ସୁରଟ:ଅନୁପମ କୋକାକୋଲା ଫ୍ୟାକ୍ଟ୍ରିରେ(Anupam Cocola Mill) ଭୟଙ୍କର ଅଗ୍ନିକଣ୍ଡ । ସହରର ସଚିନ GIDC ଅଞ୍ଚଳରେ ୨ ନମ୍ବର ରୋଡ ନିକଟରେ ଥିବା ଅନୁପମ କୋକାକୋଲା ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟିଛି(Fire Breaks Out at Anupam Cocola Mill) । ଖବରପାଇ ଅଗ୍ନିଶମ ବିଭାଗର ୧୦ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ଅଗ୍ନିକାଣ୍ଡରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି । ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲକୁ ପଠାଯାଇଛି ।
ଅଗ୍ନିଶମ ଅଧିକାରୀ କହିବା ଅନୁସାରେ, "ଶନିବାର ରାତି ପ୍ରାୟ ୧୦ଟା ୧୦ ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଫ୍ୟାକ୍ଟ୍ରିରେ ଥିବା ବୟଲର ବିସ୍ପୋରଣ ହେବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗର ୧୦ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଦୀର୍ଘ ୩ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହାସହ ଫସିରହିଥିବା ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହସ୍ପିଟାଲକୁ ନିଆଁଯାଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଯାଇଥିବା ବେଳ ଅନ୍ୟଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।"
ଏହା ମଧ୍ୟ ପଢନ୍ତୁ: ସୁରଟ କପଡା ମିଲରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