ଲକ୍ଷ୍ନୌ:ଆସନ୍ତାକାଲି(ଗୁରୁବାର) ମେରଟ ଗସ୍ତ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହା ପୂର୍ବରୁ ମେଟର ଷ୍ଟେସନରେ ବମ ବିସ୍ଫୋରଣ ପାଇଁ ଏକ ଧମକପୂର୍ଣ୍ଣ ଚିଠି ଆସିଥିବା ସୂଚନା ମିଳିଛି । ପୋଲିସ ଜୋରଦାର ଛାନଭିନ ଆରମ୍ଭ କରିଛି ।
ରେଳବାଇ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଷ୍ଟେସନ ମାଷ୍ଟର ଏକ ଚିଠି ପାଇଥିଲେ । ଯେଉଁଥିରେ ମେରଟ ଷ୍ଟେସନ ଉଡାଇଦେବାକୁ ଧମକ ଦିଆଯାଇଛି । ଏହାପରେ ସେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ମାତ୍ରେ ରାତାରାତି ପୋଲିସ ପୁଙ୍ଖନାପୁଙ୍ଖ ତଦନ୍ତ ଆରମ୍ଭ କରିଥିଲା । ହେଲେ ପୋଲିସକୁ କିଛି ମିଳିନଥିଲା । ହେଲେ ପୋଲିସ ହାତବାନ୍ଧି ବସିନାହିଁ । ଏହାପରେ ପଶ୍ଚିମ ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ସତର୍କ ସୂଚନା ଜାରି କରିଛି ପୋଲିସ ।