ଗାନ୍ଧୀନଗର: ରାଜା ରାଜୁଡା ସମୟରେ ଘୋଡ଼ା ବେଶ ଲୋକପ୍ରିୟ ଥିଲା । ରାଜାଙ୍କ ଦରବାରରେ ଘୋଡାଙ୍କୁ ଦେଖିବାକୁ ମିଳିଥିଲା । ହେଲେ ଏବେ କ୍ୱଚିତ ଘୋଡ଼ାକୁ ଘରେ ପାଳିବା ଦେଖିବାକୁ ମିଳେ । ତେବେ ଆଜି ବି ଏପରି ଅଶ୍ବପ୍ରେମୀ ରହିଛନ୍ତି ଯିଏକି କୋଟି କୋଟି ଟଙ୍କାକୁ ତୁଚ୍ଛ କରିଛନ୍ତି । ଏମିତି ଜଣେ ମାଲିକ ହେଉଛନ୍ତୁ ଗୁଜୁରାଟର ଚରଣଜିତ ସିଂ । ତାଙ୍କ ଘୋଡା 'କେଶରିୟା'କୁ କିଣିବା ଲାଗି ଜଣେ ବିଦେଶୀ ୧୦ କୋଟି ଟଙ୍କା ଏଫର କରିଥିଲେ ସୁଦ୍ଧା ଏହାକୁ ସେ ତୁଚ୍ଛ କରିଛନ୍ତି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି ।
ପ୍ରତି ବର୍ଷ ରାଜସ୍ଥାନରେ 'ପଶୁ ପ୍ରଦର୍ଶନୀ' ଅନୁଷ୍ଠିତ ହୋଇଥାଏ । ତେବେ ସମସ୍ତ ପଶୁମାନଙ୍କ ମଧ୍ୟରେ 'କେଶରିୟା' ଘୋଡ଼ାକୁ ଖୋଜା ପଡ଼େ । ଏହି ଘୋଡ଼ା ଏବେ ଏତେ ଲୋକପ୍ରିୟତା ଅର୍ଜନ କରିଛି ଯେ ଯାହାକୁ ଦେଖିବା ଲାଗି ବିଦେଶୀମାନେ ମଧ୍ୟ ଭିଡ଼ ଜମାନ୍ତି । ରାଜସ୍ଥାନର ଏହି ପୁଷ୍କର ମେଳାରେ ଘୋଡ଼ା, ଗାଈ, ବଳଦ ଓ ଓଟମାନଙ୍କର ମଧ୍ୟ ପ୍ରଦର୍ଶନୀ କରାଯାଏ । ତେବେ ଏହି ମେଳାରେ କିଛି ପଶୁଙ୍କୁ ବିକିବା ଲାଗି ପ୍ରଦର୍ଶନ କରାଯାଉଥିବା ବେଳେ ଆଉ କିଛି ପଶୁଙ୍କୁ କେବଳ ମାଲିକମାନେ ପ୍ରଦର୍ଶନୀ ପାଇଁ ରଖିଥାଆନ୍ତି । ଏହି ପଶୁମାନଙ୍କ ମଧ୍ୟରୁ ଚର୍ଚ୍ଚାରେ ରହିଥାଏ କେଶରିୟା ଘୋଡ଼ା ।
ଏହା ବି ପଢନ୍ତୁ- ଅନାବିଳ ପଶୁ ପ୍ରେମ: କୁକୁର ମୃତ୍ୟୁରେ ଶୁଦ୍ଧିକ୍ରିୟା, ବ୍ରାହ୍ମଣ ଭୋଜନର ଆୟୋଜନ କଲା ପରିବାର