ଓଡିଶା

odisha

ETV Bharat / bharat

ଆଜି ଆନ୍ତର୍ଜାତୀୟ ଚା' ଦିବସ; ସ୍ବାସ୍ଥ୍ୟ ଉପରେ ରହିଛି ବିଶେଷ ପ୍ରଭାବ

ଲୋକଙ୍କ ଦିନକୁ ଫ୍ରେସ କରିବାରେ ଚା'ର ଭୂମିକା ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ ପ୍ରତିବର୍ଷ ମେ 21 ତାରିଖକୁ ଆନ୍ତର୍ଜାତୀୟ ଚା' ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ...

ଆଜି ଆନ୍ତର୍ଜାତୀୟ ଚା' ଦିବସ
ଆଜି ଆନ୍ତର୍ଜାତୀୟ ଚା' ଦିବସ

By

Published : May 21, 2021, 9:36 AM IST

ହାଇଦ୍ରାବାଦ: ଚା' ପିଇବାକୁ ଅନେକ ଲୋକ ପସନ୍ଦ କରନ୍ତି । ରାତି ପାହିଲେ ଗରମ ଗରମ ଚା' ଟିକେ ମିଳିଗଲେ ଆଉ କଣ ଦରକାର । ଅନେକ ଲୋକଙ୍କ ଦିନ ଚା'ରୁ ହିଁ ଆରମ୍ଭ ହୋଇଥାଏ ଚା'ରୁ ଶେଷ ହୋଇଥାଏ । ନିଦ ଭାଙ୍ଗିବା ମାତ୍ରେ କପେ ଚା' ମିଳିଗଲେ ଦିନଟି ଏକଦମ ସତେଜ ସତେଜ ଲାଗେ । ବିନା ଚା'ରେ ଅନେକ ଅଳସୁଆ ଅନୁଭବ କରନ୍ତି । ଲୋକଙ୍କ ଦିନକୁ ଫ୍ରେସ କରିବାରେ ଚା'ର ଭୂମିକା ରହିଛି । ସେଥିପାଇଁ ପ୍ରତିବର୍ଷ ମେ 21 ତାରିଖକୁ ଆନ୍ତର୍ଜାତୀୟ ଚା' ଦିବସ ଭାବରେ ପାଳନ କରାଯାଏ ।

ଲୋକଙ୍କୁ ସତେଜତା ଦେଉଥିବା ଏହି ଚା'ର ଉତ୍ପତି 500ବର୍ଷ ପୂର୍ବରୁ । ମାତ୍ର ବର୍ତ୍ତମାନ ଏହା ଦେଶରେ ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ସାମାଜିକ ଅର୍ଥନୈତିକ ବିକାଶରେ ଏହି ମୃଦ୍ୟୁ ପାନୀୟର ଅନେକ ଅବଦାନ ରହିଛି । ବର୍ତ୍ତମାନ ଏହି ଚା' 13 ଲକ୍ଷରୁ ଅଧିକ ଲୋକଙ୍କ ସମର୍ଥନ ବିଭିନ୍ନ ଅଞ୍ଚଳରେ ଏହାର ଉତ୍ପାଦନ ବଢିବାରେ ଲାଗିଛି । ଅନେକ କ୍ଷୁଦ୍ର ଚାଷୀ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ଚା' ଉତ୍ପାଦନ ଉପରେ ନିର୍ଭର କରନ୍ତି । ଚା' ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ଲକ୍ଷ ଲକ୍ଷ ପରିବାରର ଜୀବିକାର ଉତ୍ସକୁ ପ୍ରତିପାଦିତ କରିଛି ।

ଆଗରୁ ଲୋକମାନେ ନାଲି ଚା' ପିଉଥିଲେ । ଧୀରେ ଧୀରେ ସମୟରେ ପରିବର୍ତ୍ତନ ହେବା ସହିତ ଚା'ରେ ପରିବର୍ତ୍ତନ ହେଲା । ସ୍ବାସ୍ଥ୍ଯକୁ ଦୃଷ୍ଟିରେ ରଖି ଲୋକମାନେ ବିଭିନ୍ନ କିସମର ଚା' ପିଇବାକୁ ପସନ୍ଦ କଲେ । ବର୍ତ୍ତମାନ ଗ୍ରୀନ ଟି, ବ୍ଲାକ ଟି ଓ ୟେଲୋ ଟିର ଚହିଦା ବଢିବାରେ ଲାଗିଛି । ସାଧା ଚା' ବ୍ୟତୀତ ଲୋକଙ୍କୁ ମସଲା ଚା'ର ପସନ୍ଦ ଅଧିକ ରହିଛି । ଚା'ରେ ଲବଙ୍ଗ,ଗୁଜୁରାତି, ଅଦା, ଡାଲଚିନି, ତୁଳସୀ ଓ ଗୋଲମରିଚ ମିଶାଇ ପିଇଲେ ଅନେକ ଫଳ ମିଳେ । ମସଲା ଚା' ସେବନ ଦ୍ବାରା ଅନେକ ସ୍ବାସ୍ଥ ସମସ୍ୟା ଦୂର ହୁଏ । ଚା' ଥକାପଣ ଦୂର କରେ । ପେଟ ସମସ୍ୟା ହାସ୍ର କରିବା, ଥଣ୍ଡା-କାଶରୁ ରକ୍ଷା କରିଥାଏ । ଚା' ଏକ ସର୍ବ ପୁରାତନ ପାନୀୟ । ପାଣି ପରେ ଯଦି ଲୋକ କିଛି ଅଧିକ ପିଇଥାନ୍ତି ତାହା ହେଲା ଚା' । ଚା' ଉତ୍ପାଦନ ପାଇଁ ଆସାମ ପ୍ରସିଦ୍ଧ ଲାଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details