ଶିମଲା:ନିଯୁକ୍ତି ଅଭାବର ବିକଳ ଚିତ୍ର ହିମାଚଳ ପ୍ରଦେଶ ହମିରପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠି ଉଚ୍ଚ ଶିକ୍ଷିତ ତଥା ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ଆଶାକର୍ମୀ ପାଇଁ ଆବେଦନ କରୁଛନ୍ତି (Highly educated applying for low-paying jobs) । MA, MSc ଓ BEd କରିଥିବା ଛାତ୍ରଛାତ୍ରୀ ବେରୋଜଗାର ଥିବାରୁ ଆଶାକର୍ମୀ ଚାକିରି ପାଇଁ ଆବେଦନ କରିଛନ୍ତି । ଏହି ଘଟଣା ଏବେ ରାଜ୍ୟ ସମେତ ହମିପରୁ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ହମିରପୁର ଜିଲ୍ଲାରେ ଯେତେବେଳେ ଆଶାକର୍ମୀଙ୍କ ନିଯୁକ୍ତି ଦିଆଯାଇଥିଲା ସେତେବେଳେ ଏହା ସାମନାକୁ ଆସିଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରାୟ ୭୧ଟି ଆଶାକର୍ମୀ ପୋଷ୍ଟକୁ ନିଯୁକ୍ତି ଦିଆଯାଇଛି । ଏହି ପୋଷ୍ଟରେ ନିଯୁକ୍ତି ପାଇଥିବା ପ୍ରାୟ ୮୦ ପ୍ରତିଶତ ଲୋକେ ପିଜି ପାଠ୍ୟକ୍ରମ ଶେଷ କରିଛନ୍ତି । ଏହି ପୋଷ୍ଟ ପାଇଁ ଅତି କମରେ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ଯୋଗ୍ୟତା ରହିଥିବା ବେଳେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରି ଅଭାବରୁ ଛାତ୍ରଛାତ୍ରୀ ଏହି ଦାୟିତ୍ବ ତୁଲାଇବାକୁ ବାଧ୍ୟ ହୋଇଛନ୍ତି ।