ପାଟନା: ମନୁଷ୍ୟକୁ ସୁସ୍ଥ ରହିବା ପାଇଁ ଖାଦ୍ୟର ଯେମିତି ଆବଶ୍ୟକତା ରହିଛି ଠିକ ସେହିପରି ସଠିକ ଉଚ୍ଚତା ବିଷୟରେ ଜାଣିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ବୟସର ଏକ ସଠିକ ଉଚ୍ଚତା ଥାଏ ଯାହା ପୁଅ ଏବଂ ଝିଅମାନଙ୍କ ବୟସ ସହିତ ବୃଦ୍ଧି ପାଇଥାଏ । କିନ୍ତୁ ବିହାର ବେତିୟା ଜିଲ୍ଲାର ମାରହିୟା ଗ୍ରାମରେ(Marhiya village of Bettiah) ଝିଅମାନଙ୍କ ଉଚ୍ଚତା ସେମାନଙ୍କ ବିବାହରେ ବାଧା ସୃଷ୍ଟି କରିଥାଏ । କନ୍ୟାକୁ ବରପାତ୍ର ମିଳିବାରେ ବହୁତ ଅସୁବିଧା ହୋଇଥାଏ ।
ଉଚ୍ଚତା ପାଇଁ ପରିଚୟ ସୃଷ୍ଟି କରିଛି ମାରହିୟା ଗ୍ରାମ କହିବାକୁ ଗଲେ ବିହାରର ବେଟିଆର ମାରହିୟା ଗ୍ରାମରେ ପ୍ରତ୍ୟେକ ପୁରୁଷ ଅମିତାଭ ବଚ୍ଚନ ଭଳି ମନେହେଉଥିବା ବେଳେ ପ୍ରତ୍ୟେକ ମହିଳା ସୋନମ କପୁର ଅଟନ୍ତି । ମାରହିୟା ଗାଁରେ ପୁରୁଷଙ୍କ ଉଚ୍ଚତା 6 ଫୁଟରୁ ଅଧିକ ହୋଇଥିବାବେଳେ ଝିଅମାନଙ୍କର ଉଚ୍ଚତା 5 ଫୁଟ 10 ଇଞ୍ଚ ଅଟେ । ଝିଅମାନଙ୍କର ଉଚ୍ଚତା ଆବଶ୍ୟକ ଠାରୁ ଅଧିକ ଥିବାରୁ ବିବାହ ନିମନ୍ତେ ସେମାନଙ୍କୁ ବର ଖୋଜିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଅନ୍ୟପଟେ ପୁଅମାନଙ୍କର ଉଚ୍ଚତା ସେମାନଙ୍କୁ ବହୁତ ଲାଭଦାୟକ ହୋଇଥାଏ । କାରଣ ଉଚ୍ଚତାରେ ଅଧିକ ରହିଥିବାରୁ ଗ୍ରାମର ଅଧିକାଂଶ ଯୁବକ ସେନାରେ ଭର୍ତ୍ତି ହୋଇଥାନ୍ତି ।
ଅଧିକା ଲମ୍ବା ହେବାର ଫାଇଦା:
ଏ ନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ମାରହିୟା ଗାଁରେ ପ୍ରାୟ 75 ପ୍ରତିଶତ ଲୋକ ଲମ୍ବା ହୋଇଥିବା ବେଳେ ଏଠାକାର ସବୁ ଲୋକଙ୍କର ଉଚ୍ଚତା ୬ଫୁଟରୁ ଅଧିକ ଅଟେ(Height of people of Marhiya village) । ଏହି କାରଣରୁ ଗାଁ ପଶ୍ଚିମ ଚମ୍ପାରଣର ଅନନ୍ୟ ଗ୍ରାମ ଭାବରେ ମଧ୍ୟ ଜଣାଶୁଣା । ଏଠାକାର ସମସ୍ତ ଯୁବକ ସେନାରେ ଭର୍ତ୍ତି ହୋବାକୁ ଇଚ୍ଛା ପ୍ରକାଶ କରି ସେନାରେ ଯୋଗ ଦେଇଥାନ୍ତି । ଏଥିପାଇଁ ଆମେ ଆମ ଉଚ୍ଚତାର ଫାଇଦା ପାଇଥାଉ ।
ଅଧିକା ଲମ୍ବା ହେବାର କ୍ଷତି:
