ଓଡିଶା

odisha

ETV Bharat / bharat

ହୁତୁହୁତୁ ଜଳିଲା ଦିଲ୍ଲୀର ରେଳ ଗୋଦାମ, କାରଣ ଅସ୍ପଷ୍ଟ

ଉତ୍ତର ଦିଲ୍ଲୀର ସବଜି ମଣ୍ଡି ଥାନା ଅଞ୍ଚଳରେ ଥିବା ରେଲଓ୍ବେ ତାର ଗୋଦାମରେ ଭୟାବହ ଅଗ୍ନିକାଣ୍ତ । ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

By

Published : Apr 25, 2022, 7:12 AM IST

ରେଲଓ୍ବେ ତାର ଗୋଦାମରେ ଭୟାବହ ଅଗ୍ନିକାଣ୍ତ ; ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ରେଲଓ୍ବେ ତାର ଗୋଦାମରେ ଭୟାବହ ଅଗ୍ନିକାଣ୍ତ ; ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ସବଜି ମଣ୍ଡି ଥାନା ଅଞ୍ଚଳରେ ଥିବା ରେଲୱେ ତାର ଗୋଦାମ(railway warehouse)ରେ ଭୟାବହ ଅଗ୍ନିକାଣ୍ତ । ଏହି ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀର ସବଜି ମଣ୍ଡି ଥାନା ଅଞ୍ଚଳରେ ଥିବା ରେଲୱେ ତାର ଗୋଦାମରେ ରବିବାର ଅପରାହ୍ନରେ କୈଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା । ଗୋଦାମରେ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରାଯାଇଥିଲା । ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଥିଲା ।

ନିଆଁର ଭୟାବହତା ଅଧିକ ଥିବାରୁ ୧୬ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଥିବା ବେଳେ ୮୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ । ତେବେ, ଅଗ୍ନିକାଣ୍ତର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details