ଓଡିଶା

odisha

ETV Bharat / bharat

ମୋଦିଙ୍କ ଡ୍ରିମ୍ ଟିମ୍, କ୍ୟାବିନେଟ କରିଡରରୁ ୟୁପି ମୈଦାନ ଉପରେ ଫୋକସ - କ୍ୟାବିନେଟ କରିଡର

ସଂପ୍ରସାରଣ ଜରିଆରେ କ୍ୟାବିନେଟ କରିଡରରୁ ଉତ୍ତରପ୍ରଦେଶ ପଲିଟିକ୍ସ ଉପରେ ରହିଛି ଭାରତୀୟ ଜନତା ପାର୍ଟିର ବଡ ଫୋକସ । ଆସନ୍ତା ବର୍ଷ ୟୁପିରେ ହେବ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ବିଜେପି ପାଇଁ କର ବା ମରର ସ୍ଥିତି ଉତ୍ପନ୍ନ କରିପାରେ । ଆଉ ଏଥିପାଇଁ ମନ୍ତ୍ରୀମଣ୍ଡଳର ବିସ୍ତାରରେ ଉତ୍ତରପ୍ରଦେଶକୁ ଦିଆଯାଇଛି ଅଧିକ ଗୁରୁତ୍ବ । ଅଧିକ ପଢନ୍ତୁ...

ମନ୍ତ୍ରୀମଣ୍ଡଳରେ ମେଗା ବିସ୍ତାର, କ୍ୟାବିନେଟ କରିଡରରୁ ୟୁପି ମୈଦାନ ଉପରେ ମୋଦିଙ୍କ ଫୋକସ
ମନ୍ତ୍ରୀମଣ୍ଡଳରେ ମେଗା ବିସ୍ତାର, କ୍ୟାବିନେଟ କରିଡରରୁ ୟୁପି ମୈଦାନ ଉପରେ ମୋଦିଙ୍କ ଫୋକସ

By

Published : Jul 8, 2021, 10:37 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ହୋଇଛି ମେଗା ବିସ୍ତାର । ନୂଆ ଟିମ ଗଠନ କରି ମହାସମର ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂପ୍ରସାରଣ ଜରିଆରେ କ୍ୟାବିନେଟ କରିଡରରୁ ଉତ୍ତରପ୍ରଦେଶ ପଲିଟିକ୍ସ ଉପରେ ରହିଛି ଭାରତୀୟ ଜନତା ପାର୍ଟିର ବଡ ଫୋକସ ।

ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ବିସ୍ତାରରେ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଝଲକ । ଆସନ୍ତା ବର୍ଷ ୟୁପିରେ ହେବ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ବିଜେପି ପାଇଁ କର ବା ମରର ସ୍ଥିତି ଉତ୍ପନ୍ନ କରିପାରେ । ଆଉ ଏଥିପାଇଁ ମନ୍ତ୍ରୀମଣ୍ଡଳର ବିସ୍ତାରରେ ଉତ୍ତରପ୍ରଦେଶକୁ ଦିଆଯାଇଛି ଅଧିକ ଗୁରୁତ୍ବ ।

ଉତ୍ତରପ୍ରଦେଶର ସର୍ବାଧିକ 7 ସାଂସଦଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ଦିଆଯାଇଛି ଜାଗା । ଏଥିମଧ୍ୟରୁ 6 ଜଣ ଲୋକସଭା ସାଂସଦ ଥିବାବେଳେ ଜଣେ ଅଛନ୍ତି ରାଜ୍ୟସଭାର ସଦସ୍ୟ । ଯେଉଁ 7 ଜଣ ନୂଆ ମୁହଁକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି ସେମାନଙ୍କ ମଧ୍ୟରେ ଆଗ୍ରା ସାଂସଦ ଏସପି ସିଂହ ବାଘେଲ, ଲକ୍ଷ୍ମୀପୁର ଖୀରୀ ସାଂସଦ ଅଜୟ ମିଶ୍ର, ମୋହନଲାଲଗଞ୍ଜରୁ ସାଂସଦ କୌଶଳ କିଶୋର, ଜାଲୌନରୁ ସାଂସଦ ଭାନୁପ୍ରତାପ ସିଂହ ବର୍ମା, ମହାରାଜଗଞ୍ଜରୁ ସାଂସଦ ପଙ୍କଜ ଚୌଧୁରୀ, ରାଜ୍ୟସଭା ସାଂସଦ ବିଏଲ ବର୍ମା ଓ ବିଜେପିର ସହଯୋଗୀ ଅପନାଦଳର ଅନୁପ୍ରିୟା ପଟେଲଙ୍କ ନାଁ ସାମିଲ ରହିଛି ।

