସ ରାକେଟର ପର୍ଦ୍ଦାଫାସ ହେବା ପରଠାରୁ ଗାଏବ ହୋଇଯାଇଥିଲେ ।

ABOUT THE AUTHOR

...view details