ଓଡିଶା

odisha

vice presidential poll: ମାର୍ଗରେଟ ଅଲଭା ହେଲେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ

By

Published : Jul 17, 2022, 5:17 PM IST

ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ରାଜସ୍ଥାନ ରାଜ୍ୟପାଳ ମାର୍ଗରେଟ ଅଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ କଲା ମିଳିତ ବିରୋଧୀ ମଞ୍ଚ । ବୈଠକ ପରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସୂଚନା । ଅଧିକ ପଢନ୍ତୁ

vice presidential poll: ମାର୍ଗରେଟ ଅଲଭା ହେଲେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ
vice presidential poll: ମାର୍ଗରେଟ ଅଲଭା ହେଲେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ:ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟପାଳ ମାର୍ଗରେଟ ଅଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିରୋଧୀ । ବୈଠକ ପରେ ଏନସିପି ମୁଖ୍ୟ ଶରଦ ପାଓ୍ବାର ଏହି ଘୋଷଣା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗରେଟ ଅଲଭା ଏକାଧିକ ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ବ ସମ୍ଭାଳି ସାରିଛନ୍ତି । ମାର୍ଗରେଟ ଅଲଭା ସେ ଶେଷ ଥର ପାଇଁ ରାଜସ୍ଥାନ ରାଜ୍ୟପାଳ ଭାବେ ଦାୟିତ୍ବରୁ ଅବସର ଗ୍ରହଣ କରିଛନ୍ତି ।

ଗତକାଲି NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ବୀପ ଧନଖରଙ୍କ ନାମ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁଙ୍କ କାର୍ଯ୍ୟକାଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜୁଲାଇ 19ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ଅଗଷ୍ଟ 6 ତାରିଖରେ ଭୋଟିଂ ହେବ । ଅଗଷ୍ଟ 6 ତାରିଖରେ ଦେଶର ନୂତନ ତଥା 16ତମ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details