ଓଡିଶା

odisha

ETV Bharat / bharat

କାଶ୍ମୀର ଗୁଲମର୍ଗରେ ହିମସ୍ଖଳନ, ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ - କାଶ୍ମୀରର ଗୁଲମର୍ଗରେ ଭୂସ୍ଖଳନ

କାଶ୍ମୀରର ଗୁଲମର୍ଗରେ ହିମସ୍ଖଳନରେ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ । ଏବେବି ଫସିଥିବା ଏକାଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ। ଅଧିକ ପଢନ୍ତୁ

କାଶ୍ମୀରର ଗୁଲମର୍ଗରେ ଭୂସ୍ଖଳନ, ରେସକ୍ୟୁ ଅପରେସନ ଜାରି
କାଶ୍ମୀରର ଗୁଲମର୍ଗରେ ଭୂସ୍ଖଳନ, ରେସକ୍ୟୁ ଅପରେସନ ଜାରି

By

Published : Feb 1, 2023, 3:35 PM IST

Updated : Feb 1, 2023, 6:36 PM IST

ହାଇଦ୍ରାବାଦ:ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଲମର୍ଗରେ ହିମସ୍ଖଳନ ଘଟିଛି । ଏଥିରେ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ଏକାଧିକ ପର୍ଯ୍ୟଟକ ଫସି ରହିଥିବା ସନ୍ଦେହ କରାଯାଉଛି । ଉଦ୍ଧାର ଅପରେସନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଗୁଲମର୍ଗର ପ୍ରସିଦ୍ଧ ସ୍କି ରିସୋର୍ଟରେ ଆଜି ଅପରାହ୍ନରେ ଏହି ହିମସ୍ଖଳନ ଘଟିଛି । ଫସି ରହିଥିବା ପର୍ଯ୍ୟଟକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ଏହି ହିମସ୍ଖଳନ ଘଟିଛି । ଅନେକ ପର୍ଯ୍ୟଟକ ପରିଭ୍ରମଣ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସେମାନଙ୍କ ମଧ୍ୟରୁ କିଛି ଜଣ ନିଖୋଜ ରହିଛନ୍ତି । ଗୁଲମର୍ଗରେ କେତେ ପର୍ଯ୍ୟଟକ ଥିଲେ ଓ ବର୍ତ୍ତମାନ ସୁଦ୍ଧା କେତେ ଫସିଛନ୍ତି ସେ କୋଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ । ଏକାଧିକ ରେସ୍କ୍ୟ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ଏକାଧିକ ନିଖୋଜ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ ହୋଇଛି ।

ପ୍ରବଳ ତୁଷାରପାତ ଫଳରେ ବରଫର ମୋଟା ସ୍ତର ଜମା ହୋଇ ରହିଥିଲା । ଭୂସ୍କଳନ ଫଳରେ ଏହି ବରଫ ଅତଡା ଧସିଥିଲା । ଶୀତ ଦିନେ ଏଠାରେ ତୁଷାରପାତର ମଜା ନେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ ଦେଖବାକୁ ମିଳେ । ଆଜିର ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ପର୍ଯ୍ୟଟନ ଅପରେସନକୁ ବାତିଲ କରାଯାଇଛି । ପର୍ଯ୍ୟଟକଙ୍କୁ ଉକ୍ତ ସ୍ଥାନକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରିଛି ସ୍ଥାନୀୟ ପ୍ରଶାସନ । ଏବେ ମଧ୍ୟ ଘଟଣାସ୍ଥଳରେ ବରଫ ତଳେ କିଛି ପର୍ଯ୍ୟଟକ ପୋତି ହୋଇ ରହିଥିବା ସନ୍ଦେହରେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି ଏକାଧିକ ଉଦ୍ଧାରକାରୀ ଟିମ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2023, 6:36 PM IST

ABOUT THE AUTHOR

...view details