ଓଡିଶା

odisha

ETV Bharat / bharat

Assam: ବାଲ୍ୟବିବାହ ନିରୋଧୀ ଡ୍ରାଇଭ୍‌ ଜାରି, ଗୋଟିଏ ଦିନରେ ୧ ହଜାରରୁ ଅଧିକ ଗିରଫ - ବାଲ୍ୟ ବିହବାହ ନିରୋଧୀ ଡ୍ରାଇଭ

ଆସାମରେ ବାଲ୍ୟ ବିବାହ ନିରୋଧୀ ଡ୍ରାଇଭ୍‌ ଜାରି । ରାଜ୍ୟବ୍ୟାପୀ ଆକ୍ସନରେ ଗୋଟିଏ ଦିନରେ ହଜାରରୁ ଅଧିକ ଗିରଫ ହୋଇଥିବା ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା । ଅଧିକ ପଢନ୍ତୁ

ଆସାମରେ ଜାରି ରହିଛି ବାଲ୍ୟ ବିହାହ ନିରୋଧୀ ଡ୍ରାଇଭ, ଗିରଫ ହେଲେଣି ୧ ହଜାର
ଆସାମରେ ଜାରି ରହିଛି ବାଲ୍ୟ ବିହାହ ନିରୋଧୀ ଡ୍ରାଇଭ, ଗିରଫ ହେଲେଣି ୧ ହଜାର

By ETV Bharat Odisha Team

Published : Oct 3, 2023, 10:29 PM IST

ଗୌହାଟୀ: ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଦ୍ବିତୀୟ ପର୍ଯ୍ୟାୟରେ ଆଜି ଆରମ୍ଭ ହୋଇଛି ବାଲ୍ୟ ବିବାହ ନିରୋଧୀ ଡ୍ରାଇଭ୍‌ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନିର୍ଦ୍ଦେଶ ଓ ପ୍ରତ୍ୟକ୍ଷ ତତ୍ବବଧାନରେ ରାଜ୍ୟ ପୋଲିସ ଓ ଚାଇଲ୍ଟ ଲାଇନ୍ସର ଏକାଧିକ ଟିମ୍‌ ରାଜ୍ୟବ୍ୟାପୀ ଜାରି ରଖିଥିବା ଏହି ଡ୍ରାଇଭରେ ମାତ୍ର ଗୋଟିଏ ଦିନରେ ପ୍ରାୟ ୧ ହଜାରରୁ ଅଧିକଙ୍କୁ ଗିରଫ କରାଯାଇ ସାରିଲାଣି । ସଚେତନତା ଓ ଶିକ୍ଷାର ଅଭାବ ଫଳରେ ଆସାମର ଗ୍ରାମୀଣ ଅଞ୍ଚଳରେ ଏହି ସମସ୍ୟା ପ୍ରାୟତଃ ଦେଖାଯାଇଥାଏ ।

ଆସାମରେ ଜାରି ରହିଛି ବାଲ୍ୟ ବିହାହ ନିରୋଧୀ ଡ୍ରାଇଭ, ଗିରଫ ହେଲେଣି ୧ ହଜାର


ଆଜି ସକାଳୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଅପରାହ୍ନ ସୁଦ୍ଧା ରାଜ୍ୟର ବିଭିନ୍ନ ଅଞ୍ଚଳରୁ 1,039 ଜଣଙ୍କୁ ଗିରଫ କରାଯାଇଛି । ପ୍ରାଥମିକ ଭାବେ ୮୦୦ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଆସିଥିଲା । ଏହାପରେ ଗିରଫଦାରୀ ସମ୍ପର୍କରେ ଟ୍ବିଟ କରି ଏହି ସଂଖ୍ୟା 1,039 ହୋଇଥିବା ନେଇ ନିଜେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ସ୍ପଷ୍ଟ କରିଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ପରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ପୁଣି ଥରେ ଏହି ଅପରେସନକୁ ଆରମ୍ଭ କରାଯାଇଛି । ଏହି ଅଭିଯାନ ଆରମ୍ଭ ହେବା ପରଠାରୁ ତଥା ଫେବୃଆରୀ ମାସରୁ ଆଜି ପର୍ଯ୍ୟନ୍ତ ମୋଟ 3,500ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇସାରିଲେଣି । ବିଭିନ୍ନ ଥାନାରେ ମୋଟ 4,300 ଏତଲା ମଧ୍ୟ ପଞ୍ଜୀକୃତ ହୋଇଛି ।

