ଓଡିଶା

odisha

ETV Bharat / bharat

କୋରୋନାରୁ ଶିଶୁଙ୍କୁ ରକ୍ଷା କରିବ ମିଳିମିଳା ଟିକା - SARS-CoV-2

ମିଳିମିଳା ଟିକା ଶିଶୁଙ୍କୁ କୋରୋନା ଭୂତାଣୁ ସଂକ୍ରମଣରୁ ରୋକିପାରିବ । ପୁଣେର ବିଜେ ମେଡିକାଲ କଲେଜ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ମଧ୍ୟ ଦର୍ଶାଯାଇଛି ଯେ, ମିଳିମିଳା ଟିକା କୋରୋନା ଭୂତାଣୁ ବା SARS-CoV-2 ବିରୋଧରେ ୮୭.୫% ପ୍ରଭାବୀ। ଅଧିକ ପଢନ୍ତୁ...

କୋରୋନାରୁ ଶିଶୁଙ୍କୁ ରକ୍ଷା କରିବ ମିଳିମିଳା ଟିକା
କୋରୋନାରୁ ଶିଶୁଙ୍କୁ ରକ୍ଷା କରିବ ମିଳିମିଳା ଟିକା

By

Published : Jun 24, 2021, 8:11 AM IST

ନୂଆଦିଲ୍ଲୀ: ସମ୍ଭାବ୍ୟ କୋରୋନାର ତୃତୀୟ ଲହର ଶିଶୁମାନଙ୍କ ପାଇଁ ଅଧିକ ଆକ୍ରାନ୍ତ ହେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଅନେକ ପ୍ରକାରର ଖବର ପ୍ରସାରିତ ହେଉଛି। ଏପରିକି ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ଜାରି ରହିଛି। ତେବେ ଏହା ମଧ୍ୟରେ ଭାରତର ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମିଳିମିଳା ଟିକା ଶିଶୁଙ୍କୁ କୋରୋନା ଭୂତାଣୁ ସଂକ୍ରମଣରୁ ରୋକିପାରିବ ।

ପୁଣେର ବିଜେ ମେଡିକାଲ କଲେଜ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ମଧ୍ୟ ଦର୍ଶାଯାଇଛି ଯେ, ମିଳିମିଳା ଟିକା କୋରୋନା ଭୂତାଣୁ ବା SARS-CoV-2 ବିରୋଧରେ ୮୭.୫% ପ୍ରଭାବୀ। ପିୟର ରିଭ୍ୟୁଡ ଜର୍ନାଲ ହ୍ୟୁମାନ୍ ଭ୍ୟାକ୍ସିନ୍ ଏବଂ ଇମ୍ୟୁନୋଥେରାପିଟିକ୍ସରେ ପ୍ରକାଶିତ ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ ମିଳିମିଳା ଟିକା ପିଲାମାନଙ୍କରେ SARS-CoV-2 ସଂକ୍ରମଣରୁ ଦୀର୍ଘକାଳୀନ ସୁରକ୍ଷା ଦେଇପାରେ।

ଏହା ହେଉଛି ବିଶ୍ବର ପ୍ରଥମ ଅଧ୍ୟୟନ । ଏହି ଅଧ୍ୟୟନର ମୁଖ୍ୟ ଅନୁସନ୍ଧାନକାରୀ ଶିଶୁରୋଗ ବିଶେଷଜ୍ଞ ଡ. ନୀଲେଶ ଗୁଜାର କହିଛନ୍ତି ଯେ, କୋଭିଡ -19 ଟିକା ଉପଲବ୍ଧ ନହେବା ପର୍ଯ୍ୟନ୍ତ ଏମଏମଆର ଟିକା ପିଲାମାନଙ୍କୁ ସୁରକ୍ଷା ଦେବ। ଏପରିକି ଯଦି ବୟସ୍କମାନେ ମିଳିମିଳା ଟିକା ନିଅନ୍ତି ତେବେ ସେମାନଙ୍କ ଠାରେ କୋରୋନା ସଂକ୍ରମଣର ଗୁରୁତର ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details