ଓଡିଶା

odisha

By

Published : May 13, 2021, 3:58 PM IST

ETV Bharat / bharat

ଜିଲ୍ଲାପାଳଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

ମହାମାରୀ କାରଣରୁ ପ୍ରଭାବିତ ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି
ଜିଲ୍ଲାପାଳଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହାମାରୀ କୋରୋନାର ଦ୍ବିତୀୟ ଲହରୀ । କିଛି ରାଜ୍ୟରେ କୋରୋନା କମୁଥିବାବେଳେ ଆଉ କିଛି ରାଜ୍ୟରେ କ୍ରମାଗତ ବଢୁଛି ସଂକ୍ରମଣ । କିଛି ରାଜ୍ୟରେ ମଧ୍ୟ ଲକଡାଉନ ଅବଧି ବଢାଇ ଦିଆଯାଇଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ତମାମ ଅଧିକାରୀଙ୍କ ସହ ଘନ ଘନ ବୈଠକ କରି ସ୍ଥିତି ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମହାମାରୀ କାରଣରୁ ପ୍ରଭାବିତ ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମଗ୍ର ଦେଶର ବିଭିନ୍ନ ରାଜ୍ୟର କୋରୋନାରେ ଅଧିକ ପ୍ରଭାବିତ ଜିଲ୍ଲା ଗୁଡିକୁ ସମୂହରେ ବଣ୍ଟାଯାଇଛି । ଅଲଗା ଅଲଗା ଦିନରେ ଗୋଟିଏ ଗୋଟିଏ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ପ୍ରଥମ ପର୍ଯ୍ୟାୟ ବୈଠକରେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଛତିଶଗଡ, ପୁଡୁଚେରୀ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡଖଣ୍ଡ, ଓଡିଶା, କେରଳ, ହରିୟାଣାର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏହି ବୈଠକରେ ସାମିଲ ହେବେ । ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବୈଠକରେ ସବୁଠୁ ଅଧିକ ମହାରାଷ୍ଟ୍ରର ଜିଲ୍ଲାପାଳ ସାମିଲ ହେବେ ।

ABOUT THE AUTHOR

...view details