ଓଡିଶା

odisha

By

Published : Feb 18, 2022, 6:43 AM IST

ETV Bharat / bharat

ମନମୋହନ ସିଂଙ୍କୁ ଜବାବ ଦେଲେ EAM ମୁଖପାତ୍ର ଅରିନ୍ଦମ ବାଗଚୀ

ମନମୋହନ ସିଂଙ୍କ ବିଦେଶ ନୀତିର ବିଫଳତା ନେଇ ଅଭିଯୋଗର ଜବାବ ରଖିଛି ବୈଦେଶିକ ମନ୍ତ୍ରଣାଳୟ । ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ପୂ୍ର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଠାରୁ ଏହିପରି ମନ୍ତବ୍ୟ ଆଶା କରାଯାଇ ନପାରେ । ଅଧିକ ପଢନ୍ତୁ

ଅରିନ୍ଦମ ବାଗଚୀ
ଅରିନ୍ଦମ ବାଗଚୀ

ନୂଆଦିଲ୍ଲୀ:ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Elections) ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂ (Manmohan Singh) ଏକ ଭିଡିଓ ଜରିଆରେ ଭାରତ ସରକାର ଓ ବିଜେପି ଉପରେ ଆକ୍ରମଣ କରିଛନ୍ତି । ଭିଡିଓ ବାର୍ତ୍ତା ଜରିଆରେ ମନମୋହନ ସିଂ ମୋଦି ସରକାରଙ୍କ ଏକାଧିକ ନୀତି ଉପରେ ପ୍ରଶ୍ନ କରିଛନ୍ତି ।

ବିଶେଷ କରି ବିଦେଶ ନୀତି (Foreign Policy)କୁ ନେଇ ମନମୋହନ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ବିଦେଶ ନୀତିକୁ ନେଇ ମୋଦି ସରକାର ପୁରା ବିଫଳ ହୋଇଥିବା ମନମୋହନ କହିଛନ୍ତି । ଚୀନ ସେନା ଗୋଟିଏ ବର୍ଷରୁ ଅଧିକ ସମୟ ଧରି ସୀମାରେ ମୁତୟନ ଅଛି । କିନ୍ତୁ ଆମ ସରକାର ଏହା ମାନିବାକୁ ନାରାଜ ବୋଲି କହିଛନ୍ତି ।

ଏପଟେ ମନମୋହନ ସିଂଙ୍କ ବିଦେଶ ନୀତିର ବିଫଳତା ନେଇ ଅଭିଯୋଗର ଜବାବ ରଖିଛି ବୈଦେଶିକ ମନ୍ତ୍ରଣାଳୟ । ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଠାରୁ ଏହିପରି ମନ୍ତବ୍ୟ ଆଶା କରାଯାଇ ନପାରେ । ସେ(ମନମୋହନ) ବୈଦେଶିକ ମନ୍ତ୍ରଣାଳୟର ନୀତିକୁ ନେଇ ଦେଇଥିବା ବୟାନ ସମ୍ପୂର୍ଣ୍ଣ ରୂପେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏଥିରେ କୌଣସି ସତ୍ୟତା ନାହିଁ । ଗତ 7 ବର୍ଷ ଧରି ଭାରତର ବୈଦେଶିକ ନୀତି କଣ ରହିଛି ତାହା ଦେଶବାସୀ ଜାଣନ୍ତି । ଏହାସହ ବିଶ୍ବ ମଞ୍ଚରେ ଭାରତର ସ୍ବୀକୃତି, ସମ୍ମାନ ଓ ଗୁରୁତ୍ବ ବଢିବାରେ ଲାଗିଛି ।

ଆଉ ଯେଉଁଠି ଭାରତ-ଚୀନ ସୀମାକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ଭାରତ ନିଜର ଅଖଣ୍ଡତା ସାର୍ବଭୌମତ୍ବର ସୁରକ୍ଷା ଓ ସମ୍ମାନ ପାଇଁ ବଦ୍ଧପରିକର । କୌଣସି ସ୍ଥିତିରେ ଭାରତ ସୀମାକୁ ନେଇ କୌଣସି ବୁଝାମଣା କରିବ ନାହିଁ । ଭାରତ ନିଜର ଅଖଣ୍ଡତା ରକ୍ଷା ପାଇଁ ପୁରା ସକ୍ଷମ । କୌଣସି ରାଷ୍ଟ୍ରର ଶକ୍ତି ନାହିଁ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିପାରିବ ନାହିଁ । ବିଦେଶ ନୀତିକୁ ନେଇ କୌଣସି ସନ୍ଦେହ କେହି କରିବା ଅନୁଚିତ ବୋଲି ଅରିନ୍ଦମ କହିଛନ୍ତି ।

@ANI

ABOUT THE AUTHOR

...view details