ଓଡିଶା

odisha

ETV Bharat / bharat

‘121 ବର୍ଷ ପରେ ମେ’ ମାସରେ ଦ୍ବିତୀୟଥର ପାଇଁ ହୋଇଛି ସର୍ବାଧିକ ବର୍ଷା’ - ମିଲିମିଟର

ଚଳିତ ବର୍ଷ ମେ ମାସରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଯାହା 121 ବର୍ଷ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି । ଭାରତୀୟ ପାଣିପାଗ ବିଭାଗ ମାସିକ ରିପୋର୍ଟରେ ପ୍ରକାଶ । ଅଧିକ ପଢନ୍ତୁ...

121 ବର୍ଷ ପରେ ମେ ମାସରେ ହୋଇଛି ଦ୍ବିତୀୟ ସର୍ବାଧିକ ବର୍ଷା:  IMD
121 ବର୍ଷ ପରେ ମେ ମାସରେ ହୋଇଛି ଦ୍ବିତୀୟ ସର୍ବାଧିକ ବର୍ଷା: IMD

By

Published : Jun 11, 2021, 11:39 AM IST

ନୂଆଦିଲ୍ଲୀ:ଚଳିତ ବର୍ଷ ମେ ମାସରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଯାହା 121 ବର୍ଷ ମଧ୍ୟରେ ଦ୍ବିତୀୟ ଥର । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ମାସିକ ରିପୋର୍ଟରେ ଏହା ଦର୍ଶାଯାଇଛି । ତେବେ ଲଗାତର ଦେଶରେ 2ଟି ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ହୋଇଛି ବୋଲି କୁହାଯାଇଛି ।

IMD ଏହା ମଧ୍ୟ କହିଛି ଯେ ଚଳିତ ମେ’ ମାସରେ ହାରାହାରି ସର୍ବାଧିକ ତାପମାତ୍ରା 34.18 ଡିଗ୍ରୀ ରେକର୍ଡ କରାଯାଇଛି । ଯାହା 1901 ପର ଠାରୁ ଚତୁର୍ଥ ସର୍ବନିମ୍ନ ତାପମାତ୍ରା ଥିଲା । 1977 ପରଠାରୁ ଏହା ସର୍ବନିମ୍ନ ଅଟେ ଯେତେବେଳେ ସର୍ବାଧିକ ତାପମାତ୍ରା 33.84 °ସେଲସିୟସ ରେକର୍ଡ କରାଯାଇଥିଲା ।

ତେବେ ଆଇଏମଡି ତରଫରୁ ଏହା ମଧ୍ୟ କୁହାଯାଇଛି ଯେ 1917 ମସିହାରେ ମେ’ ମାସରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା 32.68 ସେଲସିୟସ ଥିଲା । ଭାରତର କୌଣସି ଅଞ୍ଚଳରେ ମେ ମାସରେ ଅଧିକ ଉତ୍ତାପ ହୋଇଥିବା ଖବର ଆସିନାହିଁ । ମେ 2021ରେ ସମଗ୍ର ଦେଶରେ 107.9 ମିଲିମିଟର ବର୍ଷା ରୋକର୍ଡ ହୋଇଛି, ଯାହା ହାରାହାରି 62 ମିଲିମିଟରରୁ ଅଧିକ | ଏହାପୂର୍ବରୁ 1990 ରେ 110.7 ମିମି ସର୍ବାଧିକ ବର୍ଷା ହୋଇଥିଲା ।

PTI

ABOUT THE AUTHOR

...view details