ରାଞ୍ଚି: ଅବହେଳିତ ଅବସ୍ଥାରେ ଝାଡଖଣ୍ଡର ଡୁମକା ବ୍ଲକର ଲକଡ ଜୋରିଆ ଗ୍ରାମ । ଏଠାରେ ସରକାରୀ ଯୋଜନା ଯେମିତି ସାତ ସପନ । ଗରିବ ଓ ଅସହାୟଙ୍କ ପାଇଁ ଅନେକ ସରକାର ଅନେକ ଯୋଜନା କରିଥିବା ବେଳେ ଏଠାକାର ଅବସ୍ଥା ଦେଖିଲେ ଲାଗୁଛି ଯେମିତି ଏଠାରେ ବିକାଶର ପାଦ ପଡିନାହିଁ । ନା ମିଳୁଛି ବାସଗୃହ ନା ଲୋକେ ପାଉଛନ୍ତି ସ୍ବଚ୍ଛ ପାଣି, ଚାଲିବାକୁ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ଏହା ଏକ ଆଦିବାସି ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ୨୦୦ ଶହ ପରିବାରର ୧୨ଶହ ଲୋକ ବସବାସ କରନ୍ତି । କିନ୍ତୁ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ସମସ୍ତେ । ଡୁମକା ବ୍ଲକରେ ଅନେକ ଟାଣୁଆ ନେତା ରହିଥିଲେ ମଧ୍ୟ ସମସ୍ୟା ଦୂର ନହେବାରୁ ଗ୍ରାମରେ ବିବାହ କରିବାକୁ ଅମଙ୍ଗ ଅନ୍ୟଗ୍ରାମର ଲୋକେ ।
ଲକଡଜୋରିଆ ଏକ ସାଧାରଣ ଗ୍ରାମ ନୁହେଁ
ଏହି ଗ୍ରାମ ଜାମା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ଯେଉଁଠାରେ ବିଧାୟକ ରହିଛନ୍ତି ସୀତା ସୋରେନ । ଯିଏକି JMM ସୁପ୍ରିମୋ ଶିବୁ ସୋରେନଙ୍କ ବୋହୂ । ଯିଏକି ଲଗାତାର ଏଠାରୁ ୩ତର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଲାଗୁଛି ଯେମିତି ବିଧାୟିକାଙ୍କ ନଜର ଆଢୁଆଳରେ ରହିଯାଇଛି ଏହି ଗ୍ରାମ । ଯଦି ପୂର୍ବ ଇତିହାସକୁ ଦେଖିବା ତେବେ ଶିବୁ ସୋରେନଙ୍କ ପୁଅ ଦୁର୍ଗା ସୋରେନ ଦୁଇଥର ନିର୍ବାଚନରେ ଜିତିଥିଲେ । ଯଦି ଦଳ ବିଷୟରେ କଥା ହେବା, ତେବେ ବର୍ତ୍ତମାନ ଡୁମକା ଲୋକସଭାର ସାଂସଦ ରହିଥିବା ସୁନୀଲ ଲୋରେନ ମଧ୍ୟ ଜାମା ବ୍ଲକରୁ ଆସିଛନ୍ତି । ଯଦି ଦେଖାଯାଏ ଏହି ଅଞ୍ଚଳରେ ବହୁ ବଡବଡ ଜନପ୍ରତିନିଧି ରହିଛନ୍ତି । କିନ୍ତୁ ଏହା ଗ୍ରାମ ଉପରେ କେହି ନଜର ଦେଉନଥିବାରୁ ଏହି ସରକାରୀ ଅଧିକାରୀଙ୍କ ପାଦ ପଡିନାହିଁ ଗ୍ରାମରେ ।
ଲକଡ ଜୋରିଆ ଗ୍ରାମକୁ ନାହିଁ ରାସ୍ତା
ଏହି ଗ୍ରାମକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ଖାଲ ଖମାରରେ ଭରି ହୋଇଛି ପୁରା ରାସ୍ତା । ଏଠାରେ ଗାଡି ଯିବାତ ଦୂରରେ କଥା ଚାଲିବାକୁ ମଧ୍ୟ ଅନେକ ସମୟରେ ଭୟ ଲାଗେ । ଯଦି ଗ୍ରାମରେ କେତେବେଳେ କାହାର ଦେହ ଖରାପ ହୁଏ ତେବେ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରେ ନାହିଁ । ଫଳରେ ଅନେକ ସମୟରେ ଖଟିଆରେ ବୁହା ହୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅସୁସ୍ଥ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଏ ।
ପାଣି ସମସ୍ୟା