ଓଡିଶା

odisha

ETV Bharat / bharat

ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ଜାଲିଆତି, ହିତାଧିକାରୀ ସାଜିବାକୁ ପୁନଃ ବିବାହ କଲେ ମହିଳା

ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାର ଲାଭ ଉଠାଇବାକୁ ପୁନର୍ବାର ବିବାହ କଲେ ମହିଳା । ସରକାରୀ ଅର୍ଥରାଶି ହଡ଼ପ ନେଇ ଅଭିଯୋଗ ପରେ ସାମ୍ନାକୁ ଆସିଲା ସତ। ଅଧିକ ପଢନ୍ତୁ

By

Published : Jun 1, 2023, 10:26 PM IST

ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ଜାଲିଆତି
ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ଜାଲିଆତି

ଲକ୍ଷ୍ନୌ:ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାର ଲାଭ ଉଠାଇବାକୁ ପୁଣି ଥରେ ବିବାହ କଲେ ମହିଳା । ମୁଖ୍ୟମନ୍ତ୍ରୀଙ୍କ ବିବାହ ଯୋଜନାରେ ହିତାଧିକାରୀ ଭାବେ ନିଜକୁ ସାମିଲ କରିବାକୁ ଏଭଳି ଜାଲିଆତି କରିଛନ୍ତି ଜଣେ ମହିଳା । ଉତ୍ତରପ୍ରଦେଶର ବନ୍ଦାୟୁ ଜିଲ୍ଲା ପ୍ରଶାସନକୁ ଏନେଇ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ ଉସାବାଂ ବ୍ଲକର ଏହି ମହିଳାଙ୍କ ବିବାହ ପାଖାପାଖି ଅଢେଇ ବର୍ଷ ପୂର୍ବରୁ ସରିଥିବାବେଳେ ତାଙ୍କର ଦେଢ ବର୍ଷର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି ।

ହିତାଧିକାରୀ ସାଜିବାକୁ ପୁନର୍ବାର ବିବାହ କଲେ ମହିଳା

ସୂଚନା ଅନୁସାରେ, 2021 ମସିହାରେ ମଜରା ମିର୍ଜାପୁରରେ ବାସ କରୁଥିବା ୟଶବୀର କାସଗଂଜର ଅଶୋକନଗର ଅଞ୍ଚଳର ସୂର୍ଯ୍ୟ ପ୍ରତାପଙ୍କ ପୁଅ ଅନୁପ କୁମାରଙ୍କ ସହ ତାଙ୍କ ଝିଅର ବିବାହ କରାଇଥିଲେ । 2022ରେ ଶିବାନୀ ଓ ଅନୁପଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । ହେଲେ 14 ଡିସେମ୍ବର 2022ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ସାମୁହିକ ଯୋଜନାର ଲାଭ ଉଠାଇବା ପାଇଁ ପୁନର୍ବାର ନିଜ ଝିଅ ଜ୍ବାଇଁଙ୍କ ବିବାହ କରାଇଥିଲେ ଶିବାନୀଙ୍କ ବାପା ୟଶବୀର।

ସର୍ବ ଧର୍ମ ସମନ୍ବୟ ରକ୍ଷା ନିମନ୍ତେ ପ୍ରଣୟ କରାଯାଇଛି ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା । ଏଥିରେ ସାମ୍ପ୍ରଦାୟିକ ଭିନ୍ନତା କିମ୍ବା ଧର୍ମରେ ବିବିଧତା ଥିଲେ ମଧ୍ୟ ଯଦି କେହି ପରସ୍ପରକୁ ବିବାହ କରୁଛନ୍ତି, ତେବେ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ ସହ ବିବାହର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତେବେ ପରିବାରର ବାର୍ଷିକ ଆୟ 2ଲକ୍ଷରୁ କମ୍ ଥିବାର ଆବଶ୍ୟକତା ରହିଛି । ଦାମ୍ପତ୍ୟ ଜୀବନ ତଥା ଗୃହସ୍ଥୀ ସ୍ଥାପନ ବାବଦକୁ କନ୍ୟାର ଖାତାକୁ 35 ହଜାର ଅର୍ଥରାଶି ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥାଏ । ଏହାସହ ବିବାହରେ ଆବଶ୍ୟକ ସମସ୍ତ କପଡା, ଘରକରଣା ସାମଗ୍ରୀ ଆଦି ବାବଦକୁ 10 ହଜାର ଟଙ୍କା, ଏବଂ ପ୍ରତି ବର କନ୍ୟାଙ୍କ ବିବାହ ଆୟୋଜନ ଖର୍ଚ୍ଚ ବାବଦରେ 6 ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଏ ।

ତେବେ ନିଜର ଜାଲ କାଗଜପତ୍ର ତିଆରି କରି ଏହି ଯୋଜନାର ସମସ୍ତ ଲାଭ ଉଠାଇ ସାରିଛନ୍ତି ଶିବାନୀ । ଯାହାକୁ ନେଇ ପ୍ରଥମେ ଉସାବାଂ ବିଡିଓ ଓ ପରେ ଜିଲ୍ଲା ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରାଯାଇଥିବା ଜଣାପଡିଛି । ଏହାସହ ଶିବାନୀଙ୍କ ବାପା ୟଶବୀର ଝିଅର ବିବାହ ନିମନ୍ତେ ଆବେଦନ କରିବା ସମୟରେ ଜାଲ କାଗଜପତ୍ର ତିଆରିରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସ୍କାନରକୁ ନିଆଯାଇଛି । ଜାଲିଆତିରେ ସମ୍ପୃକ୍ତ ଥିବା ସତୀଶ ଚନ୍ଦ୍ର ଓ ହରିଓମ ସିଂଙ୍କ ବିରୋଧରେ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଅଧିକାରୀ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details