ଓଡିଶା

odisha

ETV Bharat / bharat

ଏମିତି ଗଣବିବାହ...କନ୍ୟା ପିନ୍ଧାଏ ମଙ୍ଗଳସୂତ୍ର, ଆଶୀର୍ବାଦ ଦେଲେ 12 ହଜାର ଲୋକ

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଦେଖିବାକୁ ମିଳିଛି ନିଆରା ପରମ୍ପରା । ପ୍ରତି 3 ବର୍ଷରେ ଆୟୋଜିତ ହେଉଛି ଗଣବିବାହ । ଅଧିକ ପଢନ୍ତୁ...

ଏମିତି ଗଣବିବାହ...କନ୍ୟା ପିନ୍ଧାଏ ମଙ୍ଗଳସୂତ୍ର, ଆଶୀର୍ବାଦ ଦେଲେ 12 ହଜାର ଲୋକ
ଏମିତି ଗଣବିବାହ...କନ୍ୟା ପିନ୍ଧାଏ ମଙ୍ଗଳସୂତ୍ର, ଆଶୀର୍ବାଦ ଦେଲେ 12 ହଜାର ଲୋକ

By

Published : Feb 15, 2021, 6:52 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଦେଖିବାକୁ ମିଳିଛି ନିଆରା ପରମ୍ପରା । ପ୍ରତି 3 ବର୍ଷରେ ଆୟୋଜିତ ହେଉଛି ଗଣବିବାହ । ପାରିବାରିକ ସ୍ତରରେ ବା ଏକକ ବିବାହ ଉତ୍ସବ ଆୟୋଜନ କରାନଯାଇ ଗଣ ବିବାହରେ ଏକାଧିକ ବିବାହ ଉତ୍ସବ ସମ୍ପନ୍ନ କରିବାର ଏକ ନିଆରା ପରମ୍ପରା ଆରମ୍ଭ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ନିଆରା ଗଣବିବାହ , ବରକୁ କନ୍ୟା ପିନ୍ଧାଇବ ମଙ୍ଗଳସୂତ୍ର

ଚଳିତ ବର୍ଷ ଗୋଟିଏ ଦିନରେ ଆୟୋଜିତ ଗଣବିବାହରେ ପ୍ରାୟ 12 ହଜାର ଲୋକ ଯୋଗ ଦେଇଥିଲାବେଳେ 34 ସ୍ଥାନରେ ଏକକାଳୀନ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ଏଥିପାଇଁ ପ୍ରାୟ 4800 ତୋରଣ ସଜ୍ଜାଯାଇଥିବା ଦେଖିବାକୁ ମିଳିଛି ।

ଏହି ବିବାହ ପ୍ରକ୍ରିୟା ସାଧାରଣ ବିବାହ ଠାରୁ କିଛି ମାତ୍ରରେ ପୃଥକ ମଧ୍ୟ । ବିବାହ କରିବାକୁ ସ୍ଥିର ହୋଇଥିବା ବରକନ୍ୟା ସମାନ ଗ୍ରାମ ଓ ସମାନ ସମ୍ପ୍ରଦାୟର ହୋଇଥିବା ବାଧ୍ୟତାମୂଳକ । ସେହିପରି ଏହି ବିବାହରେ ବର କନ୍ୟା ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ପରିବର୍ତ୍ତେ କନ୍ୟା ଜଣଙ୍କ ବର ବେକରେ ମଙ୍ଗଳ ସୂତ୍ର ପିନ୍ଧାଇବା ପରମ୍ପରା ରହିଛି । ସେହିପରି ଅନ୍ୟପଟେ ଏହି ଗଣବିବାହରେ ଯୌତୁକ ନେବା ମଧ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

କିମ୍ବଦନ୍ତୀ କହେ ଏହି ସମ୍ପ୍ରଦାୟ ମୁଖ୍ୟତଃ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ନୁହଁନ୍ତି ବରଂ ଓଡିଶାର ଗଞ୍ଜାମ ଜିଲ୍ଲାର ମୂଳ ଅଧିବାସୀ ଥିଲେ । କାଳକ୍ରମେ ସେମାନେ ଶ୍ରୀକାକୁଲମ ଜିଲ୍ଲାରେ ଅଧିବାସୀ ଭାବେ ପରିଣତ ହୋଇଛନ୍ତି । ସେଠାରେ ଏହି ପାରମ୍ପାରିକ ଶୈଳୀରେ ପ୍ରାୟ 3 ଶହ ବର୍ଷଧରି ଏପରି ଗଣ ବିବାହ ଆୟୋଜିତ ହୋଇଆସୁଛି । ଏହି ସମ୍ପ୍ରଦାୟର ମୁଖ୍ୟ ବୃତ୍ତି ମାଛ ମାରିବା । ପୁରୁଷମାନେ ମାଛ ମାରନ୍ତି ଏବଂ ମହିଳାମାନେ ମାଛ ବ୍ୟବସାୟ କରୁଥିବା ଦେଖିବାକୁ ମିଳେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details