ଓଡିଶା

odisha

By

Published : Mar 9, 2021, 9:59 PM IST

ETV Bharat / bharat

ବ୍ରିଟେନ ସଂସଦରେ କୃଷି ଆଇନ ଆଲୋଚନାକୁ ଭାରତର ବିରୋଧ, ସମନ ଜାରି କଲା ବୈଦେଶିକ ମନ୍ତ୍ରଣାଳୟ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା ବ୍ରିଟିଶ ହାଇ କମିଶନରଙ୍କୁ ସମନ ପଠାଇ ବ୍ରିଟିଶ ସଂସଦରେ ଭାରତର କୃଷି ଆଇନ ଉପରେ ଅଯଥା ତଥା ପ୍ରବୃତ୍ତିମୂଳକ ଆଲୋଚନାକୁ ଦୃଢ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ବ୍ରିଟେନ ସଂସଦରେ କୃଷି ଆଇନ ଆଲୋଚନାକୁ ଭାରତର ବିରୋଧ, ସମନ ଜାରି କଲା ବୈଦେଶିକ ମନ୍ତ୍ରଣାଳୟ
ବ୍ରିଟେନ ସଂସଦରେ କୃଷି ଆଇନ ଆଲୋଚନାକୁ ଭାରତର ବିରୋଧ, ସମନ ଜାରି କଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତରେ କୃଷି ସଂସ୍କାର ଉପରେ ବ୍ରିଟେନ ସଂସଦରେ ଅବାଞ୍ଛିତ ଆଲୋଚନା ବିରୋଧରେ ଭାରତର କଡା ଆଭିମୁଖ୍ୟ । ଏନେଇ ବ୍ରିଟେନ ହାଇ କମିଶନରଙ୍କୁ ସମନ ପଠାଇଛି ଭାରତ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା ବ୍ରିଟିଶ ହାଇ କମିଶନରଙ୍କୁ ସମନ ପଠାଇ ବ୍ରିଟିଶ ସଂସଦରେ ଭାରତର କୃଷି ଆଇନ ଉପରେ ଅଯଥା ତଥା ପ୍ରବୃତ୍ତିମୂଳକ ଆଲୋଚନାକୁ ଦୃଢ ବିରୋଧ କରିଛନ୍ତି । ବୈଦେଶିକ ସଚିବ ସ୍ପଷ୍ଟ କରିଛନ୍ତି ଯେ ଏହା ଅନ୍ୟ ଗଣତାନ୍ତ୍ରିକ ଦେଶର ରାଜନୀତିରେ ଚରମ ହସ୍ତକ୍ଷେପକୁ ଦର୍ଶାଉଛି । ସେ କହିଛନ୍ତି, ବ୍ରିଟିଶ ସାଂସଦମାନେ ଘଟଣାର ଭୁଲ ତଥ୍ୟ ଉପସ୍ଥାପନ କରି ଭୋଟ ବ୍ୟାଙ୍କ ରାଜନୀତି ଅଭ୍ୟାସରୁ ନିବୃତ୍ତ ହେବା ଉଚିତ ।

ଭାରତର କୃଷି ଆଇନ ବ୍ରିଟିଶ ସଂସଦରେ ଚର୍ଚ୍ଚାର ବିଷୟ ପାଲଟିଛି ଯେତେବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି । ବ୍ରିଟେନରେ G7 ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ଏହାପୂର୍ବରୁ ବ୍ରିଟେନରେ ଥିବା ଭାରତୀୟ ମିଶନ କଡା ବିବୃତ୍ତି ଜାରି କରି ବ୍ରିଟେନର ବାକ୍‌ ସ୍ୱାଧୀନତା ତଥା ଚାଷୀ ଆନ୍ଦୋଳନକୁ ଏକପାଖିଆ ଏବଂ ମିଥ୍ୟା ଧାରଣା ଉପରେ ପ୍ରତିକ୍ରିୟା ଦେଇଥିଲେ ।

ABOUT THE AUTHOR

...view details