ଓଡିଶା

odisha

ETV Bharat / bharat

ମାର୍ଗଦର୍ଶୀ ଚିଟ୍‌ଫଣ୍ଡ କମ୍ପାନୀକୁ ଆଶ୍ୱସ୍ତି, ସେୟାର ହସ୍ତାନ୍ତରଣ ମାମଲା ଖାରଜ କଲେ ସୁପ୍ରିମକୋର୍ଟ

ମାର୍ଗଦର୍ଶୀ ଚିଟ୍‌ଫଣ୍ଡ ମାମଲାରେ ସୁପ୍ରିମକୋର୍ଟରେ ଦାଖଲ ଯାଚିକାକୁ ଖାରଜ ହୋଇଛି । ଆନ୍ଧ୍ର ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ ଆବେଦନକାରୀ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Nov 22, 2023, 9:14 AM IST

ଦିଲ୍ଲୀ: ମାର୍ଗଦର୍ଶୀ ଚିଟ୍‌ଫଣ୍ଡ ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ୟୁରି ରେଡ୍ଡୀ ନାମକ ଆବେଦନକାରୀ। ଏହି ବିଶେଷ ଅନୁମତି ଯାଚିକାକୁ(SLP) ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆନ୍ଧ୍ର ହାଇକୋର୍ଟ କମ୍ପାନୀ ସେୟାର ହସ୍ତାନ୍ତରଣରେ ଗଡ଼ବଡ଼ି ଓ ଚିଟ୍‌ଫଣ୍ଡ କମ୍ପାନୀ ଚେୟାରମ୍ୟାନ ରାମୋଜୀ ରାଓ ଓ ପ୍ରବନ୍ଧ ନିର୍ଦ୍ଦେଶକ ଶୈଳଜା ବିରୁଦ୍ଧରେ ଆନ୍ଧ୍ର ସିଆଇଡି ରୁଜୁ କରିଥିବା ମାମଲାର ଯାଞ୍ଚ ଉପରେ ରୋକ୍‌ ଲଗାଇଥିଲେ।

SLPରେ ୟୁରି ରେଡ୍ଡୀ ମାର୍ଗଦର୍ଶୀ ବିରୁଦ୍ଧରେ ସିଆଇଡି ରୁଜୁ କରିଥିବା ମାମଲାରେ ଯାଞ୍ଚ ଉପରେ ଲଗାଯାଇଥିବା 8 ସପ୍ତାହର ରୋକ୍‌କୁ ଚ୍ୟାଲେଞ୍ଜ କରିଥିଲେ । ସିଆଇଡି ଯାଞ୍ଚ ପ୍ରକ୍ରିୟା ଉପରେ ମଧ୍ୟ ଅନ୍ତରୀଣ ରୋକ୍‌ ଲଗାଇଇବାକୁ ହାଇକୋର୍ଟ ଜାରି କରିଥିବା ନୋଟିସ୍‌କୁ ମଧ୍ୟ ଏଥିରେ ପକ୍ଷ କରାଯାଇଥିଲା । ଏହି ବିଶେଷ ଅନୁମତି ଯାଚିକା ଉପରେ ଗତ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଥିଲେ।

ହାଇକୋର୍ଟ ଦଲିଲ୍‌ ନଶୁଣି ରାୟ ଦେଇଥିବା ସୁପ୍ରିମକୋର୍ଟ ସମ୍ମୁଖରେ ପ୍ରକାଶ କରିଥିଲେ ୟୁରି ରେଡ୍ଡୀ । ତା ସହିତ ସିଆଇଡି ଯାଞ୍ଚ ଉପରେ ରୋକ ଲଗାଇବାର ଉଚିତ କାରଣ ମଧ୍ୟ ହାଇକୋର୍ଟ ଦେଇନଥିବା ୟୁରି ରେଡ୍ଡୀଙ୍କ ଆଇନଜୀବୀ ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କୁ ଜଣାଇଥିଲେ। ଏହାପରେ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଯାଞ୍ଚ ଉପରେ ରହିତାଦେଶର ଅବଧି ବିଷୟରେ ଜାଣିବାକୁ ଚାହିଁଥିଲେ। ଏହାପରେ ଏହି ମାମଲା ଏବେ ହାଇକୋର୍ଟ ଅଧିନରେ ରହିଛି କି ନାହିଁ ତାହା ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେବା ସହ ମାମଲାର ଆଗାମୀ ଶୁଣାଣି ଡିସେମ୍ବର 6 ତାରିଖରେ ହାଇକୋର୍ଟରେ ହେବାକୁ ଥିବା ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ ଆଇନଜୀବୀ ଡି. ଶିବରାମ ରେଡ୍ଡୀ ।

ସମସ୍ତ ତଥ୍ୟ ପାଇବା ସୁପ୍ରିମକୋର୍ଟ ୟୁରି ରେଡ୍ଡୀଙ୍କୁ କହିଥିଲେ, ସେ SLPରୁ ଓହରିବେ ନା ସୁପ୍ରିମକୋର୍ଟ ତାଙ୍କ ଯାଚିକା ଖାରଜ କରିବେ । ଏହାପରେ ୟୁରି ରେଡ୍ଡୀଙ୍କ ଆଇନଜୀବୀ ଡି. ଶିବରାମ ରେଡ୍ଡୀ ଯାଚିକା ଫେରାଇ ନେବାକୁ ଅନୁମତି ମାଗିଥିଲେ। ଏହି ଭଳି ଭାବରେ ଏହି ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଯାଞ୍ଚ ସମୟରେ ଆନ୍ଧ୍ର ସିଆଇଡିର ଆଚରଣ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ହାଇକୋର୍ଟ । ଯେତେବେଳେ ଏହି ମାମଲା ହାଇଦ୍ରାବାଦର ତେବେ ଆନ୍ଧ୍ର ସିଆଇଡି ଏହି ମାମଲା କାହିଁକି ରୁଜୁ କଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ମାମଲାର ଯାଞ୍ଚ କରିବା ଅଧିକାର ଆନ୍ଧ୍ର ସିଆଇଡି କେଉଁଠୁ ପାଇଲା କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ।

ଆନ୍ଧ୍ର ସିଆଇଡି ନିକଟରେ ମାମଲାର ରୁଜୁ ବେଳେ ୟୁରି ରେଡ୍ଡି ସେୟାର ହସ୍ତାନ୍ତରଣ ପାଇଁ ଖୋଦ ହସ୍ତାକ୍ଷର କରିଥିବା ସ୍ବୀକାର କରିଥିଲେ। ଏଭଳି ସ୍ଥିତିରେ ଧମକ ଦେଇ ହସ୍ତାକ୍ଷର ନିଆଯିବାର କୌଣସି ପ୍ରଶ୍ନ ଉଠୁନି । ମାର୍ଗଦର୍ଶୀ ମାମଲାରେ ଆନ୍ଧ୍ର ସିଆଇଡି ହସ୍ତକ୍ଷେପକୁ ଆପତ୍ତି କରିଥିଲେ ହାଇକୋର୍ଟ।

ABOUT THE AUTHOR

...view details