ସବୁଠାରୁ ବଡ ଅସୁବିଧା ହେଉଛି ଏହି ଗାଁର ଝିଅମାନଙ୍କର ଉଚ୍ଚତା ମଧ୍ୟ ପୁଅମାନଙ୍କଠାରୁ କମ୍ ନୁହେଁ, ଯେଉଁଥିପାଇଁ ପରିବାର ସଦସ୍ୟଙ୍କୁ ସେମାନଙ୍କ ବିବାହରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ (Girls height became Hindrance in their Marriage)। ପରିବାର ଲୋକଙ୍କ କହିବା ଅନୁଯାୟୀ, ପୁଅମାନଙ୍କୁ ଅଧିକ ଉଚ୍ଚତାକୁ ନେଇ କୌଣସି ସମସ୍ୟା ହେଉନାହିଁ । କିନ୍ତୁ ଝିଅମାନଙ୍କୁ ବାହାଘରରେ ଲମ୍ବା ବର ଖୋଜିବା ପାଇଁ ସମସ୍ୟା ହୋଇଥାଏ ।
କୁହାଯାଏ ଯେ ମାରହିୟା ଗାଁର 250 ଘରେ 1400 ରୁ ଅଧିକ ଜନସଂଖ୍ୟା ରହିଥିବା ବେଳେ 650 ରୁ ଅଧିକ ରାଜପୁତ ପରିବାର ବାସ କରନ୍ତି । ଏହି ସମସ୍ତ ଲୋକ ବିହାରର ସିବାନରୁ ଆସିଛନ୍ତି । ସେନାରେ ଯୋଗଦେବା ପାଇଁ ଏହି ଗ୍ରାମର 120ଜଣ ଯୁବକ ପ୍ରତିଦିନ ସକାଳ 4 ଟାରୁ ଉଠି ଦୌଡିଥାନ୍ତି ।
ମରହିୟା ଗ୍ରାମର ଇତିହାସ:
ଏଠାକାର ଲୋକମାନେ କୁହନ୍ତି ଯେ ଅତୀତରେ ଯେତେବେଳେ ମହାରାଜା ହରେନ୍ଦ୍ର କିଶୋର ସିଂଙ୍କ ପାଲଙ୍କି ଯାଉଥିଲା, ସେତେବେଳେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା। ସେହିସମୟରେ ଖଣ୍ଡାଧାରୀ ଧ୍ରୁବ ନାରାୟଣ ସିଂ ସେହି ରାସ୍ତା ଦେଇ ଯାଉଥିଲେ । ସେ ନିଜର ଖଡ୍ଗ ଦ୍ୱାରା ହାତୀର ଶୁଣ୍ଢ କାଟି ଦେଇଥିଲେ, ଫଳରେ ହାତୀଟିର ମୃତ୍ୟୁ ହୋଇଯାଇଥିଲା ଏବଂ ରାଜାଙ୍କର ଜୀବନ ରକ୍ଷା ପାଇଯାଇଥିଲା। ଏହାପରେ ମହାରାଜା ହରେନ୍ଦ୍ର କିଶୋର ସିଂ ତାଙ୍କର ସାହସିକତାର ପ୍ରଶଂସା କରି ତାଙ୍କୁ ମାରହିୟା ଗ୍ରାମରେ 100 ଏକର ଜମି ଦେଇ ପୁରସ୍କୃତ କରିଥିଲେ ଏବଂ ସେହି ଗ୍ରାମରେ ବସବାସ କରିବା ପାଇଁ କହିଥିଲେ । ସେବେଠାରୁ ଏହି ଲୋକମାନେ ସେହି ଗ୍ରାମରେ ବସବାସ କରୁଛନ୍ତି ଏବଂ ବର୍ତ୍ତମାନ ଗୋଟିଏ ପରିବାରରୁ 100 ଟି ଘର ଏବଂ ୭୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି ।
NINର ଅନୁସନ୍ଧାନ :ICMRର ଶାଖା ହେଉଛି NINର କାର୍ଯ୍ୟାଳୟ ହାଇଦ୍ରାବାଦରେ ଅଛି ।ଅନେକ ସର୍ବେକ୍ଷଣ ଆଧାରରେ, NIN ର କାର୍ଯ୍ୟ ହେଉଛି ଦେଶର ଲୋକମାନେ କ’ଣ ଖାଇବା ଉଚିତ୍, କେଉଁ ପରିମାଣରେ, କେତେ ଓଜନ, କେତେ ଉଚ୍ଚତା ହେବା ଉଚିତ୍ ତାହା ଅବଗତ କରାଇବା। ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ (NIN) ଅନୁଯାୟୀ ଦେଶରେ ମହିଳାଙ୍କ ହାରାହାରି ଉଚ୍ଚତା ୫ଫୁଟ ୩ଇଞ୍ଚ ଏବଂ ପୁରୁଷଙ୍କ ଉଚ୍ଚତା ୫ ଫୁଟ ଇଞ୍ଚ ରହିବା ଆବଶ୍ୟକ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