ଥିରୁଅନନ୍ତପୁରମ:କେରଳରେ ବିଧାନସଭା ପରିସରରେ ଥିବା ବାଚସ୍ପତିଙ୍କ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର । ହାତାହାତି ହେଲେ ଶାସକ ଓ ବିରୋଧୀ ବିଧାୟକ । ନିକଟରେ ଥିବା ସୁରକ୍ଷାକର୍ମୀମାନେ ମଧ୍ୟ କାବୁ କରିବାରେ ନାକେଦମ ହୋଇପଡିଥିଲେ । ଏଥିରେ 4ଜଣ ବିରୋଧୀ ଦଳର ବିଧାୟକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଜଣେ ମହିଳା ବିଧାୟକ ମଧ୍ୟ ରହିଛନ୍ତି । ଏଥିରେ ଉଭୟ ପକ୍ଷର ବିଧାୟକମାନେ ପରସ୍ପର ଉପରେ ଆକ୍ରମଣ ଅଭିଯୋଗ କରିଛନ୍ତି । କେରଳ ରାଜନୈତିକ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି ।
ଗତକାଲି(ବୁଧବାର) ବିରୋଧୀ ଦଳର ବିଧାୟକମାନେ ବାଚସ୍ପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହା ପରେ ସୁରକ୍ଷାକର୍ମୀମାନେ ସେଠାରୁ ତାଙ୍କୁ ଉଠାଇବା ପାଇଁ ପ୍ରୟାସ କରିଥିଲେ । ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ପରେ ଏଥିରେ ଶାସକ ଓ ବିରୋଧୀ ଦଳର ବିଧାୟକଙ୍କ ମଧ୍ୟରେ ମଧ୍ୟ ସଂଘର୍ଷ ହୋଇଥିଲା । ବିରୋଧୀ ଦଳର 5 ଜଣ ବିଧାୟକ ଆହତ ହୋଇଥିଲେ । ଆହତ ବିଧାୟକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବିଧାନସଭା ସୁରକ୍ଷାରେ ଥିବା ଅଧିକାରୀମାନେ ବିଧାୟକମାନଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି ।