ଓଡିଶା

odisha

ଆନ୍ଧ୍ରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: 6 ମୃତ, 13 ଆହତ

By

Published : Apr 14, 2022, 7:26 AM IST

Updated : Apr 14, 2022, 8:51 AM IST

ଆନ୍ଧ୍ରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ସୂଚନା । ଏହି ଦୁଃଖଦ ଘଟଣାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ କ୍ଷତି ପୂରଣ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ଆନ୍ଧ୍ରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ,୬ମୃତ
ଆନ୍ଧ୍ରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ,୬ମୃତ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ । ଏଲୁରୁ ଜିଲ୍ଲାର ଆକ୍କିରେଡିଗୁଡେମର ପୋରୁସ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ସୂଚନା । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନ୍ୟଜିଭେଡୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ।

ଆନ୍ଧ୍ରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: 6 ମୃତ, 13 ଆହତ

ସୂଚନାଅନୁସାରେ, ଏଲୁରୁ ଜିଲ୍ଲାର ୟୁନିଟ ୪ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ 5 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକୁ ଡାକ୍ତଖାନାକୁ ସ୍ଥାନାନ୍ତର କରିବା ସମୟରେ ମୃତ୍ୟୁ ଘଟିଛି । ୧୩ ଜଣ ଆହାତଙ୍କୁ ଉଦ୍ଧାରକରି ନୁଜିଭେଡୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବିଜୟୱାଡାକୁ ସ୍ଥାନାନ୍ତର କରାଯାଇଛି ।

ଅଗ୍ନିକାଣ୍ଡ ସମୟରେ ଫ୍ୟାକ୍ଟ୍ରି ଭିତରେ ୧୫୦ ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ନେଇ ସୂଚନା ରହିଛି । ଖବରପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏପଟେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଏନେଇ ଘଟଣାସ୍ଥଳରେ ଏଲୁରୁ ଏସିପି ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ପୀଡିତାଙ୍କ କହିବା ଅନୁଯାୟୀ, ଫ୍ୟାକ୍ଟ୍ରି ମାଲିକର ଅବହେଳା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି । ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ତେବେ ମୃତକଙ୍କ ପରିବାରକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗଭୀର ସମବେଦନା ଜଣାଇଛନ୍ତି । ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ, ଗୁରୁତର ଆହତଙ୍କ ପାଇଁ ୫ ଲକ୍ଷ ଏବଂ ସାମାନ୍ୟ ଆଘାତ ହୋଇଥିବା କର୍ମଚାରୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଏହାସହ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅଗ୍ନିକାଣ୍ଡକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 14, 2022, 8:51 AM IST

ABOUT THE AUTHOR

...view details