ଓଡିଶା

odisha

ETV Bharat / bharat

ସ୍ବପ୍ନ ହେଲା ବାସ୍ତବ, ହାତରେ ତିଆରି କଲେ ବିଶ୍ବର ଦାମୀ କାର - ଲାମ୍ବରଗିନି ଆସାମ

କିଛି କମ ଲୋକ ଥିବେ ଯିଏ କି ଲାମ୍ବରଗିନି ସମ୍ପର୍କରେ ଶୁଣିନଥିବେ । ଏହି ଦାମୀ କାରର ମାଲିକ ହେବା ପାଇଁ ଅନେକଙ୍କ ସ୍ବପ୍ନ ଥିବା ବେଳେ ଗାଡି ମେକାନିକ ହୋଇ ମଧ୍ୟ ନିଜ ସ୍ବପ୍ନକୁ ସେ ଦେଇଛନ୍ତି ବାସ୍ତବ ରୂପ । ଦେଖନ୍ତୁ, ଆସାମ କରିଗଞ୍ଜ ଜିଲ୍ଲାର ଏହି ଲାମ୍ବରଗିନି ପ୍ରେମୀଙ୍କ କାହାଣୀ....

ସ୍ବପ୍ନ ହେଲା ବାସ୍ତବ, ହାତରେ ତିଆରି କଲେ ବିଶ୍ବର ଦାମୀ କାର
ସ୍ବପ୍ନ ହେଲା ବାସ୍ତବ, ହାତରେ ତିଆରି କଲେ ବିଶ୍ବର ଦାମୀ କାର

By

Published : Jun 29, 2021, 10:42 PM IST

ଦିସପୁର: କିଛି କମ ଲୋକ ଥିବେ, ଯେ କି ଲାମ୍ବରଗିନି ଗାଡି ସମ୍ପର୍କରେ ଶୁଣିନଥିବେ । ଲାମ୍ବରଗିନି ଭଳି ଦାମୀ ଗାଡିର ଗୋଟିଏ ବି ମଡେଲର ମାଲିକ ହେବା କାହାର ବି ସ୍ବପ୍ନ ହୋଇପାରେ । ଏହି କମ୍ପାନୀ ଗାଡିର ମୂଲ୍ୟ ଢେର ଅଧିକ ଥିବାରୁ ଏହାର ମାଲିକ ହେବାର ସ୍ବପ୍ନ କିଛି ଲୋକଙ୍କ ବଳିପଡିଯାଏ । କିନ୍ତୁ ଆସାମ କରିମଗଞ୍ଜ ଜିଲ୍ଲାର ଏହି ଲାମ୍ବରଗିନି ପ୍ରେମୀଙ୍କ ସ୍ବପ୍ନ ବଳି ପଡିନାହିଁ, ବରଂ ସେ ନିଜ ହାତରେ ନିଜ ସଂସ୍କରଣରେ ଗଢିଛନ୍ତି ଲାମ୍ବରଗିନି । ଲକଡାଉନ ସମୟକୁ ଉପଯୋଗ କରି ସେ ଏଭଳି ଷ୍ଟାଇଲିସ ଗାଡିକୁ ନିଜ ହାତରେ ତିଆରି କରିଛନ୍ତି ।

ସ୍ବପ୍ନ ହେଲା ବାସ୍ତବ, ହାତରେ ତିଆରି କଲେ ବିଶ୍ବର ଦାମୀ କାର

କରିମଗଞ୍ଜ ଜିଲ୍ଲାର ଏହି ଯୁବକ ପ୍ରକୃତରେ ଗୋଟିଏ ସ୍ବିଫ୍ଟ କାରକୁ ଲାମ୍ବରଗିନିରେ ପରିଣତ କରିଛନ୍ତି । ପେଶାରେ ନରୁଲ ହେଉଛନ୍ତି ଜଣେ କାର ମେକାନିକ । ଲକଡାଉନ ସମୟରେ କାମ ନ ମିଳିବାରୁ ସେ ନିଜର ପ୍ରତିଭାକୁ ଏକ ଭିନ୍ନ ଦିଗରେ ଉପଯୋଗ କରିଛନ୍ତି । ଫଳରେ ପୁରୁଣା ସ୍ବିଫ୍ଟ କାରକୁ ସେ ଦାମୀ କାରର ରୂପ ଦେଇଛନ୍ତି । ଏହି କାର୍ଯ୍ୟ ପାଇଁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏହି ସୁନ୍ଦର ଗାଡିର ଟିକେ ଝଲକ ଦେଖିବା ପାଇଁ ନରୁଲଙ୍କ ଘର ଆଗରେ ଲାଗୁଛି ଲମ୍ବା ଲାଇନ ।

