ଓଡିଶା

odisha

ETV Bharat / bharat

ମଥୁରା କେନ୍ଦ୍ର ସରକାରଙ୍କ ଅହଙ୍କାର ଭାଙ୍ଗିବ: ପ୍ରିୟଙ୍କା ଗାନ୍ଧୀ

କେନ୍ଦ୍ର ସରକାର ଉପରେ ବର୍ଷିଲେ କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ । ମଥୁରା ପାଲିକେଡା ଚାଷୀ ମହାପଞ୍ଚାୟତରେ ଯୋଗ ଦେଇଥିଲେ ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ଅଧିକ ପଢ଼ନ୍ତୁ...

Mathura knows how to break people's arrogance says Priyanka gandhi at mathura framer mahapanchayat
ମଥୁରା କେନ୍ଦ୍ର ସରକାରଙ୍କ ଅହଂକାର ଭାଙ୍ଗିବ।: ପ୍ରିୟଙ୍କା ଗାନ୍ଧୀ

By

Published : Feb 23, 2021, 8:58 PM IST

ଲକ୍ଷ୍ନୌ:କେନ୍ଦ୍ର ସରକାର ଉପରେ ବର୍ଷିଲେ କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ। ମଥୁରା ପାଲିକେଡା ଚାଷୀ ମହାପଞ୍ଚାୟତରେ ଯୋଗ ଦେଇଥିଲେ ପ୍ରିୟଙ୍କା ଗାନ୍ଧୀ ବାଡ୍ରା। ନୂତନ ଚାଷୀ ଆଇନକୁ ବିରୋଧ କରି ପଶ୍ଚିମ ଉତ୍ତରପ୍ରଦେଶର 27ଟି ଜିଲ୍ଲାରେ ଚାଷୀ ମହାପଞ୍ଚାୟତ ଜାରି ରହିଛି ।

ମହାପଞ୍ଚାୟତରେ ଯୋଗ ଦେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, "ପବିତ୍ର ମଥୁରା ଭୂମି ଲୋକଙ୍କ ଅହଙ୍କାର ଭାଙ୍ଗିବ । ଭଗବାନ କୃଷ୍ଣ ଯେଉଁଭଳି ଭାବରେ ଇନ୍ଦ୍ରଙ୍କ ଅହଂ ଭାବକୁ ଭାଙ୍ଗିଥିଲେ। ସେହିଭଳି ଭାବରେ କେନ୍ଦ୍ର ସରକାରଙ୍କ ଅହଙ୍କାର ଭାଙ୍ଗିବ। ଚାଷୀଙ୍କ କ୍ରୋଧରୁ ଏହି ସରକାର ବଞ୍ଚି ପାରିବ ନାହିଁ । ତମାମ ଆନ୍ଦୋଳନ ସତ୍ତ୍ବେ ଚାଷୀ ନିୟମ ପ୍ରତ୍ୟାହାର ନକରିବା ସରକାରଙ୍କ ଅହଂ ଭାବକୁ ଦର୍ଶାଉଛି।"

ଖାଲି ସେତିକି ନୁହେଁ, ଆନ୍ଦୋଳନବେଳେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପାଇଁ ସଂସଦରେ ଦୁଇ ମିନିଟ ନିରବ ପ୍ରାର୍ଥନା ବେଳେ ବିଜେପି ନେତାଏ ନିଜ ସ୍ଥାନରେ ଛିଡ଼ ମଧ୍ୟ ହୋଇନଥିବା ସେ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ 15 ହଜାର କୋଟି ଟଙ୍କା କ୍ଷତି ପୂରଣ ଦେବା ବଦଳରେ ସରକାର 16 ହଜାର କୋଟି ଟଙ୍କାରେ ଦୁଇଟି ବିମାନ କିଣିଛନ୍ତି। ଏହାଦ୍ବାରା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ଜଣା ପଡ଼ୁଛି ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ନୂତନ 3ଟି କୃଷି ଆଇନକୁ ବିରୋଧ କରି 27ଟି ଜିଲ୍ଲାରେ ଚାଷୀ ମହା ପଞ୍ଚାୟତ ଆୟୋଜନ କରୁଛି କଂଗ୍ରେସ । ସେପଟେ ଗତ 90 ଦିନ ହେଲା ସିଂଘୁ ବର୍ଡରରେ ହଜାର ହଜାର ଚାଷୀ ଆନ୍ଦୋଲନରତ ରହିଛନ୍ତି । ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ଚାଷୀମାନେ ଦାବି କରିଛନ୍ତ। ଗତବର୍ଷ ନଭେମ୍ବର ମାସ 26 ତାରିଖରେ ନୂତନ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details