ମୁମ୍ବାଇ: ଶରୀର ମରିଯାଏ, ଆତ୍ମା ନୁହେଁ । ଆତ୍ମା ଚିରନ୍ତନ ଓ ଅମର । ଫେସବୁକର ଏକ ପୋଷ୍ଟ୍ରେ ଲେଖାଥିଲା ଏମିତି କିଛି ବାକ୍ୟ । ଆଉ ଏହାକୁ ଲେଖିବାର ମାତ୍ର 36 ଘଣ୍ଟା ପରେ ମହାମାରୀ କୋରୋନା ନେଇଗଲା ଡାକ୍ତରଙ୍କ ଜୀବନ । ବୋଧହୁଏ ଡାକ୍ତରଙ୍କୁ ହୋଇଯାଇଥିଲା ମୃତ୍ୟୁର ଆଭାସ ।
ମୃତ୍ୟୁ କିଭଳି କେଉଁ ମୁହୂର୍ତ୍ତରେ ଆସିବ ତାହା କଳ୍ପନାତିତ । ହେଲେ ମୃତ୍ୟୁର ଆଭାସ ହୁଏତ ପାଇସାରିଥିଲେ କୋରୋନା ଯୋଦ୍ଧା ଡାକ୍ତର ମନୀଷା । ଏଥିପାଇଁ ବୋଧହୁଏ ଶୁକ୍ରବାର ସକାଳେ ନିଜ ଫେସବୁକରେ ଗୁଡ୍ ମର୍ଣ୍ଣିଂର ଶୁଭେଚ୍ଛା ସହିତ ମୃତ୍ୟୁ ଭଳି ଅପ୍ରିୟ ସତ୍ୟକୁ ନେଇ ଦେଇଥିଲେ କିଛି ବାର୍ତ୍ତା । ହେଲେ ଏହି ଦୁଇ ପଦ ଯେ ଫେସବୁକରେ ମନିଷାଙ୍କ ଶେଷ ବାର୍ତ୍ତା ହୋଇ ତାଙ୍କ ଜୀବନ ଯାତ୍ରାରେ ପୂର୍ଣ୍ଣଛେଦ ପକାଇ ଦେବ ତାହା କେହି ଭାବିପାରିନଥିବେ ।