ଓଡିଶା

odisha

ETV Bharat / bharat

ସିଲିଣ୍ଡର ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ, 4 ଶିଶୁ ଜୀବନ୍ତ ଦଗ୍ଧ - ଉତ୍ତରାଖଣ୍ଡରେ ଭୟାବହ ଅଗ୍ନିକାଣ୍ଡ

ଉତ୍ତରାଖଣ୍ଡର ଡେରାଡୁନରେ ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ 4 ଶିଶୁ ଜୀବନ୍ତ ଦଗ୍ଧ। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 7, 2023, 11:55 AM IST

ଡେରାଡୁନ: ଉତ୍ତରାଖଣ୍ଡରେ ଗତ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘରେ ନିଆଁ ଲାଗିବାରୁ 4 ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । ଡେରାଡୁନ ଜିଲ୍ଲାର ଟିୟୁନି ପୋଲିସ ଷ୍ଟେସନରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ସମସ୍ତ ମୃତକ ଗୋଟିଏ ପରିବାରର । ଅଗ୍ନିକାଣ୍ଡରେ ପରିବାରର କିଛି ସଦସ୍ୟ ଆହତ ମଧ୍ୟ ହୋଇଛନ୍ତି । ଗ୍ୟାସ ସିଲିଣ୍ଡିର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-India Corona: ମୁଣ୍ଡ ଟେକିଲା କୋରୋନା, ଦିନକରେ ସଂକ୍ରମଣ 6 ହଜାର ପାର୍‌

ଅଗ୍ନିକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଦାୟିତ୍ୱରେ ଥିବା ଟିୟୁନି ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ''ଗୁରୁବାର ସନ୍ଧ୍ୟା 5ଟା ସମୟରେ ଟିୟୁନିରେ ଏକ ଘରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ରାଜ୍ୟ ଶିକ୍ଷା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସୁରତ ରାମ ଯୋଶୀଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ମୃତ ଶିଶୁଙ୍କ ମଧ୍ୟରେ ଜଣେ 2ବର୍ଷର ଅଧିରା, ଆଉ ଜଣେ 9 ବର୍ଷର ସୋନମ, ଅଢେଇ ବର୍ଷର ସେଜଲ ଓ 9 ବର୍ଷୀୟ ସମୃଦ୍ଧି ରହିଛନ୍ତି । ''

ଏହା ମଧ୍ୟ ପଢନ୍ତୁ-SSC question paper leak: ଜେଲରୁ ମୁକୁଳିଲେ ତେଲେଙ୍ଗାନା ବିଜେପି ମୁଖ୍ୟ

ନିଆଁ ଲାଗିବା ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସହ ଏସଏସପି ଦିଲୀପ ସିଂ କୁନୱାର ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ଦୁଇଟି ଅଗ୍ନିଶମ ଟିମ ନିୟୋଜିତ ହୋଇଥିଲେ । କିନ୍ତୁ ନିଆଁର ମାତ୍ର ଏତେ ଭୟଙ୍କର ଥିଲା ଯେ ନିଆଁ ଲିଭାଇବା ସମ୍ଭବ ପର ହୋଇପାରି ନଥିଲା । ଦମକଳ ବାହିନୀର ପାଣି ସରିଯିବାରୁ ଏହାପରେ ଉତ୍ତରକାଶୀ ଫାୟାର ଷ୍ଟେସନର ଅଗ୍ନିଶମବାହିନୀ ଓ ହିମାଚଳ ପ୍ରଦେଶର ଏକ ଅଗ୍ନିଶମ ଗାଡି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ଏହାପରେ ଅଗ୍ନିଶମ ବାହିନୀ ନିଆଁର ଆଁରୁ 4ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କିନ୍ତୁ 4ଜଣ ଶିଶୁ ଭିତରେ ଫସି ରହିଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ କହିଛନ୍ତି ଯେ, ''ଦମକଳ ବାହିନୀର ପାଣି ସରିଯିବାରୁ ନିଆଁ ଲିଭାଇବାରେ ବିଳମ୍ବ ହୋଇଥିଲା। ଯଦି ପର୍ଯ୍ୟପ୍ତ ପାଣି ଥାନ୍ତା ତେବେ ଖୁବଶୀଘ୍ର ନିଆଁକୁ ଆୟତ୍ତ କରାଯାଇପାରିଥାନ୍ତା ଓ କେହି ମୃତାହତ ମଧ୍ୟ ହୋଇନଥାନ୍ତେ ।'' ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯିବ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ABOUT THE AUTHOR

...view details