ଓଡିଶା

odisha

ETV Bharat / bharat

Massive landslide in Assam: ଆସାମରେ ପ୍ରବଳ ବର୍ଷା ପରେ ଭୁସ୍ଖଳନ, ଗଛ ପଡି ଜଣେ ମୃତ - ଆସାମରେ ବର୍ଷା ବିତ୍ପାତ

ଆସାମରେ ପୁଣି ବର୍ଷା ବିତ୍ପାତ । ଗୌହାଟୀ- ସିଲରର ଜାତୀୟ ରାଜପଥରେ ଭୁସ୍ଖଳନ ଯୋଗୁ ଯାତାୟତ ଠପ । କରିମଗଞ୍ଜରେ ଗଛପଡି ଜଣେ ମୃତ, 2 ଗୁରୁତର । ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି । ଅଧିକ ପଢନ୍ତୁ

Massive landslide in Assam: ଆସାମରେ ପ୍ରବଳ ବର୍ଷା ପରେ ଭୁସ୍ଖଳନ, ଗଛ ପଡି ଜଣେ ମୃତ
Massive landslide in Assam: ଆସାମରେ ପ୍ରବଳ ବର୍ଷା ପରେ ଭୁସ୍ଖଳନ, ଗଛ ପଡି ଜଣେ ମୃତ

By

Published : Jun 16, 2022, 7:09 PM IST

Updated : Jun 16, 2022, 7:23 PM IST

ଗୌହାଟୀ: ଆସାମରେ ପୁଣି ବର୍ଷା ବିତ୍ପାତ । ପ୍ରବଳ ବର୍ଷାରେ ରାଜ୍ୟର ଏକାଧିକ ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ଭୁସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି । ରାଜଧାନୀ ଗୌହାଟୀ-ସିଲଚର ଜାତୀୟ ରାଜପଥରେ ଭୁସ୍ଖଳନ ହୋଇଛି । ଜାତୀୟ ରାଜପଥ-6 ରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ସେହିପରି ରାଜ୍ୟର କରିମଗଞ୍ଜରେ ପ୍ରବଳ ବର୍ଷା ପବନ ଫଳରେ ଗଛ ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ 2 ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଆସାମରେ ପ୍ରବଳ ବର୍ଷା ପରେ ଭୁସ୍ଖଳନ, ଗଛ ପଡି ଜଣେ ମୃତ

ରାଜ୍ୟରେ ଗତକାଲି ଠାରୁ ପ୍ରବଳ ବର୍ଷା ଜାରି ରହିଛି । ଏକାଧିକ ସ୍ଥାନରେ ଏବେ ବି ବର୍ଷା ଜାରି ରହିଛି । ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ହାଇଆଲର୍ଟ ମଧ୍ୟ ଜାରି କରାଯାଇଛି । ରାଜ୍ୟ ସରକାର ଜରୁରୀକାଳୀନ ବ୍ୟବସ୍ଥାକୁ କ୍ରିୟାଶୀଳ କରିଛନ୍ତି । ବିପର୍ଯ୍ୟୟ ପ୍ରଶମନ ବଳ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଗତ କିଛି ଦିନ ତଳେ ପ୍ରବଳ ବର୍ଷାରେ ବେହାଲ ହୋଇଥିଲା ଆସାମ । ପ୍ରବଳ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନ ଫଳରେ ବ୍ୟାପକ ଧନଜୀବନ ମଧ୍ୟ ନଷ୍ଟ ହୋଇଥିଲା । ପୁଣି ମାତ୍ର କିଛି ଦିନ ବ୍ୟବଧାନରେ ପ୍ରାକ ମୌସୁମୀ ବର୍ଷାରେ ବେହାଲ ହେଲାଣି ଆସାମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 16, 2022, 7:23 PM IST

ABOUT THE AUTHOR

...view details