ଲକ୍ଷ୍ନୌ:ଦେଶରେ ବଢୁଛି କୋରୋନା ସଂକ୍ରମଣ । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ସେ କୋରୋନା ଯୁଦ୍ଧରେ ସମସ୍ତ ରାଜନୈତିକ ଦଳକୁ କେନ୍ଦ୍ର ସହ ହାତ ମିଶାଇବାକୁ ଆହ୍ବାନ ଦେଇଛନ୍ତି ।
‘କେନ୍ଦ୍ରକୁ କୋଭିଡ ମୁକାବିଲାରେ ସହଯୋଗ କରନ୍ତୁ ସମସ୍ତ ଦଳ’ - Mayawati appeal
ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ କେନ୍ଦ୍ରକୁ ସହଯୋଗ କରନ୍ତୁ ଓ କୋରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ମାଗଣାରେ ଚିକିତ୍ସା କରିବାକୁ ଟ୍ବିଟ କରି କହିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ଅଧିକ ପଢନ୍ତୁ...
ମାୟାବତୀଙ୍କ ଆବେଦନ: କୋରୋନା ଯୁଦ୍ଧରେ ସମସ୍ତ ଦଳ କେନ୍ଦ୍ରକୁ ସହଯୋଗ କରନ୍ତୁ
ମାୟାବତୀ କହିଛନ୍ତି ଯେ ଏହି ମହାମାରୀ ସମୟରେ ସବୁ ଦଳ ରାଜନୀତି ଠାରୁ ଉର୍ଦ୍ଧ୍ବରେ କେନ୍ଦ୍ର ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ଉଚିତ୍ । ସେ ଟ୍ବିଟ କରି କହିଛନ୍ତି ସମସ୍ତ ଦଳ କେନ୍ଦ୍ର ସରକାରଙ୍କ ନିକଟରେ କୋରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ମାଗଣାରେ ଚିକିତ୍ସା କରିବାକୁ ଦାବି କରିବା ଉଚିତ । ଏଥିସହ ସେମାନେ ମାଗଣାରେ ଟିକା ପାଇବା ଉଚିତ । ଯଦି କେନ୍ଦ୍ର ସରକାର ଏହା ନକରନ୍ତି ତେବେ ରାଜ୍ୟ ଗୁଡିକ ଏହାର ମୂଲ୍ୟ ବହନ କରିବ ।