ଓଡିଶା

odisha

By

Published : May 17, 2023, 12:28 PM IST

ETV Bharat / bharat

ଆମେରିକାର ଧାର୍ମିକ ସ୍ବାଧୀନତା ରିପୋର୍ଟକୁ ଖଣ୍ଡନ କଲା ଭାରତ

ଭାରତରେ ଧାର୍ମିକ ଅଧିକାର ଉଲ୍ଲଂଘନ ସମ୍ପର୍କିତ ଆମେରିକାର ରିପୋର୍ଟକୁ ଖଣ୍ଡନ କଲା ବୈଦଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ଆମେରିକାର ଧାର୍ମିକ ସ୍ବାଧିନତା ରିପୋର୍ଟକୁ ଖଣ୍ଡନ କଲା ଭାରତ
ଆମେରିକାର ଧାର୍ମିକ ସ୍ବାଧିନତା ରିପୋର୍ଟକୁ ଖଣ୍ଡନ କଲା ଭାରତ

ନୂଆଦିଲ୍ଲୀ:ଆମେରିକା ପକ୍ଷରୁ ଦିନକ ତଳେ ବିଭିନ୍ନ ଦେଶର ଧାର୍ମିକ ସ୍ବାଧୀନତା ଉପରେ ପ୍ରସ୍ତୁତ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଅଭିଯୋଗ କରାଯାଇଥିଲା ଯେ, ଭାରତରେ ଧାର୍ମିକ ଅଧିକାରର ଉଲ୍ଲଂଘନ ହେଉଛି । ମୁସଲିମ ଓ ଖ୍ରୀଷ୍ଟିଆନ ଭଳି ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ କରାଯାଉଛି । ମଙ୍ଗଳବାର ଆମେରିକାର ଏହି ସଦ୍ୟତମ ରିପୋର୍ଟକୁ ଭାରତ ମିଥ୍ୟା ଓ ପକ୍ଷପାତପୂର୍ଣ୍ଣ କହି ଦୃଢ ଭାବରେ ଖଣ୍ଡନ କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ମନଗଢା ତଥ୍ୟ ଏବଂ ଭୁଲ୍ ବୁଝାମଣା ଆଧାରରେ ରିପୋର୍ଟ ପ୍ରସ୍ତୁତ କରିଯାଇଛି । ରିପୋର୍ଟରେ କିଛି ଆମେରିକୀୟ ଅଧିକାରୀଙ୍କ ଭାରତ ବିରୋଧରେ ଉଦ୍ଦେଶ୍ୟମୂଳକ ଓ ପକ୍ଷପାତପୂର୍ଣ୍ଣ ଟିପ୍ପଣୀ ଏହାର ବିଶ୍ବସନୀୟତା କମାଇଛି ।

ଆମେରିକାର ଧାର୍ମିକ ସ୍ବାଧିନତା ରିପୋର୍ଟକୁ ଖଣ୍ଡନ କଲା ଭାରତ

ବାଗଚୀ ଆହୁରିମଧ୍ୟ କହିଛନ୍ତି, "ଆମେରିକା ସହ ରହିଥିବା ସହାଭାଗିତାକୁ ଭାରତ ସଦାସର୍ବଦା ଗୁରୁତ୍ବ ଦେଇଆସିଛି ଏବଂ ଆଗକୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା ଜାରି ରଖିବ ।" କହିରଖୁଛୁ କି, ଗତ ସୋମବାର ଦିନ ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଧାର୍ମିକ ଅଧିକାର ଉପରେ ପ୍ରସ୍ତୁତ ଉକ୍ତ ରିପୋର୍ଟ ପ୍ରକାଶିତ ହୋଇଥିଲା । ବୈଦେଶିକ ସଚିବ ଆନ୍ଥୋନି ବ୍ଲିଙ୍କେନ ଏହାକୁ ପ୍ରକାଶ କରି ଗଣମାଧ୍ୟମକୁ କହିଥିଲେ ଯେ, ଏହି ରିପୋର୍ଟରେ ବିଶ୍ବର ୨୦୦ଟି ରାଷ୍ଟ୍ରରେ ଧାର୍ମିକ ସ୍ବାଧୀନତାର ସ୍ଥିତି ସମ୍ପର୍କରେ ଏକ ତଥ୍ୟ ସମ୍ବଳିତ ବିସ୍ତୃତ ଚିତ୍ର ପ୍ରଦାନ କରାଯାଇଛି । କିନ୍ତୁ ନିଜ ମନ୍ତବ୍ୟରେ ସେ ଭାରତ ସମ୍ପର୍କରେ କୌଣସି ବର୍ଣ୍ଣନା କରିନଥିଲେ ।

