ଓଡିଶା

odisha

ETV Bharat / bharat

Margadarsi 60th Anniversary: କମ୍ପାନୀର ସଫଳ ଭବିଷ୍ୟତ କାମନା କଲେ ଚେୟାରମ୍ୟାନ ରାମୋଜି ରାଓ

ଲକ୍ଷାଧିକ ଲୋକଙ୍କ ଜୀବନରେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିଥିବା ଚିଟ୍‌ଫଣ୍ଡ କମ୍ପାନୀ 'ମାର୍ଗଦର୍ଶୀ ଚିଟ୍‌ଫଣ୍ଡ' (Margadarsi Chit Fund)କୁ ପୁରିଛି ୬୦ ବର୍ଷ । ଏହି ଅବସରରେ ରାମୋଜି ଫିଲ୍ମସିଟିରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ କମ୍ପାନୀର ସଫଳ ଭବିଷ୍ୟ କାମନା କରିଛନ୍ତି ଚେୟାରମ୍ୟାନ ରାମୋଜି ରାଓ(Chairman Ramoji Rao) । ଅଧିକ ପଢନ୍ତୁ

Margadarsi Chit Fund
ମାର୍ଗଦର୍ଶୀ ଚିଟ୍‌ଫଣ୍ଡର ୬୦ବର୍ଷ ପୂର୍ତ୍ତି

By

Published : Oct 1, 2022, 5:30 PM IST

ହାଇଦ୍ରାବାଦ:ଲକ୍ଷାଧିକ ଲୋକଙ୍କ ଜୀବନରେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିଥିବା ମାର୍ଗଦର୍ଶକ କମ୍ପାନୀ' (Margadarsi Chit Fund) ମାର୍ଗଦର୍ଶୀ ଚିଟ୍‌ଫଣ୍ଡ' ୬୦ ବର୍ଷ ପୂରଣ (60th anniversary) କରିଛି । ଏହି ଅବସରରେ ରାମୋଜି ଫିଲ୍ମ ସିଟିରେ (Ramoji Filmcity) କମ୍ପାନୀର ସଫଳତା ଲାଗି ଆୟୋଜିତ ହୋଇଯାଇଛି ଏକ ଭବ୍ୟ କାର୍ଯ୍ୟକ୍ରମ । କମ୍ପାନୀର ୬୦ବର୍ଷ ପୂର୍ତ୍ତି ସମାରୋହରେ ଚେୟାରମ୍ୟାନ ରାମୋଜି ରାଓ (Chairman Ramoji Rao) ଯୋଗଦେଇ କେକ୍‌ କାଟି ଉତ୍ସବ ପାଳିଛନ୍ତି । ଏହାସହିତ କମ୍ପାନୀ ଏଭଳି ସଫଳତାର ସହିତ ମାଇଲଖୁଣ୍ଟ ଅତିକ୍ରମ କରୁ ବୋଲି ସେ ଆଶା କରିଛନ୍ତି ।

ଚେୟାରମ୍ୟାନ ରାମୋଜି ରାଓଙ୍କ ସହ ମାର୍ଗଦର୍ଶୀର ଏମଡି ଶୈଳଜା କିରଣ

ଏହି ସମାରୋହରେ ମାର୍ଗଦର୍ଶୀର ଏମଡି ଶୈଳଜା କିରଣଙ୍କ (Margadarsi MD Sailaja Kiran) ସମେତ ଇନାଡୁ ଏମଡ଼ି କିରଣ, ରାମୋଜି ରାଓଙ୍କ ପରିବାରର ସଦସ୍ୟ ଓ କମ୍ପାନୀର ମୁଖ୍ୟ କର୍ମଚାରୀ ଯୋଗଦେଇଥିଲେ । ଏହି କମ୍ପାନୀ ପ୍ରାୟ ୬୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଗତ ୬ ଦଶନ୍ଧୀ ଧରି ସେବା ଯୋଗାଇ ଆସୁଛି । ଏହି କଠିନତମ ଯାତ୍ରା ସମ୍ପର୍କରେ ସମାରୋହରେ ଆଲୋଚନା କରାଯାଇଥିଲା ।

କମ୍ପାନୀ ସମ୍ପର୍କରେ କିଛି ଜାଣିବା କଥା...

ତେଲୁଗୁ ଭାଷାଭାଷୀ ଲୋକଙ୍କ ପାଇଁ ଏହା ଏକ ପରିଚିତ ଚିଟ୍‌ଫଣ୍ଡ କମ୍ପାନୀ । ୧୯୬୨ ମସିହାରେ ମାତ୍ର ୨ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି କମ୍ପାନୀ । ଆଜି କମ୍ପାନୀରେ ୪ ହଜାର ୩୦୦ କର୍ମଚାରୀ ରହିଥିବାବେଳେ, କମ୍ପାନୀର ୧୦୮ଟି ଶାଖା ରହିଛି । ଧୀରେ ଧୀରେ କର୍ମଚାରୀଙ୍କ ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ଆଜି କମ୍ପାନୀକୁ ଏକ ଅଗ୍ରଣୀ ଚିଟ୍‌ଫଣ୍ଡ କମ୍ପାନୀ ଭାବେ ଗଢି ତୋଳିଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ସହିତ ତାମିଲନାଡୁ ଓ କର୍ଣ୍ଣାଟକରେ ମଧ୍ୟ ଏହି କମ୍ପାନୀ ବେଶ ସଫଳତା ଲାଭ କରିଛି ।

ମାର୍ଗଦର୍ଶୀର ଏମଡି ଶୈଳଜା କିରଣ

ମାର୍ଗଦର୍ଶୀ ଚିଟ୍‌ଫଣ୍ଡ କମ୍ପାନୀ ଆଜି ୬୧ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ରାମୋଜି ଗ୍ରୁପର ଚେୟାରମ୍ୟାନ ରାମୋଜି ରାଓ ସମାରୋହରେ ଯୋଗଦେଇ କେକ୍‌ କାଟିବା ସହିତ ଉତ୍ସବରେ ସାମିଲ ହୋଇଛନ୍ତି । ଏହାସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କମ୍ପାନୀର କର୍ମଚାରୀ ଓ ଗ୍ରାହକଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଏହି କମ୍ପାନୀ ଆହୁରି ଅଧିକ ଉତ୍ସାହର ସହିତ ଅନେକ ସଫଳତା ଲାଭ କରିବାକୁ ଆଶା ରଖିଛନ୍ତି ଚେୟାରମ୍ୟାନ ରାମୋଜି ରାଓ । ଏହାସହିତ ମାର୍ଗଦର୍ଶୀ କମ୍ପାନୀର ଏମଡ଼ି ଶୈଳଜା କିରଣ କମ୍ପାନୀର ବିପଦ ସମୟରେ ମଧ୍ୟ ସାହାଯ୍ୟ କରିଥିବାରୁ ରାମୋଜି ରାଓଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ABOUT THE AUTHOR

...view details