ଭୋପାଳ:ମଧ୍ୟପ୍ରଦେଶ ସତପୁଲା ବଜାର ନିକଟରେ ରହିଛି ମେକାନିକ୍ ମହମ୍ମଦ ଅକରମଙ୍କ ଗ୍ୟାରେଜ । ଯିଏକି ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଆବର୍ଜନାରୁ ସେ ନିଜ କୌଶଳକୁ ବ୍ୟବହାର କରି ଏକ ଚମତ୍କାର, ଆକର୍ଷଣୀୟ ସ୍କୁଟର ନିର୍ମାଣ କରିଛନ୍ତି । ଏହାର ନାମ ସେ ସୁପର ସ୍କୁଟର ରଖିଥିବାବେଳେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମହମ୍ମଦଙ୍କ ପତ୍ନୀ ପୁରୁଣା ସ୍କୁଟରରେ ବସିବାକୁ ଅମଙ୍ଗ ହେବାରୁ ସେ ୭୦ରୁ ୮୦ ହଜାର ଟଙ୍କା ଖର୍ଚ୍ଚ କରି ଏଭଳି ସୁନ୍ଦର ସ୍କୁଟର ନିର୍ମାଣ କରିଥିବା କହିଛନ୍ତି ।
ସ୍କୁଟରରେ ରହିଛି କ୍ୟାମେରା ଓ ମ୍ୟୁଜିକ ସିଷ୍ଟମ:-
ସ୍କୁଟରରେ କ୍ୟାମେରା ଓ ମ୍ୟୁଜିକ୍ ସିଷ୍ଟମ ରହିଥିବାବେଳେ ଏହି ପୁରା ସ୍କୁଟରଟି ଆଲୋକ ସହିତ ସଜ୍ଜିତ ହୋଇଛି । ରାସ୍ତା ଦେଇ ଏହି ସ୍କୁଟରଟି ଯାଉଥିବା ସମୟରେ ଲୋକମାନେ ଏହାକୁ ଦେଖିବା ପାଇଁ କ୍ଷଣେ ରହି ଯାଉଛନ୍ତି । ଏହି ସ୍କୁଟରକୁ ସହିତ ଲୋକମାନେ ସେଲଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି । କେବଳ ଜବଲପୁର ନୁହେଁ, ବରଂ ଏହି ସ୍କୁଟର ମଧ୍ୟପ୍ରଦେଶର ଅନେକ ଜିଲ୍ଲା ଦେଇ ଯାଇଛି । ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ଭିଡ଼ ଜମାଉଛନ୍ତି । ଲୋକମାନେ ବର୍ତ୍ତମାନ ଏହାକୁ 'ସୁପର ସ୍କୁଟର'ର ନାମ ଦେଇଛନ୍ତି । ଏହି ସ୍କୁଟରକୁ ନିର୍ମାଣ କରିବା ପାଇଁ ତାଙ୍କୁ ୪ରୁ ୫ ମାସ ସମୟ ଲାଗିଛି । ଏଭଳି ସ୍କୁଟର କିଣିବା ପାଇଁ ଲୋକେ ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେ ନିଜ ପ୍ରଚେଷ୍ଟାରେ ଏଭଳି ସ୍କୁଟରକୁ ତିଆରି କରିପାରିଛନ୍ତି ।
ପୁରୁଣା ସ୍କୁଟରରେ ବସିବାକୁ ଅମଙ୍ଗ ହେଉଥିଲେ ପତ୍ନୀ:-