ଓଡିଶା

odisha

ETV Bharat / bharat

ଝାଡ଼ଖଣ୍ଡରେ ରେଳ ଧାରଣା ଉଡାଇଲେ ନକ୍ସଲ, ଟ୍ରେନ ଚଳାଚଳ ପ୍ରଭାବିତ - Maoists bombed railway track

Maoists blow up railway track: ଝାଡଖଣ୍ଡ ଚାଇବସାରେ ବୋମା ପକାଇ ରେଳ ଧାରଣା ଉଡାଇ ଦେଲେ ନକ୍ସଲ । ଅଧିକ ପଢନ୍ତୁ

Maoists blow up railway track
Maoists blow up railway track

By ETV Bharat Odisha Team

Published : Dec 22, 2023, 1:12 PM IST

ରାଞ୍ଚି: ଝାଡଖଣ୍ଡର ଚାଇବସା ଜିଲ୍ଲାରେ ନକ୍ସଲଙ୍କ ହିଂସାକାଣ୍ଡ । ବୋମା ପକାଇ ରେଳ ଧାରଣା ଉଡାଇଦେଲେ ନକ୍ସଲ । ଗୁରୁବାର ବିଳମ୍ବିତ ରାତିରେ ଗୋଇଲକେରା ଓ ପୋସୌତା ଷ୍ଟେସନ ମଧ୍ୟରେ ନକ୍ସଲମାନେ ରେଳ ଧାରଣା ଉଡାଇ ଦେଇଛନ୍ତି । ଏଥିସହ ଘଟଣାସ୍ଥଳରେ ନକ୍ସଲ ପୋଷ୍ଟର ଓ ବ୍ୟାନର ଲଗାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହା ଫଳରେ ଟ୍ରେନ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଛି । ହାୱଡା-ମୁମ୍ବାଇ ରେଲୱେ ଲାଇନରେ ଟ୍ରେନ ସେବା ପୁରାପୁରି ଠପ୍ ହୋଇଯାଇଛି । ବିଭିନ୍ନ ଷ୍ଟେସନରେ ୨୦ରୁ ଅଧିକ ଟ୍ରେନ ଅଟକି ରହିଛି ।

ଝାଡ଼ଖଣ୍ଡରେ ରେଳ ଧାରଣା ଉଡାଇଲେ ନକ୍ସଲ

ସୂଚନା ଅନୁସାରେ, ଡିସେମ୍ବର ୧୬ରୁ ୨୨ ପର୍ଯ୍ୟନ୍ତ ନକ୍ସଲ ସଂଗଠନ ପ୍ରତିବାଦ ସପ୍ତାହ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଭାକପା ନକ୍ସଲ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ପାଳନ ପୂର୍ବକ ନକ୍ସଲମାନେ ରାଜଧାନୀ ରାଞ୍ଚିଠୁ ୧୫୦ କିମି ଦୂର ଗୋଇଲକେରା ଓ ପୋସୌରେ ଷ୍ଟେସନ ମଧ୍ୟରେ ରେଳ ଧାରଣା ଉଡାଇ ଦେଇଛନ୍ତି । କେବଳ ଏତିକି ନୁହେଁ ସେମାନେ ଘଟଣାସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଛନ୍ତି । ଗୁରୁବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟା ସମୟରେ ଏହି ଘଟଣା ଘଟିଛି । ଏ ସମ୍ପର୍କରେ ଜଣାପଡିବା ପରେ ସଙ୍ଗେ ସଙ୍ଗେ ହାୱଡା-ମୁମ୍ବାଇ ରେଲୱେ ଲାଇନରେ ସବୁ ଟ୍ରେନ ଚଳାଚଳ ରୋକି ଦିଆଯାଇଛି ।

ଝାଡ଼ଖଣ୍ଡରେ ରେଳ ଧାରଣା ଉଡାଇଲେ ନକ୍ସଲ

ଏନେଇ ପଶ୍ଚିମ ସିଂହଭୂମ ଏସପି ଆଶୁତୋଷ ଶେଖର କହିଛନ୍ତି, ''ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି । ସକାଳୁ ରେଳ ଧାରଣାରେ ମରାମତି କାର୍ଯ୍ୟ ଜାରି ରହିଛି । ଖୁବଶୀଘ୍ର ଟ୍ରେନ ଚଳାଚଳ ସ୍ବାଭାବିକ ହେବ ।''

ଏହା ମଧ୍ୟ ପଢନ୍ତୁ: ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ; ସର୍ଚ୍ଚ ଅପରେସନ ଜାରି

ଏହା ମଧ୍ୟ ପଢନ୍ତୁ: ନକ୍ସଲ ସହ ଗୁଳି ବିନିମୟରେ ଯବାନ ଶହୀଦ, ଜଣେ ଗୁରୁତର

ଝାଡ଼ଖଣ୍ଡରେ ରେଳ ଧାରଣା ଉଡାଇଲେ ନକ୍ସଲ

ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ଭାକପା ନକ୍ସଲ ସଂଗଠନ ୨୨ ଡିସେମ୍ବର ଅର୍ଥାତ୍ ଆଜି ଭାରତ ବନ୍ଦ ଡାକରା ଦେଇଥିଲା । ଏଥିପାଇଁ ନକ୍ସଲଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଯାଇଥିଲା । ସେହିପରି ବୁଧବାର ଦିନ ଛତିଶଗଡର ସୁକମାରେ ମଧ୍ୟ ନକ୍ସଲଙ୍କ ଉପଦ୍ରବ ଦେଖିବାକୁ ମିଳିଥିଲା । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ପରେ ନକ୍ସଲମାନେ ସୁକମାରେ ଅନେକ ଗାଡିମୋଟର ଜାଳି ଦେବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ୩୦ ନଂ ଜାତୀୟ ରାଜପଥ ଅବରୋଧ କରି ରଖିଥିଲେ ।

ABOUT THE AUTHOR

...view details