ନରୁଲ କିଛି ବନ୍ଧୁଙ୍କ ସହାୟତାରେ କାରକୁ ମଡିଫାଏ କରି ଦାମୀ ଗାଡିର ଲୁକ୍‌ ଦେଇଛନ୍ତି । ଏହି କାର୍ଯ୍ୟରେ ଏପର୍ଯ୍ୟନ୍ତ ସେ ଖର୍ଚ୍ଚ କରିଛନ୍ତି 6 ଲକ୍ଷ 20 ହଜାର ଟଙ୍କା । ସ୍ଥାନୀୟ ଓ ଘର ଲୋକଙ୍କଠାରୁ ପ୍ରୋତ୍ସାହନ ମିଳିବା ପରେ ଆଉ ଆଗକୁ ବଢିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ନିଜର ଡ୍ରିମ କାର ଫରାରୀକୁ ତିଆରି କରିବା ପାଇଁ ସେ ଉଦ୍ୟମ ଚଲାଇଛନ୍ତି । କିନ୍ତୁ ଦୁଃଖର କଥା ହେଉଛି, ନରୁଲଙ୍କୁ ଏଯାଏଁ ତାଙ୍କ କଠିନ ପରିଶ୍ରମର ମୂଲ୍ୟ ମିଳିନାହିଁ । ନିଜ ଦମରେ ଏଭଳି ଗାଡି ତିଆରି କରି ନରୁଲ ଖୁସି ଥିବା ବେଳେ ଗାଡିଟି ରାସ୍ତାରେ ଏଯାଏଁ ଗଡି ପାରିନଥିବାରୁ ସେ ସାମାନ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଆବଶ୍ୟକ କାଗଜପତ୍ର ନଥିବାରୁ ସାମାନ୍ୟ ଭାଙ୍ଗିପଡିଛନ୍ତି ସେ । ସଂଶୋଧିତ ଗାଡିର କାଗଜପତ୍ର ତିଆରି କରିବାରେ ଅସୁବିଧା ହେଉଥିବାରୁ ଏଯାଏଁ ସେ ଗାଡି ପଞ୍ଜୀକରଣ କରିପାରିନାହାନ୍ତି ।

ସ୍ବପ୍ନର ଗାଡିକୁ ତ ତିଆରି କରିଦେଇଛନ୍ତି ନରୁଲ । କିନ୍ତୁ ରାସ୍ତା ଉପରେ ନିଜ ସ୍ବପ୍ନର ଗାଡିକୁ ଦେଖିବା ପାଇଁ ସେ ଚାହିଁ ରହିଛନ୍ତି । ଯାହା ପାଇଁ କେତେ ଦିନ ଲାଗିବ ସେ ଜାଣିନାହାନ୍ତି । ତଥାପି ଏକ ଛୋଟିଆ ଆଶାର କିରଣ ନେଇ ନିଜ ସେ ସ୍ବପ୍ନ ପଥରେ ଆଗେଇ ଚାଲିଛନ୍ତି । ସ୍ବପ୍ନକୁ ବାସ୍ତବ ରୂପ ଦେବା ପାଇଁ ରାଜ୍ୟ ସରକାରଙ୍କୁ ସେ ଅନୁରୋଧ ମଧ୍ୟ କରିଛନ୍ତି । ତେବେ ସରକାର ଯଦି ତାଙ୍କ ଅନୁରୋଧକୁ ପୂରଣ କରନ୍ତେ, ନରୁଲଙ୍କୁ କଠିନ ପରିଶ୍ରମର ମୂଲ୍ୟ ନିଶ୍ଚୟ0 ମିଳିପାରନ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details