ହାଇଦ୍ରାବାଦ: ଆନ୍ଧ୍ର-ଓଡିଶା ସୀମାରେ ମାଓବାଦୀଙ୍କ ବନ୍ଦ ଡାକରା । ଡିସେମ୍ବର 21 ତାରିଖରେ ବୋର୍ଡରେ ବନ୍ଦ ପାଳିବାକୁ ଆନ୍ଧ୍ର-ଓଡିଶା ବୋର୍ଡର ମାଓ ସଙ୍ଗଠନ ଡାକରା ଦେଇଛି । ଏକ ଏନକାଉଣ୍ଟରରେ ମାଓବାଦୀଙ୍କୁ ହତ୍ୟା କରାଯିବା ପ୍ରତିବାଦରେ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ । ଗତ 12 ତାରିଖ ଦିନ ଆନ୍ଧ୍ର ଓଡିଶା ବୋର୍ଡରରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସିଙ୍ଗାଭାରାମ ଗାଁରେ ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀକୁ ନିହତ କରିଥିଲେ ।
ଆସନ୍ତା 21ରେ ଆନ୍ଧ୍ର-ଓଡିଶା ସୀମାରେ ମାଓ ସଙ୍ଗଠନଙ୍କ ବନ୍ଦ ଡାକରା - ଆନ୍ଧ୍ର ଓଡିଶା ସୀମାରେ ବନ୍ଦ ଡାକରା
ଆସନ୍ତା 21 ରେ ଆନ୍ଧ୍ର-ଓଡିଶା ସୀମାରେ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ । ଏକ ଏନକାଉଣ୍ଟରରେ ମାଓବାଦୀଙ୍କ ହତ୍ୟା କରାଯିବା ପ୍ରତିବାଦରେ ବନ୍ଦ ରଖିବାକୁ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ...
21 ତାରିଖକୁ ଭାରତ ବନ୍ଦ ଡାକରା ଦେଇଛି ଆନ୍ଧ୍ର ଓଡିଶା ବୋର୍ଡର ମାଓ ସଂଗଠନ
ଆନ୍ଧ୍ର ଓଡିଶା ବୋର୍ଡରର ମାଓ ସଙ୍ଗଠନ ଜୋନାଲ ମୁଖପାତ୍ର କୈଳାଶ ଏକ ଅଡିଓ ଟେପ ଜାରୀ କରି କହିଛନ୍ତି । ଏହି ଅଡିଓରେ ଦର୍ଶାଯାଇଛି ଯେ ଶୋଇଥିବା ଲୋକଙ୍କୁ ରାତି ପ୍ରାୟ 2 ଟା ସମୟରେ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରାଯାଇଥିଲା । ଓଡ଼ିଶା ପୋଲିସ ସେମାନଙ୍କୁ ଘେରିଯାଇ ଗୁଳି ଚଳାଇଥିଲେ। ଦଳର ସଦସ୍ୟଙ୍କ ସହ ଉକ୍ତ ଗାଁର ଏକ ଛୋଟ ଶିଶୁକୁ ମଧ୍ୟ ହତ୍ୟା କରାଯାଇଥିବା କୁହାଯାଇଛି। ଏହି ଘଟଣାକୁ ନେଇ ମାଓ ସଙ୍ଗଠନ ତିବ୍ର ନିନ୍ଦା କରିବା ସହ ଡିସେମ୍ବର 21ରେ ସୀମା ବନ୍ଦ ରଖିବାକୁ କହିଛନ୍ତି ।