ଓଡିଶା

odisha

ETV Bharat / bharat

ବିବାହ ଉତ୍ସବ ବେଳେ ଅଘଟଣ, କୂଅରେ ପଡି ୧୩ ମହିଳା ମୃତ - କୂଅରେ ପଡି ୧୧ ମହିଳା ମୃତ

ବିବାହ ଉତ୍ସବ ବେଳେ ଅଘଟଣ । ହଳଦୀ ସମାରୋହ ଚାଲିଥିବାବେଳେ କୂଅରେ ପଡି ୧୩ ମହିଳା ମୃତ । ଅଧିକ ପଢନ୍ତୁ

ବିବାହ ଉତ୍ସବ ବେଳେ ଅଘଟଣ, କୂଅରେ ପଡି ୧୧ ମହିଳା ମୃତ
ବିବାହ ଉତ୍ସବ ବେଳେ ଅଘଟଣ, କୂଅରେ ପଡି ୧୧ ମହିଳା ମୃତ

By

Published : Feb 17, 2022, 6:51 AM IST

Updated : Feb 17, 2022, 8:38 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କୁଶିନଗର ଜିଲ୍ଲାରେ ବଡ ଅଘଟଣ । ବିବାହ ଉତ୍ସବ ଚାଲିଥିବା ବେଳେ କୂଅରେ ପଡି ୧୩ ମହିଳା ମୃତ । ବିବାହ ପୂର୍ବର ହଳଦୀ ସମାରୋହ ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଯାହା ସୂଚନା ରହିଛି, କୁଶିନଗର ନେବୁଆ ନୌରଙ୍ଗିଆ ଅଞ୍ଚଳରେ ଏହି ବିବାହ ଉତ୍ସବ ଚାଲିଥିଲା ।

ବୁଧବାର ରାତି ପ୍ରାୟ ୧୦ଟା ସମୟରେ ହଳଦୀ ସମାରୋହ ପାଇଁ ପ୍ରାୟ ୫୦ ରୁ ୬୦ ଜଣ ମହିଳା ଓ ଯୁବତୀ ଗାଁ ମଝିରେ ଥିବା କୂଅ ନିକଟରେ ଏକାଠି ହୋଇଥିଲେ । କିଛି କୂଅ ଉପରେ ଥିବା ଲୁହା ଜାଲି ଉପରେ ଛିଡା ହୋଇ ଉତ୍ସବ ମନାଉଥିଲେ । ହେଲେ ହଠାତ୍ ଉକ୍ତ ଲୁହା ଜାଲିଟି ଭାଙ୍ଗି ଯାଇଥିଲା । ଯାହାଫଳରେ ପ୍ରାୟ ୧୫ ଜଣ କୂଅ ମଧ୍ୟରେ ପଡି ଯାଇଥିଲେ ।

ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ୧୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଯୁବତୀ ରହିଛନ୍ତି ।

ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । କୁଶିନଗରରେ ଘଟିଥିବା ଏହି ଦୁର୍ଘଟଣାକୁ ପିଏମ୍ ହୃଦୟ ବିଦାରକ ବୋଲି କହିଛନ୍ତି ଏବଂ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତଙ୍କ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି କୁଶୀନଗର ଜିଲ୍ଲା ଅଧିକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 17, 2022, 8:38 AM IST

ABOUT THE AUTHOR

...view details