ଉତ୍ତରପ୍ରଦେଶରେ ରହିଛି ମୋଟ 75 ଜିଲ୍ଲା । ଲୋକସଭାର ସିଟ୍‌ ସଂଖ୍ୟା 80 । ଭୌଗଳିକ ଦୃଷ୍ଟିରୁ ରାଜ୍ୟ ପଶ୍ଚିମ ୟୁପି, ଅବଧ, ବୁନ୍ଦେଲଖଣ୍ଡ ଓ ପୂର୍ବାଞ୍ଚଳ ଆଦି 4 ଭାଗରେ ବଣ୍ଟିତ । ତେବେ କ୍ୟାବିନେଟର ଗଣିତରେ ହୋଇଛି ୟୁପି ସମୀକରଣର ଅଙ୍କକଷା । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି କ୍ୟାବିନେଟର ସଂପ୍ରସାରଣ । ଆଉ ସମୀକରଣ ମାଧ୍ୟମରେ ପୁନର୍ବାର ସତ୍ତା ଦଖଲ କରିବାକୁ ହୋଇଛି ପ୍ରୟାସ ।

କେନ୍ଦ୍ର କ୍ୟାବିନେଟରେ କେବଳ କ୍ଷେତ୍ରୀୟ ନୁହେଁ, ବରଂ ଜାତିଗତ ସମୀକରଣକୁ ମଧ୍ୟ ଦିଆଯାଇଛି ଜୋର । ଉତ୍ତରପ୍ରଦେଶରେ ଜାତି ଫ୍ୟାକ୍ଟର ବେଶ ମହତ୍ବ ରଖେ । ଅନୁସୂଚିତ ଜାତି ସମାଜରୁ 3 ଜଣଙ୍କୁ କରାଯାଇଛି ମନ୍ତ୍ରୀ । ଜନସଂଖ୍ୟା ଆଧାରରେ ସର୍ବାଧିକ ଅନୁସୂଚିତ ଜାତି ଉତ୍ତରପ୍ରଦେଶରେ ଅଛନ୍ତି । ସେହିପରି ୟୁପିରେ ଓବିସି ସମାଜର ଦବଦବା ରହିଥାଏ । ଏଣୁ ଏହି ସମାଜରୁ 3 ଜଣଙ୍କୁ ମନ୍ତ୍ରୀମଣ୍ଡଳରେ କରାଯାଇଛି ସାମିଲ ।

ଅନ୍ୟପକ୍ଷେ ରାଜ୍ୟରେ ସବର୍ଣ୍ଣଙ୍କର ଭୋଟ ମଧ୍ୟ ବେଶ ମହତ୍ବ ରଖେ । ୟୁପିରେ ପାଖାପାଖି 20 ପ୍ରତିଶତ ସବର୍ଣ୍ଣ ଜାତିରୁ ଆସନ୍ତି । ଏମାନଙ୍କ ମଧ୍ୟରୁ 9 ପ୍ରତିଶତ ବ୍ରାହ୍ମଣ । ତେବେ ବ୍ରାହଣଙ୍କୁ ଅଣଦେଖା ବିଜେପି ପାଇଁ ପଡିପାରେ ଭାରି । ଏବହାକୁ ଦୃଷ୍ଟିରେ ରଖି ଏହି କୋଟାରୁ ଅଜୟ ମିଶ୍ରଙ୍କୁ କରାଯାଇଛି ମନ୍ତ୍ରୀ ।

ସେପଟେ କ୍ଷେତ୍ରୀୟ ସମୀକରଣ କଥା ଯଦି କହିବା, ତାହେଲେ ସବୁ କ୍ଷେତ୍ରକୁ ସୁହାଇଲା ଭଳି ମନ୍ତ୍ରୀପଦ ବଣ୍ଟାଯାଇଛି । ବୁନ୍ଦେଲଖଣ୍ଡରୁ ଜଣଙ୍କୁ ମନ୍ତ୍ରୀ କରାଯାଇଥିବାବେଳେ ପଶ୍ଚିମ ୟୁପି, ଅବଧ, ପୂର୍ବାଞ୍ଚଳରୁ 2 ଜଣ ଲେଖାଏଁ ମନ୍ତ୍ରୀଙ୍କୁ ମିଳିଛି ସ୍ଥାନ ।

କ୍ଷେତ୍ରୀୟ ଓ ଜାତିଗତ ସମୀକରଣର ସନ୍ତୁଳନ ରକ୍ଷା କରି ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶ ଦଖଲ କରିବାକୁ କ୍ୟାବିନେଟର ରୂପରେଖ ପ୍ରସ୍ତୁତ ହୋଇଥିଲା । ଯାହାର ଝଲକ ବୁଧବାର ବିସ୍ତାର ପରେ ଦେଖିବାକୁ ମିଳିଛି ।

ସେପଟେ କ୍ୟାବିନେଟ ବିସ୍ତାର ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଡାକ୍ତର ହର୍ଷବର୍ଦ୍ଧନ । ଉତ୍ତରପ୍ରଦେଶରେ ହେବାକୁଥିବା ଆଗାମୀ ବିଧାନସଭା ନିର୍ବାଚନରେ ହର୍ଷବର୍ଦ୍ଧନଙ୍କୁ ଗୁରୁଦାୟିତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ସରକାରରେ ଅଦଳବଦଳର ସମୀକରଣ ଉତ୍ତରପ୍ରଦେଶରେ ବିଜେପିକୁ ସତ୍ତା ବଜାୟ ରଖିବାରେ ସହାୟକ ହେବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details