ଓଡିଶା

odisha

By

Published : Dec 9, 2021, 12:54 PM IST

ETV Bharat / bharat

ମାଓବାଦୀଙ୍କ ଲଙ୍କାକାଣ୍ଡ: ୫ରୁ ଅଧିକ ଗାଡି ଜାଳିଲେ, ସୁପରଭାଇଜରଙ୍କୁ ଅପହରଣ କଲେ

ଛତିଶଗଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ । କେନାଲ କାମକୁ ବିରୋଧ କରି ୫ରୁ ଅଧିକ ଗାଡି ପୋଡିଲେ ମାଓବାଦୀ । ଅଧିକ ପଢନ୍ତୁ

ଛତିଶଗଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ୫ରୁ ଅଧିକ ଗାଡି ଜାଳିଲେ
ଛତିଶଗଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ୫ରୁ ଅଧିକ ଗାଡି ଜାଳିଲେ

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବୁଧବାର ଛତିଶଗଡ ଗରିଆବନ୍ଦ ଜିଲ୍ଲା ଅନ୍ତର୍ଗତ ପିପଲଖୁଣ୍ଟା ଗାଁରେ ୫ରୁ ଅଧିକ ଗାଡି ପୋଡିଲେ ମାଓବାଦୀ । ଏହି ଗାଡି ଗୁଡିକ ଜଳସେଚନ ବିଭାଗର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଗାଡି ଜାଳିବା ସହ ସେମାନେ ସୁପରଭାଇଜରଙ୍କୁ ଅପହରଣ କରିଥିବା ମଧ୍ୟ ସୂଚନା ମିଳିଛି ।

ସୂଚନାଯୋଗ୍ୟ, କୁମାର କନଷ୍ଟ୍ରକସନ(Kumar construction) ନାମକ ଏକ କମ୍ପାନୀ ପିପଲଖୁଣ୍ଟା ଠାରେ ଜଳସେଚନ ସୁବିଧା ପାଇଁ କେନାଲ ନିର୍ମାଣ କାର୍ଯ୍ୟ କରୁଥିଲା । ପ୍ରାୟ ୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟ ଚାଲିଥିଲା । ମାତ୍ର କେନାଲ କାମକୁ ବିରୋଧ କରି ମାଓବାଦୀମାନେ ଏଭଳି ବର୍ବର କାଣ୍ଡ ଘଟାଇଥିବା ଜଣାପଡିଛି ।

ମାଓବାଦୀମାନେ ବୁଧବାର ପ୍ରାୟ ଅପରାହ୍ନ ୫ଟା ସମୟରେ ନିର୍ମାଣ କାର୍ଯ୍ୟ ସ୍ଥଳରେ ପହଞ୍ଚିଥିଲେ । କାର୍ଯ୍ୟରେ ନିୟୋଜିତ ଥିବା ଗାଡିଗୁଡିକୁ ଜାଳି ଦେଇଥିଲେ ।

ABOUT THE AUTHOR

...view details