ଓଡିଶା

odisha

ETV Bharat / bharat

CBI ନିର୍ଦ୍ଦେଶକ ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀଙ୍କ ଘରେ ବୈଠକ, ରେସ୍‌ରେ କିଏ ? - CBI ନିର୍ଦ୍ଦେଶ ନିଯୁକ୍ତି

ସିବିଆଇର ନୂଆ ନିର୍ଦ୍ଦେଶକ ନିଯୁକ୍ତି ନେଇ ଚାଲିଛି ମାନସମନ୍ଥନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ 3 ଜଣିଆ ସଦସ୍ୟ ବିଶିଷ୍ଟ କମିଟି ପାଖାପାଖି 2 ଘଣ୍ଟା ଯାଏଁ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

CBI ନିର୍ଦ୍ଦେଶ ନିଯୁକ୍ତି ଉପରେ ପ୍ରଧାନମନ୍ତ୍ରୀଙ୍କ ଘରେ ବୈଠକ, ରେସ୍‌ରେ କିଏ ?
CBI ନିର୍ଦ୍ଦେଶ ନିଯୁକ୍ତି ଉପରେ ପ୍ରଧାନମନ୍ତ୍ରୀଙ୍କ ଘରେ ବୈଠକ, ରେସ୍‌ରେ କିଏ ?

By

Published : May 24, 2021, 10:43 PM IST

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ସିବିଆଇ)ର ନୂଆ ନିର୍ଦ୍ଦେଶକ ନିଯୁକ୍ତି ନେଇ ଚାଲିଛି ମାନସମନ୍ଥନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ 3 ଜଣିଆ ସଦସ୍ୟ ବିଶିଷ୍ଟ କମିଟି ପାଖାପାଖି 2 ଘଣ୍ଟା ଯାଏଁ ଆଲୋଚନା କରିଛନ୍ତି । କିଏ ହେବ ସିବିଆଇ ମହାନିର୍ଦ୍ଦେଶକ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ଅନୁଯାୟୀ, 1984 ବ୍ୟାଚ୍‌ର 3 ଜଣଙ୍କୁ ନେଇ କମିଟି ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏଥିରେ ରାକେଶ ଆସ୍ଥାନା ରେସ୍‌ର ଆଗଧାଡ଼ିରେ ଥିବା କୁହାଯାଉଛି ।

ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ତଥା ଗୁଜୁରାଟ କ୍ୟାଡରର ଆଇପିଏସ ପ୍ରବୀଣ ସିହ୍ନା ଏବେ ସିବିଆଇର ଅତିରିକ୍ତ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ଗତ ବର୍ଷ ଫେବୃଆରୀରେ ତତ୍କାଳୀନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଏବଂ ଉପମୁଖ୍ୟ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଥିବାରୁ ଏହି ପଦବୀ ଖାଲି ପଡିଛି।

ନୂଆ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ ।

ବୈଠକରେ 1984 ବ୍ୟାଚ୍ ଆଇପିଏସ୍ ଅଧିକାରୀଙ୍କ ନାଁ ଉପରେ ଆଲୋଚନା କରାଯାଇଥିଲା। ସିବିଆଇର ପୂର୍ବତନ ଡେପୁଟି ଚିଫ୍ ତଥା ବିଏସ୍ଏଫର ଡିଜି ରକେଶ ଆସ୍ଥାନା, ଏସଏସ ଦେଶୱାଲ ଏବଂ ୱାଇସି ମୋଦିଙ୍କ ନାଁ ରେସ୍‌ରେ ରହିଛି । ଏହି ତିନିଜଣ ଅଧିକାରୀ ସିବିଆଇରେ କାର୍ଯ୍ୟ କରିଛନ୍ତି।

ABOUT THE AUTHOR

...view details