ଓଡିଶା

odisha

ETV Bharat / bharat

ଭାଗବତଙ୍କୁ ଭେଟିଲେ ଇଲ୍ୟାସୀ, ରାଜନୈତିକ ଆଲୋଚନା ହୋଇଥିବା ଚର୍ଚ୍ଚା - ସର୍ବଭାରତୀୟ ଇମାମ୍‌ ସଂଗଠନ ମୁଖ୍ୟ ଉମର ଅହମ୍ମଦ ଇଲ୍ୟାସୀ

ମୋହନ ଭାଗବତଙ୍କୁ ଭେଟିଲେ ସର୍ବଭାରତୀୟ ଇମାମ୍‌ ସଂଗଠନ ମୁଖ୍ୟ ଉମର ଅହମ୍ମଦ ଇଲ୍ୟାସୀ । ଏହାକୁ ଏକ ରାଜନୈତିକ ରୂପ ଦିଆଯାଉଥିବା ବେଳେ ଇମାମ୍‌ ସଂଗଠନ ମୁଖ୍ୟ ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଏହାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି (speculation arises after RSS chief met AIIO chief )। ଅଧିକ ପଢ଼ନ୍ତୁ

ଭାବଗତଙ୍କୁ ଭେଟିଲେ ଇଲ୍ୟାସୀ, ରାଜନୈତିକ ଆଲୋଚନା ହୋଇଥିବା ଚର୍ଚ୍ଚା
ଭାବଗତଙ୍କୁ ଭେଟିଲେ ଇଲ୍ୟାସୀ, ରାଜନୈତିକ ଆଲୋଚନା ହୋଇଥିବା ଚର୍ଚ୍ଚା

By

Published : Sep 22, 2022, 9:30 PM IST

ହାଇଦ୍ରାବାଦ:RSS ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଲେ ସର୍ବଭାରତୀୟ ଇମାମ୍‌ ସଂଗଠନ ମୁଖ୍ୟ ଉମର ଅହମ୍ମଦ ଇଲ୍ୟାସୀ । ଦିଲ୍ଲୀର କସ୍ତୁରବା ମାର୍ଗରେ ଥିବା ମସଜିଦ୍‌ରେ ଉଭୟ ଭେଟିଛନ୍ତି । ଦୀର୍ଘ ସମୟ ଧରି ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାକୁ ଏକ ରାଜନୈତିକ ରୂପ ଦିଆଯାଉଥିବା ବେଳେ ଇମାମ୍‌ ସଂଗଠନ ମୁଖ୍ୟ ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଏହାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି(speculation arises after RSS chief met AIIO chief ) ।

ଭାବଗତଙ୍କୁ ଭେଟିଲେ ଇଲ୍ୟାସୀ, ରାଜନୈତିକ ଆଲୋଚନା ହୋଇଥିବା ଚର୍ଚ୍ଚା

ଏହି ଭେଟଘାଟକୁ ବ୍ୟକ୍ତିଗତ ବୋଲି ଦର୍ଶାଇଛନ୍ତି ଇମାମ୍‌ ସଂଗଠନ ମୁଖ୍ୟ । ଉମର ଅହମ୍ମଦ ଇଲ୍ୟାସୀଙ୍କଠାରୁ ନିମନ୍ତ୍ରଣ ପାଇବା ପରେ ତାଙ୍କୁ ଭେଟିଛନ୍ତି ମୋହନ ଭାଗବତ । ଏହାର ରାଜନୀତି ସହ କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । ରାଜନୀତିକୁ ନେଇ ଉଭୟଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ ବୋଲି ଉଭୟ ପକ୍ଷ କହିଛନ୍ତି ।

