ଚେନ୍ନାଇ:ମେଡିକାଲ କଲେଜରେ ସଂସ୍କୃତରେ ଶପଥ ନେବା ଘଟଣାକୁ ନେଇ ତାମିଲନାଡୁରେ ବଢୁଛି ବିବାଦ । ଗତକାଲି(ଅପ୍ରେଲ ୩୦) ତାମିଲନାଡୁର ମଦୁରାଇ ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଥିବା ଇନଡକ୍ସନ୍ ସମାରୋହକୁ ନେଇ ବିବାଦ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଗତକାଲି ମଦୁରାଇ ମେଡିକାଲ କଲେଜର ପ୍ରଥମ ବର୍ଷର ଏମବିବିଏସ(MBBS) ଛାତ୍ରଛାତ୍ରୀଙ୍କ ଇନଡକ୍ସନ୍ ସମାରୋହ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଛାତ୍ରଛାତ୍ରୀଙ୍କୁ ତାମିଲନାଡୁ ଅର୍ଥମନ୍ତ୍ରୀ ପିଟିଆର ପାଲାନିଭେଲ ଥିଆଗରାଜନଙ୍କ ଧଳା କୋଟ ପ୍ରଦାନ କରିଥିଲେ । ଏହା ପରେ ପ୍ରଥମ ବର୍ଷର ଏମବିବିଏସ(MBBS) ଛାତ୍ରଛାତ୍ରୀ ହିପୋକ୍ରାଟିକ୍ (ଇଂରାଜୀ ଶପଥ)ରେ ଶପଥ ନେବା ପରିବର୍ତ୍ତେ ‘ମହର୍ଷି ଚାରକ ’(ସଂସ୍କୃତ ଶପଥ)ରେ ନେଇଥିଲେ । ଛାତ୍ରଛାତ୍ରୀ ସଂସ୍କୃତରେ ଶପଥ ନେବାକୁ ନେଇ କିଛି ଲୋକ ଏହା ବିରୋଧ କରିବା ସହ ଏବେ ବିବାଦକୁ ବଢିବାକୁ ଲାଗିଛି ।
ଏହି ବିବାଦ ବଢିବା ପରେ ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ମେଡିକାଲ କଲେଜର ଡିନଙ୍କୁ ଅନ୍ୟତ୍ର ବଦଳି କରିବା ସହ ଅପେକ୍ଷା ତାଲିକାରେ ରଖିଛନ୍ତି । ସେପଟେ ଅର୍ଥମନ୍ତ୍ରୀ ପିଟିଆର ପାଲାନିଭେଲ ଥିଆଗରାଜନଙ୍କ ଏହାକୁ ନେଇ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସଂସ୍କୃତରେ ଶପଥ ନେବା ଶୁଣି ମୁଁ ବହୁତ ଆଚମ୍ବିତ ହୋଇଥିଲି । ମାତ୍ର ସବୁବେଳେ ତାମିଲନାଡୁରେ ମେଡିକାଲ ଛାତ୍ରଛାତ୍ରୀ ପାରମ୍ପରିକ ହିପୋକ୍ରାଟିକ୍ ଭାଷାରେ ଶପଥ ନେଇଥାନ୍ତି ।