କୋଲକାତା:ପଶ୍ଚିମବଙ୍ଗ ବର୍ଦ୍ଧମାନ ମେଡିକାଲ କଲେଜ ହସ୍ପିଟାଲରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ପ୍ରଥମ ଶିଶୁଟି ମାଆ ଗର୍ଭରେ ପ୍ରାଣତ୍ୟାଗ କରିଥିଲା । ଏହାପରେ ମେଡିକାଲ ଟିମ ଅନ୍ୟ ଯାଆଁଳ ଶିଶୁଟିକୁ ଗର୍ଭରେ ୧୮ ସପ୍ତାହ ବା ୧୨୫ ଦିନ ପର୍ଯ୍ୟନ୍ତ ଜୀବିତ ରଖାଯାଇଥିଲା । ଅଭିଜ୍ଞ ଡାକ୍ତର ମାତୃଗର୍ଭରେ ଶିଶୁର ସ୍ଥାନକୁ ପରିବର୍ତ୍ତନ କରିଥିଲେ । ଏହାପରେ ଗତ ୧୪ ତାରିଖରେ ମହିଳା ଜଣକ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଶିଶୁ ସୁସ୍ଥ ରହିଥିବା ବେଳେ ବର୍ଦ୍ଧମାନ ମେଡିକାଲ କଲେଜ ଓ ମହିଳାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।
ମିଳିଥିବା ସୂଚନା ଅନୁସାରେ ବର୍ଦ୍ଧମାନ ମେଡିକାଲ କଲେଜ ହସ୍ପିଟାଲରେ ଚଳିତ ବର୍ଷ ଜୁଲାଇ ମାସରେ ୪୧ ବର୍ଷୀୟ ମହିଳା ଭର୍ତ୍ତି ହୋଇଥିଲେ । ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ତାଙ୍କ ଗର୍ଭରେ ୨ଟି ସନ୍ତାନ ରହିଛି । ହେଲେ ଦୁର୍ଭାଗ୍ୟବଶତଃ ଯାଆଁଳ ଶିଶୁ ମଧ୍ୟରୁ ଜଣେ ଶିଶୁ ମାତୃ ଗର୍ଭରେ ହିଁ ପ୍ରାଣତ୍ୟାଗ କରିଥିଲା । ଏହାପରେ ଅନ୍ୟ ଶିଶୁଟିକୁ ମାତୃଗର୍ଭରେ ଜୀବିତ ରଖିବା ଡାକ୍ତରୀ ଟିମ ପାଇଁ ଆହ୍ବାନ ଥିଲା । ଏଭଳି ଜଟିଳ ପରିସ୍ଥିତିରେ ଡାକ୍ତରୀ ଟିମ ଯାଆଁଳ ଶିଶୁର ସ୍ଥାନ ପରିବର୍ତ୍ତନ କରିଥିଲେ । ଏହି ସମୟରେ ଗର୍ଭ ସଂକ୍ରମିତ ହେବାର ମଧ୍ୟ ଆଶଙ୍କା ରହିଥିଲା ।
ଏହା ବି ପଢନ୍ତୁ- Garbha Sanskar: ସଂସ୍କାରୀ ଶିଶୁ ଜନ୍ମ ପାଇଁ ଗୀତା ରାମାୟଣ ପଢିବାକୁ ଗର୍ଭବତୀଙ୍କୁ RSSର ପରାମର୍ଶ