ବର୍ତ୍ତମାନ ଦେଶରେ ଧର୍ମ ଓ ସମ୍ପ୍ରଦାୟକୁ ନେଇ ଅନେକ ଘଟଣା ଘଟିବାରେ ଲାଗିଛି । ହିଜାବ ବିବାଦ ଓ ଜ୍ଞାନବ୍ୟାପୀ ମସ୍‌ଜିଦ୍‌ ଭଳି ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ଇମାମ୍‌ ସଂଗଠନ ମୁଖ୍ୟ ଉମର ଅହମ୍ମଦ ଇଲ୍ୟାସୀ କହିଛନ୍ତି, "ଆମର ଧର୍ମ ଭିନ୍ନ, ବିଶ୍ବାସ ଓ ସଂସ୍କାର ମଧ୍ୟ ଭିନ୍ନ । କିନ୍ତୁ ସର୍ବୋପରି ଆମେ ଭାରତୀୟ । ତେଣୁ ପ୍ରଥମେ ମାନବିକତାକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି । ଯେତେବେଳେ ଦେଶର ବିକାଶ ହେଉଛି, ସେତେବେଳେ ଭାଗବତଙ୍କ ସମ୍ପ୍ରଦାୟ ଏହାକୁ ନେଇ କିଛି ଅଧିକ କରିବାକୁ ଚାହୁଁଛି । ଆମେ ସମସ୍ତେ ଭାରତର ପ୍ରଗତି ଦେଖିବାକୁ ଚାହୁଁଛେ । ଏହାକୁ ନେଇ ଆମ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଛି ।"

ଏକ ଘଣ୍ଟାରୁ ଅଧିକ ସମୟ ଧରି ମୋହନ ଭାଗବତ ଓ ଉମର ଅହମ୍ମଦ ଇଲ୍ୟାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସମୟରେ ସର୍ବଭାରତୀୟ ଇମାମ୍‌ ସଂଗଠନର ସଦସ୍ୟ ଓ RSS ସଦସ୍ୟଙ୍କୁ ଦିଲ୍ଲୀର କସ୍ତୁରବା ମାର୍ଗରେ ଥିବା ମସଜିଦ୍‌ରେ ପଇଁତରା ମାରୁଥିବା ଦେଖାଯାଇଥିଲା । ଉଭୟଙ୍କ ମଧ୍ୟରେ ବର୍ତ୍ତମାନ ଦେଶରେ ଚାଲିଥିବା ଘଟଣାବଳୀକୁ ନେଇ ଆଲୋଚନା ହୋଇଥିବା ଆକଳନ କରାଯାଉଥିଲା । ଏହାକୁ ନେଇ ଇମାମ୍‌ ସଂଗଠନ ମୁଖ୍ୟ କହିଛନ୍ତି, "ଆମେ ଏକ ଏଭଳି ଦେଶରେ ରହୁଛେ, ଯେଉଁଠି ଏକତା ସହ ରହିଛି ବିବିଧତା । ସ୍ନେହ ଓ ଭଲ ପାଇବାର ବାର୍ତ୍ତାକୁ ନେଇ ଏହି ଆଲୋଚନା ହୋଇଛି । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ।"

ଏହାକୁ ନେଇ RSSର ଜଣେ ପ୍ରମୁଖ ସଦସ୍ୟ କହିଛନ୍ତି, "ଭାଗବତ ଯେଉଁ ସ୍ଥାନକୁ ବି ଯାଉଛନ୍ତି, ସେଠାରେ ଅନେକ ଲୋକଙ୍କ ସହ ଦେଖା କରୁଛନ୍ତି । କିଛି ଦିନ ପୂର୍ବରୁ ସେ ମୁସ୍‌ଲିମ୍‌ ସମ୍ପ୍ରଦାୟର କିଛି ପ୍ରତିନିଧିଙ୍କୁ ଭେଟିଥିଲେ । ଏହି ଅବସରରେ ସେ ଗୋହତ୍ୟାକୁ ନେଇ ମୁସ୍‌ଲିମ୍‌ ପ୍ରତିନିଧିଙ୍କ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଅପିଲ୍‌ କରିଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details