ରିପୋର୍ଟ ଜାରି ହେବା ପରେ ଆମେରିକାର ରସଦ ହୁସେନ ନାମକ ବରିଷ୍ଠ ଅଧିକାରୀ କହିଥିଲେ ଯେ, ଭାରତ, ଋଷିଆ, ଚୀନ ଏବଂ ସାଉଦ ଆରବ ସମେତ କେତେକ ସରକାର ନିର୍ଦ୍ଦିଷ୍ଟ ଧାର୍ମିକ ସମ୍ପ୍ରଦାୟକୁ ଖୁଲମଖୁଲା ଟାର୍ଗେଟ କରୁଛନ୍ତି । ସେହିସବୁ ଦେଶରେ ସଂଖ୍ୟାଲଘୁ ଗୋଷ୍ଠୀକୁ ନିଶାନା କରାଯାଉଛି ।

ଆମେରିକାର ଉକ୍ତ ରିପୋର୍ଟରେ ଭାରତରେ ମୁସଲିମ, ଖ୍ରୀଷ୍ଟିଆନ, ଦଳିତଙ୍କ ପ୍ରତି ହିଂସା ବାବଦରେ ବର୍ଣ୍ଣନା କରାଯାଇଛି । ଏହାସହିତ ଭାରତର ଧର୍ମାନ୍ତରଣ ବିରୋଧୀ ଆଇନକୁ କଡା ସମାଲୋଚନା କରାଯାଇଛି । ଏପରିକି କାଶ୍ମୀର ହିନ୍ଦୁଙ୍କ ଦୁର୍ଦ୍ଦଶା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି । ରିପୋର୍ଟରେ ଅଭିଯୋଗ ହୋଇଛି ଯେ, ଇସଲାମିକ ଆତଙ୍କୀଙ୍କ ଦ୍ବାରା ବାରମ୍ବାର ଟାର୍ଗେଟ ହେବା ସତ୍ତ୍ବେ ଭାରତ ସରକାର କାଶ୍ମୀର ହିନ୍ଦୁଙ୍କୁ ଉପତ୍ୟାକା(କାଶ୍ମୀର) ଛାଡିବାକୁ ଅନୁମତି ଦେଉନାହାନ୍ତି ।

ଆମେରିକାର ଏହି ଧାର୍ମିକ ସ୍ବାଧୀନତା ରିପୋର୍ଟ ଉପରେ ଭାରତ କଡ଼ା ପ୍ରତିକ୍ରିୟା ଦେଇଛି । ଏହାକୁ ଅସତ୍ୟ, ମନଗଢା ଏବଂ ପକ୍ଷପାତପୂର୍ଣ୍ଣ କହି ଖଣ୍ଡନ କରିଛି । ତେବେ କିଛି ଦିନ ଆଗରୁ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦି ଓ ଗୁଜୁରାଟ ଦଙ୍ଗାକୁ ନେଇ ଏକ ବିବାଦୀୟ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଥିଲା । ଏହାକୁ ନେଇ ବି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭତ୍ସର୍ନା କରାଯାଇଥିଲା ।

ABOUT THE AUTHOR

...view details