ରାଇପୁର: ଛତିଶଗଡର ଦାନ୍ତେଓ୍ବାଡାରେ ପୋଲିସ ପ୍ରଶାସନର ଉଦ୍ୟମରେ ପ୍ରଥମ ଥର 14 ଫେବୃଆରୀ ଭାଲେଣ୍ଟାଇନ ଡେରେ ଆତ୍ମସମର୍ପଣ କରିଥିବା 15 ଜଣ ମାଓବାଦୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏମାନେ ପୂର୍ବରୁ ପ୍ରେମୀଯୁଗଳ ଥିଲେ । ସେଥିପାଇଁ ବିବାହ ପାଇଁ ଭାଲେଣ୍ଟାଇନ ଡେ’କୁ ସ୍ଥିର କରାଯାଇଥିଲା । ଏମାନଙ୍କ ସାମୂହିକ ବିବାହ ଜେଲରେ ଅନୁଷ୍ଠିତ ହେବ ।
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧିନରେ ଏହି ବିବାହ ଅନୁଷ୍ଠିତ ହୋଇଛି । ଏଥିରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଦ୍ବାରା ବିବାହ ପ୍ରମାଣ ପତ୍ର ଦିଆଯିବ । ପୋଲିସ ଅଧିକାରୀ ଭାବେ ଏସପି ଅଭିଷେକ ପଲ୍ଲବ ବର-ବଧୂଙ୍କୁ 10 ହଜାର ଟଙ୍କା ବିବାହ ଭେଟି ଦେଇଛନ୍ତି । ଏଥିସହିତ ଏସପି ଅଭିଷେକ ପଲ୍ଲବ ବର-କନ୍ୟାଙ୍କୁ ଆଶୀର୍ବାଦ ଦେବା ସହିତ ନାଚିଛନ୍ତି । ଏହି ବିବାହର ବିଶେଷତ୍ବ ହେଉଛି ଯେ, ଏସପି ସମ୍ପୂର୍ଣ୍ଣ ଆଦିବାସୀ ରୀତିନୀତିରେ ଏହି ବିବାହ କରାଇଛନ୍ତି ।