ଆସାମରେ ଜାରି ରହିଛି ବାଲ୍ୟ ବିହାହ ନିରୋଧୀ ଡ୍ରାଇଭ, ଗିରଫ ହେଲେଣି ୧ ହଜାର

ଆସାମର ଅନୁନ୍ନତ ଅଞ୍ଚଳରେ ଏହି ବାଲ୍ୟବିବାହ ବହୁଳ ଭାବରେ ଦେଖାଯାଏ । ଏହାକୁ ରୋକିବା ପାଇଁ ବିଶ୍ବଶର୍ମା ସରକାର ଦ୍ବାରା ସ୍ବତନ୍ତ୍ର ତଥା ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛି । ବାଲ୍ୟ ବିବାହ ନିରୋଧୀ ଡ୍ରାଇଭ୍‌ (anti-child marriage drive) ପାଇଁ ରାଜ୍ୟ ସରକାର ବିଶେଷ ଭାବେ ୨ଶହ କୋଟିର ଅର୍ଥ ମଧ୍ୟ ବରାଦ କରିଛନ୍ତି । ଏବେ ସୁଦ୍ଧା ଏହି ମିଶନ ସଫଳତା ସହ ଆଗକୁ ବଢ଼ୁଛି । ବର୍ଷ ୨୦୨୬ ସୁଦ୍ଧା ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ବିଶ୍ବଶର୍ମା ସରକାର ଲକ୍ଷ୍ୟ ରଖିଛି । ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ 3,907 ଗିରଫ ହୋଇଥିବା ବେଳେ ମାତ୍ର 62 ଅଭିଯୁକ୍ତଙ୍କୁ ପକ୍ସୋ ଆକ୍ଟରେ ଦୋଷୀ ସାବ୍ୟସ୍ତ କରାଯିବାରେ ସଫଳତା ମିଳିଥିଲା ।

ଆସାମରେ ଜାରି ରହିଛି ବାଲ୍ୟ ବିହାହ ନିରୋଧୀ ଡ୍ରାଇଭ, ଗିରଫ ହେଲେଣି ୧ ହଜାର

ଏହା ମଧ୍ୟ ପଢନ୍ତୁ:- Maharashtra: ୩୬ ଘଣ୍ଟାରେ ଗଲାଣି ୩୧ ରୋଗୀଙ୍କ ଜୀବନ, ଡିନ୍‌ଙ୍କୁ ଶୌଚାଳୟ ସଫା କରାଇଲେ ସାଂସଦ !

ତେବେ ସରକାରୀ ତଥ୍ୟ ଅନୁସାରେ, ୨୦୧୭ ମସିହାରେ ୫୦ ଜଣ ଅଭିଯୁକ୍ତ, ୨୦୧୮ରେ ୧୦୬ ଜଣ, ୨୦୧୯ ରେ ୧୫୬ ଜଣ, ୨୦୨୦ ରେ ୨୦୬ ଜଣ ୨୦୨୧ ରେ ୧୬୬ ଜଣ, ୨୦୨୨ ରେ ୨୫୭ ଜଣ ଓ ଚଳିତ ବର୍ଷ (୨୦୨୩ )ରେ ଗ୍ରହଣ କରାଯାଇଥିବା ବ୍ୟାପକ କାର୍ଯ୍ୟାନୁଷ୍ଠାନରେ ସର୍ବାଧିକ 3,098 ଅଭିଯୁକ୍ତ ଗିରଫ ହୋଇଛନ୍ତି । ରାଜ୍ୟରେ ଏହି ବାଲ୍ୟ ବିବାହକୁ ରୋକିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ୨୦୨୬ ମସିହା ସୁଦ୍ଧା ରାଜ୍ୟକୁ ବାଲ୍ୟ ବିବାବହ ମୁକ୍ତ ରାଜ୍ୟରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details