ଓଡିଶା

odisha

ETV Bharat / bharat

ଆରକ୍ଷଣ ମାମଲା: ସମସ୍ତ ରାଜ୍ୟକୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ - ସୁପ୍ରିମକୋର୍ଟ

ମରାଠା ସମ୍ପ୍ରଦାୟଙ୍କ ଆରକ୍ଷଣ ମାମଲାରେ ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ । 5 ଜଣିଆ ଖଣ୍ଡପୀଠ ଏହି ମାମଲାକୁ 18 ମାର୍ଚ୍ଚ ପର୍ଯ୍ୟନ୍ତ ଶୁଣିବେ । ଅଧିକ ପଢନ୍ତୁ...

ଆରକ୍ଷଣ ମାମଲା: ସମସ୍ତ ରାଜ୍ୟକୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ
ଆରକ୍ଷଣ ମାମଲା: ସମସ୍ତ ରାଜ୍ୟକୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ

By

Published : Mar 8, 2021, 3:48 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମରାଠା ସମ୍ପ୍ରଦାୟଙ୍କ ଆରକ୍ଷଣ ମାମଲାରେ ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ । 5 ଜଣିଆ ଖଣ୍ଡପୀଠ ଏହି ମାମଲାକୁ 18 ମାର୍ଚ୍ଚ ପର୍ଯ୍ୟନ୍ତ ଶୁଣିବେ । ସୋମବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଆରକ୍ଷଣ ମାମଲାରେ ସମସ୍ତ ରାଜ୍ୟଗୁଡିକର ପକ୍ଷକୁ ଶୁଣିବା ଜରୁରୀ । ଏଥିପାଇଁ ଶୁଣାଣି ସମୟରେ ସମ୍ବିଧାନିକ ଖଣ୍ଡପୀଠ ସମସ୍ତ ଜାଜ୍ୟକୁ ନୋଟିସ ଜାରି କରି ଆରକ୍ଷଣ ସୀମାକୁ 50 ପ୍ରତିଶତରୁ ବୃଦ୍ଧି କରାଯାଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି । ହେଲେ ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ 50 ପ୍ରତିଶତ ଆରକ୍ଷଣ ଦିଆଯାଉଛି । ଏହି କାରଣରୁ ସୁପ୍ରିମକୋର୍ଟ ଏହା ଉପରେ ରାଜ୍ୟ ସରକାରଙ୍କ ମତ ଜାଣିବାକୁ ଚାହୁଁଛନ୍ତି ।

ମରାଠା ଆରକ୍ଷଣ- ସରକାରଙ୍କ ଠାରୁ କୋର୍ଟ ପର୍ଯ୍ୟନ୍ତ

ମହାରାଷ୍ଟ୍ରରେ ମରାଠା ଆରକ୍ଷଣର ଦାବି ଅନେକ ଦିନରୁ କରାଯାଇଆସୁଛି । ଏହାକୁ ନେଇ ସରକାର 2018ରେ ମରାଠା ସମ୍ପ୍ରଦାୟଙ୍କୁ 16 ପ୍ରତିଶତ ଆରକ୍ଷଣ ଦେବା ନେଇ ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବମ୍ବେ ହାଇକୋର୍ଟରେ ଯାଚିକା ଦାଏର କରାଯାଇଥିଲା । ଏହା ଉପରେ ଶୁଣାଣି କରି କୋର୍ଟ 2019ରେ ଆରକ୍ଷଣର ପରିସୀମାକୁ 16 ପ୍ରତିଶତରୁ କମାଇ 12 ଓ ଚାକିରୀ କ୍ଷେତ୍ରରେ 13 ପ୍ରତିଶତ କରିଦେଇଛନ୍ତି । ଏହା ସହିତ ହାଇକୋର୍ଟ କହିଥିଲେ, ରାଜ୍ୟରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଧାରିତ 50 ପ୍ରତିଶତରୁ ଆରକ୍ଷଣ ସୀମା ବୃଦ୍ଧି କରିହେବ ।

ମରାଠା ଆରକ୍ଷଣକୁ ଉପରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ 3 ଜଣିଆ ଖଣ୍ଡପୀଠ ମରାଠା ଆରକ୍ଷଣ ଉପରେ ଶୁଣାଣି କରି ଇନ୍ଦିରା ସାହନୀ ମାମଲା ତଥା ମଣ୍ଡଳ କମିଶନ ମାମଲାର ଉଦାହର ଦେଇ ଏହା ଉପରେ ରୋକ ଲଗାଇଦେଇଥିଲେ । ଏହା ସହିତ ସୁପ୍ରିମକୋର୍ଟ କହିଥିଲେ ଯେ ଏହି ମାମଲାରେ ଶୁଣାଣି ପାଇଁ ବୃହତ ଖଣ୍ଡପୀଠ ଗଠନ କରିବାର ଆବଶ୍ୟକତା ରହିଛି । ତେବେ ମରାଠା ଆରକ୍ଷଣ ପାଇଁ 5 ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି ।

ରାଜ୍ୟଗୁଡିକୁ କୋର୍ଟଙ୍କ ନୋଟିସ

ସୁପ୍ରିମକୋର୍ଟଙ୍କ 3 ଜଣିଆ ଖଣ୍ଡପୀଠ କହିଥିଲେ ଯେ ଆମ ସହମତ ଅଛୁ କି ମାମଲାର ପ୍ରଭାବ ସମସ୍ତ ରାଜ୍ୟ ଉପରେ ପଡିବ । ସେମାନଙ୍କୁ ଶୁଣିବା ମଧ୍ୟ ଜରୁରୀ । ଖଣ୍ଡପୀଠ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି 15 ମାର୍ଚ୍ଚରେ କରିବେ । 15 ମାର୍ଚ୍ଚରୁ ମରାଠା ଆରକ୍ଷଣ ଓ ଏହା ସହିତ ଜଡିତ ସମ୍ବିଧାନିକ ପ୍ରଶ୍ନ ଉପରେ ଶୁଣାଣି ଆରମ୍ଭ ହେବ । ଶୁଣାଣି ସମୟରେ ଆରକ୍ଷଣର ସୀମା 50 ପ୍ରତିଶତକୁ ବୃଦ୍ଧି କରିହେବ କି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ତେବେ ସମସ୍ତ ରାଜ୍ୟ ସରକାରଙ୍କଠାରୁ କୋର୍ଟ ଏହାର ଉତ୍ତର ଜାଣିବାକୁ ଚାହୁଁଛନ୍ତି ।

ABOUT THE AUTHOR

...view details