ଓଡିଶା

odisha

ETV Bharat / bharat

ରଣକ୍ଷେତ୍ର ପାଲଟିଲା MCD ଗୃହ ! ବିଜେପି ବାଲାଟ ବକ୍ସ ଚୋରି କରିଥିବା ଆପ୍‌ର ଅଭିଯୋଗ - ଷ୍ଟାଣ୍ଡିଂ କମିଟିର ସଦସ୍ୟ ନିର୍ବାଚନ

ଷ୍ଟାଣ୍ଡିଂ କମିଟିର ସଦସ୍ୟ ନିର୍ବାଚନରେ ହଙ୍ଗାମା । ଗୃହରେ ଆପ ଏବଂ ବିଜେପି ସଦସ୍ୟ ମୁହାଁମୁହିଁ ହେବା ସହ ବିଜେପି ବାଲାଟ ବକ୍ସ ଚୋରି କରିଥିବା ଅଭିଯୋଗ କଲା ଆପ । ଅଧିକ ପଢନ୍ତୁ

Standing Committee Election
Standing Committee Election

By

Published : Feb 23, 2023, 10:23 AM IST

Updated : Feb 23, 2023, 10:31 AM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀର ମେୟର ଏବଂ ଡେପୁଟି ମେୟର ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା । ବହୁମତ ହାସଲ କରିଥିବା ଆମ ଆଦମୀ ପାର୍ଟିର ନେତ୍ରୀ ଶେଲି ଓବରୟ ଦିଲ୍ଲୀର ନୂତନ ମେୟର ଭାବରେ ନିର୍ବାଚିତ ହୋଇଥିଲେ । ତେବେ ବୁଧବାର ସନ୍ଧ୍ୟାରେ ୬ ସଦସ୍ୟଙ୍କ ଷ୍ଟାଣ୍ଡିଂ କମିଟିର ସଦସ୍ୟ ନିର୍ବାଚନ ସମୟରେ ଗୃହରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏଭଳି ହୋଇଥିବା ଯେ, ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ରାତି ଯାଏଁ ଚାଲିଥିଲା । ଏହା ନିଗମ ଇତିହାସରେ ପ୍ରଥମ ଘଟଣା ଅଟେ ।

ଆପ ଏବଂ ବିଜେପି ସଦସ୍ୟଙ୍କ ମଧ୍ୟରୋ ଗଣ୍ଡଗୋଳ ହୋଇଥିଲା । ପରସ୍ପର ସହ ଚିତ୍କାର କରି ଝଗଡା, ପାଣି ବୋତଲ ଫିଙ୍ଗିବା, ବାଲାଟ ବକ୍ସ ଫିଙ୍ଗାଫିଙ୍ଗି ହୋଇଥିଲା । ଏହା ନିଗମ ମୁଖ୍ୟାଳୟ ନିର୍ବାଚନରେ ​​ପ୍ରଥମ ଥର ପାଇଁ ହୋଇଥିବା ଜଣାପଡିଛି ।

ସୂଚନାଅନୁସାରେ, ମେୟର ଏବଂ ଡେପୁଟି ମେୟର ନିର୍ବାଚନ ପରେ ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ ନିର୍ବାଚନ ଆରମ୍ଭ ହୋଇଥିଲା । ତେବେ ଏହି ସମୟରେ ଦିଲ୍ଲୀର ନବନିର୍ବାଚିତ ମେୟର ଶେଲି ଓବରୟ କାଉନସିଲରମାନଙ୍କୁ ମୋବାଇଲ ନେଇ ଭିତରକୁ ଯିବାକୁ କହିଥିଲେ । କିନ୍ତୁ ଏହାକୁ ବିଜେପି କାଉନସିଲର ଶିଖା ରାୟ ମତଦାନ ବୁଥକୁ ମୋବାଇଲ ନେବାକୁ ବାରଣ କରିଥିଲେ । ଏହାପରେ ଉଭୟ ପାର୍ଟି ପକ୍ଷରୁ ପ୍ରତିବାଦ କରିବା ସହ ହୋହଲ୍ଲା ଆରମ୍ଭ ହୋଇଥିଲା । ଏହି କାରଣକୁ 1 ଘଣ୍ଟା ମଧ୍ୟରେ ଦୁଇଥର ମତଦାନ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Delhi mayor poll: ଶେଲି ଓବରୟ ଦିଲ୍ଲୀର ନୂଆ ମେୟର, ବିଜେପି ପ୍ରାର୍ଥୀଙ୍କୁ 34 ଭୋଟରେ ହରାଇଲେ

ଏନେଇ ବିଜେପି କାଉନସିଲରମାନେ କହିଛନ୍ତି, ଆମ ଆଦମୀ ପାର୍ଟିର କାଉନସିଲରମାନେ ମତଦାନ କରିବାକୁ ଭୟ କରୁଛନ୍ତି । ତେଣୁ ସେମାନେ ମତଦାନ କେନ୍ଦ୍ରକୁ ମୋବାଇଲ ନେଇ ଭୋଟ ଦେବା ସମୟରେ ଫଟୋ ଉଠାଇ ସଦସ୍ୟଙ୍କୁ ଦେଖାଇବେ ବୋଲି ଏଭଳି କରୁଛନ୍ତି । ଏହା ଠିକ ନୁହେଁ । ଯେତେବେଳେ ମେୟର ଏବଂ ଡେପୁଟି ମେୟର ନିର୍ବାଚନ ସମୟରେ ମୋବାଇଲ ବାରଣ କରାଯାଇଥିଲା ତେବେ ଷ୍ଟାଣ୍ଡିଙ୍ଗ କମିଟି ନିର୍ବାଚନ ସମୟରେ କାହିଁକି ମୋବାଇଲକୁ ଅନୁମତି ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲା ବିଜେପି ।

ଏହି ଘଟଣାକୁ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟ କରି କହିଛନ୍ତି," ଦୀର୍ଘ ୧୭ ବର୍ଷ ଧରି ବିଜେପି ଶାସନଭାର ସମ୍ଭାଳୁଥିବା ବେଳେ ଲୋକଙ୍କୁ ଲୁଟିଥିଲେ । ଏବେ ଯେତେବେଳେ ପରାସ୍ତ ହେଲା ବାଲାଟ ବକ୍ସ ଲୁଟିଲେ । ଗୁଣ୍ଡାଗର୍ଦ୍ଦିର ସୀମା ପାର କରୁଛି ବିଜେପି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2023, 10:31 AM IST

ABOUT THE AUTHOR

...view details