ଓଡିଶା

odisha

ETV Bharat / bharat

ଡାକ୍ତରଖାନାରେ ଅମ୍ଳଜାନ ଯୋଗାଣ ବଜାୟ ରଖିବାକୁ କେନ୍ଦ୍ରକୁ ମାୟାବତୀଙ୍କ ଅନୁରୋଧ - କେନ୍ଦ୍ରକୁ ମାୟାବତୀଙ୍କ ଅନୁରୋଧ

କୋରୋନା ରୋଗୀଙ୍କ ଚିକିତ୍ସାରେ ଅକ୍ସିଜେନ ଓ ରେମଡେସିଭିରର ଅଭାବ ନେଇ ଆବଶ୍ୟକ ଅମ୍ଳଜାନ ବଣ୍ଟନ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ । ଅଧିକ ପଢନ୍ତୁ...

ବହୁଜନ ସମାଜ ପାର୍ଟିରର ମୁଖ୍ୟ ମାୟାବତୀ
ବହୁଜନ ସମାଜ ପାର୍ଟିରର ମୁଖ୍ୟ ମାୟାବତୀ

By

Published : Apr 19, 2021, 4:01 PM IST

ଲକ୍ଷ୍ନୌ:କୋରୋନା ରୋଗୀଙ୍କ ଚିକିତ୍ସାରେ ଅକ୍ସିଜେନ ଓ ରେମଡେସିଭିରର ଅଭାବ ନେଇ ଆବଶ୍ୟକ ଅମ୍ଳଜାନ ବଣ୍ଟନ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ । ମେଡିକାଲକୁ ଅମ୍ଳଜାନ ବିତରଣ ଦିଗରେ କେନ୍ଦ୍ର ସରକାର ଏ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ମାୟାବତୀ ।

ମେଡିସିନ ଉତ୍ପାଦନ ଓ ଅକ୍ସିଜେନ ବିତରଣରେ ଧ୍ୟାନ ଦେଲେ ଏହାର ବଣ୍ଟନରେ ବ୍ୟାଘାତ ସୃଷ୍ଟି ହେବନି । ବିଭିନ୍ନ ରାଜ୍ୟର ଡାକ୍ତରଖାନାରେ ଅକ୍ସିଜେନ ଓ ମେଡିସିନର ଅଭାବ ଦିଗରେ କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦିଅନ୍ତୁ ବୋଲି ମୁଁ କେନ୍ଦ୍ରକୁ ଅନୁରୋଧ କରିଛି ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ବିଏସପି ମୁଖ୍ୟ । ଏନେଇ ଯଦି ଭ୍ୟାକ୍ସିନ ଉତ୍ପାଦନ କରିବାକୁ ପଡେ ତେବେ କେନ୍ଦ୍ରକୁ ଏହା କରିବାକୁ ପଡିବ ବୋଲି କହିଛନ୍ତି ମାୟାବତୀ ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ କୋଭିଡ ନିୟମ ମାନିବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ କୋରୋନା ଭୂତାଣୁରେ ଯୁବଗୋଷ୍ଠୀ ମଧ୍ୟ ସଂକ୍ରମିତ ହେଉଛନ୍ତି । ଯାହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି । ତେଣୁ କେନ୍ଦ୍ର ସରକାର ଯେତେ ଶୀଘ୍ର ଟୀକାକରଣ ଦିଗରେ ବୟସ ସୀମାକୁ ନେଇ ଆଲୋଚନା କରନ୍ତୁ ବୋଲି କହିଛନ୍ତି ମାୟାବତୀ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସ୍ଥିତି ସମୀକ୍ଷା ନେଇ ଏକ ବୈଠକ କରିଥିଲେ । ପୂର୍ବରୁ ଶନିବାର ଏକ ସମୀକ୍ଷା ବୈଠକ କରିଥିଲେ । ଆବଶ୍ୟକ ଅନୁସାରେ ଡାକ୍ତରଖାନାଗୁଡିକୁ ରେମଡେସିଭିର ଓ ଅନ୍ୟାନ୍ୟ ମେଡିସିନ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

@ANI

ABOUT THE AUTHOR

...view details