ନୂଆଦିଲ୍ଲୀ: ଆଫଗାନିସ୍ତାନର ଯୁଦ୍ଧ ଭୂଖଣ୍ଡରେ ଫସିଥିବା ପ୍ରତିଟି ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ବଡ ପଦକ୍ଷେପ । ଯେକୌଣସି ସ୍ଥିତିରେ ଥିଲେ ମଧ୍ୟ ପ୍ରବାସୀ ଭାରତୀୟ ଓ ଆଫଗାନ ସଂଖ୍ୟାଲଘୁଙ୍କୁ ଫେରାଇ ଆଣିବାକୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।
ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଆଫଗାନରେ ଥିବା ପ୍ରବାସୀ ଓ ସଂଖ୍ୟାଲଘୁ ମାନେ ଜାରି ହୋଇଥିବା ଫୋନ ନମ୍ବରକୁ ଫୋନ କରି ସହାୟତା ନେବାକୁ ପରାମର୍ଶ ଦେଇଛି ମନ୍ତ୍ରଣାଳୟ । ଏହାସହ ଇମେଲ ଯୋଗେ ମଧ୍ୟ ଯୋଗାଯୋଗ କରିବା ପାଇଁ ଇମେଲ ଜାରି ରହିଛି । ଜାରି ହୋଇଥିବା ମୋବାଇଲ ନମ୍ବର ହେଉଛି - +919717785379ଏବଂ ଇମେଲ ହେଉଛି MEAHelpdeskIndia@gmail.com
ଗତକାଲି(ସୋମବାର) ବିଳମ୍ବିତ ରାତ୍ରିରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ପ୍ରତିଟି ପ୍ରବାସୀଙ୍କ ଜୀବନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଆମେ ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସବୁ ପଦକ୍ଷେପ ନେଉଛୁ । କାବୁଲ ଦୂତାବାସ ସହ ନିରନ୍ତର ଯୋଗାଯୋଗରେ ରହିଛୁ । ଆମ ଅଧିକାରୀ ସୁରକ୍ଷିତ ଅଛନ୍ତି ।
ସେହିପରି ଆଫଗାନରେ ଥିବା ସଂଖ୍ୟାଲଘୁ, ଯେଉଁମାନେ ଭାରତ ଆସିବା ପାଇଁ ଚାହିଁବେ ତାଙ୍କୁ ଅଣାଯିବ । ଏହାବାଦ ଆଫଗାନରେ ଥିବା ହିନ୍ଦୁ, ଶିଖ ପ୍ରତିନିଧିଙ୍କ ସହ ଆଲୋଚନା ଜାରି ରହିଛି । ପ୍ରତି ଘଣ୍ଟାରେ ଆବଶ୍ୟକୀୟ ପରାମର୍ଶ ଦିଆଯାଉଛି । ସମସ୍ତ ସ୍ଥିତିକୁ ଗମ୍ଭୀରତାର ସହ ସମାଧାନ ପାଇଁ ପ୍ରୟାସ ହେଉଛି । କାବୁଲ ବିମାନ ବନ୍ଦର ବନ୍ଦ ହୋଇଯାଇଥିବାରୁ ସ୍ଥିତି ଜଟିଳ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି ।
@ANI