ନୂଆଦିଲ୍ଲୀ: କୋରୋନା ବିରୁଦ୍ଧରେ ହେବ ନିର୍ଣ୍ଣାୟ ଲଢେଇ। ମହାମାରୀ ବିପକ୍ଷରେ ପହଞ୍ଚଛି ସାରିଛି ମହୋଷୌଧି। ଟୀକାକରଣ ନେଇ କେନ୍ଦ୍ର ପ୍ରସ୍ତୁତ । ଟୀକକରଣ ଟିମ ବି ତୟାର । ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ବିଶ୍ବର ବୃହତ ଟୀକାକରଣ ଅଭିଯାନ । ସକାଳ 10 ବାଜି 30 ମିନିଟିରେ ଟୀକାକରଣ ଅଭିଯାନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l
ଭିଡିଓ କନଫରେନ୍ସି ଜରିଆରେ ମୋଦି ଦେଶର ବିଭିନ୍ନ ଟୀକାକରଣ କେନ୍ଦ୍ର ସହ ଯୋଡି ହୋଇ ଏହାର ଶୁଭାରମ୍ଭ କରିବେ । ଏହା ପରେ ଆରମ୍ଭ ହେବ ଟୀକାକରଣ ଅଭିଯାନ । ପ୍ରାଥମିକ ପର୍ଯ୍ୟାୟରେ 3 କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ସଞ୍ଜିବନୀ । ଏହି ଉଦଘାଟନୀ ଉତ୍ସବରେ ଭୁବନେଶ୍ବର ଓ ସୁନ୍ଦରଗଡ ଯୋଡି ହେବ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 3006 କେନ୍ଦ୍ରରେ ଟୀକକାରଣ କରାଯିବ । ପ୍ରତି କେନ୍ଦ୍ରରେ 100 ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟୀକା । ଟିକା କେନ୍ଦ୍ରରେ 5 ଜଣିଆ ଟିମ ନିୟୋଜିତ ହୋଇଛନ୍ତି । ଟୀକାକରଣ ପାଇଁ ଓଡିଶାର ଏମ୍ସ ସମେତ 161 ଟି ସ୍ଥାନରେ ଟୀକକରଣ କେନ୍ଦ୍ର କରାଯାଇଛି । ଭୁବନେଶ୍ବରର 6ଟି ହସ୍ପିଟାଲରେ ଟିକା ଦିଆଯିବ । ବିଭିନ୍ନ ବର୍ଗର 16 ହଜାର 100 ସ୍ବାସ୍ଥ୍ୟକର୍ମୀଙ୍କୁ ନେବେ ଟିକା । ମଧ୍ୟାହ୍ନ 12 .30ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେବେ । ଟୀକାକରଣ ସପ୍ତାହକୁ 5 ଦିନ କରାଯିବ । ପ୍ରତ୍ୟେକ ଦିନ ସକାଳ 09 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 5 ଟାରେ ଶେଷ ହେବ ।
ଟୀକାକରଣ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରସ୍ତୁତ ରହିଛି । କୋରୋନା ପ୍ରତିଷେଧକ ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଡୋଜ ପହଞ୍ଚି ସାରିଛି । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ 4 ଲକ୍ଷ 8 ହଜାର କୋଭିସିଲ୍ଡ ଓ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ 20 ହଜାର ଡୋଜ ରାଜ୍ୟରେ ପହଞ୍ଚି ସାରିଛି । ଭୁବନେଶ୍ବରରେ କେବଳ କୋଭାକ୍ସିନ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଯେଉଁ ଟିକା ଦିଆଯାଇଥିବା ଏହାର 14 ଦିନ ପରେ ମଧ୍ୟ ସେହି ଟିକା ଦିଆଯିବ ।